କେଦାରନାଥ ମନ୍ଦିର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କେଦାରନାଥ ମନ୍ଦିର
Kedarnath Temple.jpg
କେଦାରନାଥ ମନ୍ଦିର is located in Uttarakhand
କେଦାରନାଥ ମନ୍ଦିର
କେଦାରନାଥ ମନ୍ଦିର
Location in Uttarakhand
Name
ମୂଳ ନାମ କେଦାରନାଥ
Geography
ଦିଗବାରେଣି 30°44′N 79°4′E / 30.733°N 79.067°E / 30.733; 79.067Coordinates: 30°44′N 79°4′E / 30.733°N 79.067°E / 30.733; 79.067
ଦେଶ ଭାରତ
State ଉତ୍ତରାଖଣ୍ଡ
ଅବସ୍ଥିତି କେଦାରନାଥ
Culture
ମୁଖ୍ୟ ଆରାଧ୍ୟ କେଦାରନାଥ (ଶିବ)

ଉତ୍ତରାଖଣ୍ଡର ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।[୧]

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଣ୍ଡବମାନଙ୍କଦ୍ଵାରା ନିର୍ମିତ ହେଇଥିଲା ।[୨] ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରେଇଥିଲେ । ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ଵାରା ନିର୍ମିତ ।ସମୟ କ୍ରମେ ମନ୍ଦିର ଜିର୍ଣ୍ଣ ହେଇପଡ଼ିଛି ଏବଂ ପୁନଃ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଯାଇଛି ।

ପୌରାଣିକ[ସମ୍ପାଦନା]

ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି କେଦାରଖଣ୍ଡରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ଵିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ କେଦାରନାଥ ଅନ୍ୟ କେତେକ ଭାଗ ମଦମହେଶ୍ଵର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ଵରରେ ଏବଂ ଶିରଭାଗ ନେପାଳର କାଠମାଣ୍ଡୁରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । [୩][୪][୫] ତେଣୁ ବିଶ୍ଵାସ କରାଯାଏ ଶ୍ରୀକେଦାରନାଥ ଓ ପଶୁପତିନାଥ ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।[୬]

ମନ୍ଦିର[ସମ୍ପାଦନା]

କେଦାରନାଥ ମନ୍ଦିର

ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି । ମନ୍ଦିର ପ୍ରବେଶ ଦ୍ଵାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ । ଗର୍ଭଗୃହ ସମ୍ମୁଖ ମଣ୍ଡପରେ ଶ୍ରୀକୃଷ୍ଣ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବଦ୍ରୌପଦୀଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ଵାମୀ, କେଦାରଗୌରୀ ଓ ଅନ୍ୟ ଦେବଦେବୀଙ୍କ ବିଗ୍ରହ ଶୋଭାପାଉଛି ।

ଶିବଲିଙ୍ଗ[ସମ୍ପାଦନା]

ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି । ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି । ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ଫୁଟ, ଚଉଡାରେ ପ୍ରାୟ ୪ଫୁଟ ଓ ଉଚ୍ଚତାରେ ୪ଫୁଟ ।

ଦର୍ଶନ[ସମ୍ପାଦନା]

କେଦାରନାଥକୁ ଯିବା ରାସ୍ତାର ଦୃଶ୍ୟ

ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ ନିର୍ବାଣ ଦର୍ଶନ କୁହାଯାଏ । ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି । ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରେଇଥାନ୍ତି । ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ ଶୃଙ୍ଗାର ଦର୍ଶନ କୁହାଯାଏ । ଶୃଙ୍ଗାର ଦର୍ଶନ ସମୟରେଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା । ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ । ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ । ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା ରାକ୍ଷୀ ପୂର୍ଣ୍ଣିମା ପୂର୍ବଦିନ ପାଳନ କରାଯାଏ ।

କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ । ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ । ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ । ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ ମିଳେ।ସାଧାରଣତଃ ଅକ୍ଷୟ ତୃତୀୟା ଦିନ ମନ୍ଦିର ଖୋଲାଯାଇଥାଏ ଏବଂ ଦୀପାବଳି ପରଦିନ ବନ୍ଦକରାଯାଏ । ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ କରାଯାଇ ମନ୍ଦିର ବନ୍ଦ କରାଯାଏ । ଭକ୍ତମାଙ୍କର ବିଶ୍ଵାସ, ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଯଜ୍ଞଦୀପ ପ୍ରଜ୍ଜ୍ଵଳିତ ଥାଏ । [୭]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]