ରାମାନୁଜ ଆଚାର୍ଯ୍ୟ

ଉଇକିପିଡ଼ିଆ ରୁ
(ରାମାନୁଜ ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରାମାନୁଜ
ରାମାନୁଜ
ଜନ୍ମ ଲକ୍ଷ୍ମଣ
୧୦୧୭ ଖ୍ରୀ.
ଶ୍ରୀପେରାମ୍ବୁଦୁର,ତାମିଲନାଡୁ
ମୃତ୍ୟୁ ୧୧୩୭ ଖ୍ରୀ.
ଶ୍ରୀରଙ୍ଗମ,ତାମିଲନାଡୁ
ଉପାଧି/ ସମ୍ମାନ श्रीवैष्णवतत्त्वशास्त्रस्य आचार्यः ।
ଗୁରୁ ଯମୁନାଚାର୍ୟ
ସାହିତ୍ୟ କୃତି वेदान्तसङ्ग्रहम्, श्रीभाष्यम्, गीताभाष्यम्, वेदन्तदीपम्, वेदान्तसारम्, शरणागतिगद्यम्,श्रीरङ्गगद्यम्, श्रीवैकुण्ठगद्यम्, नित्यग्रन्थम्,

An article related to
'ହିନ୍ଦୁ ଧର୍ମ

HinduismOm symbol.svg

Hinduଇତିହାସ

Portal:HinduismHinduSwastika.svg

Hinduism Portal
Hindu Mythology Portal


ରାମାନୁଜ ଆଚାର୍ଯ୍ୟ (୧୦୧୭ - ୧୧୩୭ ଖ୍ରୀ.ଅ) ଜଣେ ହିନ୍ଦୁ ଧର୍ମବିତ, ଦାର୍ଶନିକ ଏବଂ ଶ୍ରୀବୈଷ୍ଣବ ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ଥିଲେ । [୧][୨] ସେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ଏକ ଗାଁ ଶ୍ରୀପେରୁମ୍ବୁଦୁର ରେ ।[୩] ତାଙ୍କ ଦାର୍ଶନିକ ମତବାଦ ଭକ୍ତି-ଆନ୍ଦୋଳନ ପାଇଁ ପ୍ରଭାବଶାଳୀ ହୋଇଥିଲା । [୧][୪]

ରାମାନୁଜଙ୍କ ଗୁରୁ ଯାଦବ ପ୍ରକାଶ ଅଦ୍ଵୈତ ବେଦାନ୍ତ ପରମ୍ପରା ର ପଣ୍ଡିତ ଥିଲେ । [୫] ଶ୍ରୀ ବୈଷ୍ଣବ ପରମ୍ପରା ମତାନୁସାରେ ରାମାନୁଜ ନିଜ ଗୁରୁଙ୍କ ସହ ଏକମତ ନହୋଇ ନାଥମୁନୀଯମୁନାଚାର୍ଯ୍ୟଙ୍କ ଭଲି ଅଲ୍ଵାର ସନ୍ଥ ମାନଙ୍କୁ ଅନୁସରଣ କରିଥିଲେ । [୧]ବିଶିଷ୍ଟାଦ୍ଵୈତବାଦ ବେଦାନ୍ତ ପରମ୍ପରାର ରାମାନୁଜ ସର୍ବପ୍ରଧାନ ବାଖ୍ୟାକାର ଭାବେ ପ୍ରସିଦ୍ଧ । [୬][୭] ସେ ବ୍ରହ୍ମସୂତ୍ରଭଗବତ-ଗୀତାର ବାଖ୍ୟା ଏହି ମତାନୁସାରେ କରିଥିଲେ । [୮]

ତାଙ୍କ ଦ୍ଵାରା ପ୍ରଣୀତ ବିଶିଷ୍ଟାଦ୍ଵୈତବାଦ, ମାଧବାଚାର୍ଯ୍ୟଙ୍କ ଦ୍ଵୈତବାଦ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଅଦ୍ଵୈତ ବେଦାନ୍ତ ସହ ଅନ୍ୟତମ ପ୍ରଭାବଶାଳୀ ଭାରତୀୟ ଦାର୍ଶନିକ ଚିନ୍ତାଧାରା ଅଟେ । ସେ ଜ୍ଞାନମୋକ୍ଷ ପାଇଁ ଭକ୍ତିର ଆବଶ୍ୟକତା ପ୍ରତିପାଦନ କରିଥିଲେ । ତାଙ୍କ ମତାନୁସାରେ ଜୀବାତ୍ମାବ୍ରହ୍ମ ମଧ୍ୟରେ ବିଭେଦ ରହିଛି ଏବଂ ଜୀବାତ୍ମା ଓ ଜଗତ ବ୍ରହ୍ମଙ୍କ ଉପରେ ନିର୍ଭରଶୀଳ । ମାତ୍ର ଜୀବାତ୍ମା ଏକ ଅଟେ ଓ ଏହା ମୋକ୍ଷ ଦ୍ଵାରା ପରମାତ୍ମାଙ୍କ ସହ ଏକ ହେବାକୁ ଯୋଗ୍ୟ । [୯] [୧୦]


ଜୀବନୀ[ସମ୍ପାଦନା]

ଐତିହାସିକ ଦୃଷ୍ଟିରୁ ରାମାନୁଜଙ୍କ ଜୀବନୀ ସମ୍ପୁର୍ଣ୍ଣ ଜ୍ଞାତ ନୁହେଁ । ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ଅନୁଜାୟୀ ମାନେ ତାଙ୍କ ଜୀବନ ଉପରେ ଅନେକ ଭକ୍ତି ମୂଳକ ବାକ୍ଷ୍ୟାନ ଲେଖିଛନ୍ତି ଏବଂ ଏହାକୁ ସତ ଭାବରେ ଗ୍ରହଣ କରାଯାଏ । [୨][୧୧] ସେହି କିମ୍ବଦନ୍ତୀ ଅନୁସାରେ ରାମାନୁଜ ଆଧୁନିକ ଚେନ୍ନାଇ ନିକଟସ୍ଥ ଏକ ଗ୍ରାମରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । [୧୨] ତାଙ୍କ ଜୀବନ କାଳକୁ ଖ୍ରୀ.ଅ. ୧୦୧୭ ରୁ ୧୧୩୭ ବୋଲି ଗ୍ରହଣ କରାଯାଏ । ଏହି ମତାନୁସାରେ ତାଙ୍କ ଜୀବନ କାଳ ୧୨୦ ବର୍ଷ ଥିଲା । ଆଧୁନିକ ମତବାଦ ତାଙ୍କ ଜୀବନ କାଳ ଖ୍ରୀ.ଅ.୧୦୭୭ ରୁ ଖ୍ରୀ.ଅ.୧୧୫୭ ମଧ୍ୟରେ ଗ୍ରହଣ କରେ । [୧୩][୩][୧୨]

ତାଙ୍କ ବିବାହ ପରେ ସେ କାଞ୍ଚିପୁରମ୍ ଯାଇ ଯାଦବ ପ୍ରକାଶ ନାମକ ଏକ ଅଦ୍ଵୈତ ବେଦାନ୍ତୀଙ୍କ ନିକଟରେ ଅଧ୍ୟୟନ କରିଥିଲେ । [୫][୧୪] ଅନେକ ବିଷୟରେ ଦୁହିଙ୍କ ମଧ୍ୟରେ ମତଭେଦ ହେଉଥିଲା । ପରେ ରାମାନୁଜ ତାଙ୍କୁ ତ୍ୟାଗ କରି ନିଜେ ଅଧ୍ୟୟନ କରିଥିଲେ । [୨][୧୪] ରାମାନୁଜ ଶ୍ରୀ ବୈଷ୍ଣବ ପରମ୍ପରାରେ ଦିକ୍ଷୀତ ହୋଇଥିଲେ ଓ ଗୃହ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିଥିଲେ । [୧୫]

ରାମାନୁଜ ଶ୍ରୀରଙ୍ଗମର ବରଦରାଜ ବିଷ୍ଣୁ ମନ୍ଦିରରେ ପୂଜକ କାର୍ଯ୍ୟ କଲେ ଓ ବେଦାନ୍ତ ଉପରେ ଶିକ୍ଷା ପ୍ରଦାନ କଲେ । ସେ ନିର୍ଗୁଣ ବ୍ରହ୍ମଙ୍କ ଉପାସନା ପରିବର୍ତ୍ତେ ସଗୁଣ ବ୍ରହ୍ମଙ୍କ (ନାରାୟଣ) ଉପାସନା ମୋକ୍ଷର ମାର୍ଗ ବୋଲି ଶିକ୍ଷା ଦେଇଥିଲେ ।[୧୪][୧୬] ସେ ଶ୍ରୀରଙ୍ଗମ ମନ୍ଦିରର ବିଭିନ୍ନ ସଂସ୍କାର କରାଇଥିଲେ ଓ ଭାରତ ସାରା ବୁଲି ତାଙ୍କ ମତବାଦର ପ୍ରଚାର କରିଥିଲେ ।

ପୁରୀକୁ ଯାତ୍ରା[ସମ୍ପାଦନା]

ରାମାନୁଜ ପୁରୀକୁ ଆସିବା ସମୟରେ ଚୋଡଗଙ୍ଗ ଦେବ ଉତ୍କଳର ରାଜା ଥିଲେ । ପ୍ରପନ୍ନାମୃତ ନାମକ ଏକ ଗ୍ରନ୍ଥ ଅନୁସାରେ ସେ ଶୈବ ଚୋଡଗଙ୍ଗ ଦେବଙ୍କୁ ପ୍ରଭାବିତ କରି ବୈଷ୍ଣବ କରାଇଥିଲେ । ସେ ପୁରୀରେ ଦୁଇଟି ମଠ ସ୍ଥାପନ କରିଥିଲେ ଯାହା ମଧ୍ୟରୁ ଏମାର ମଠ ଅନ୍ୟତମ । ବ୍ରହ୍ମଗିରିର ଅଲାରନାଥ ମନ୍ଦିର ମଧ୍ୟ ଅଲ୍ଵାର ସମ୍ପ୍ରଦାୟ ରାମାନୁଜଙ୍କ ଦ୍ଵାରା ପ୍ରଭାବିତ ହୋଇଥିବାର ଗ୍ରହଣ କରାଯାଏ । [୧୭]

ରଚନା[ସମ୍ପାଦନା]

ରାମାନୁଜ ବେଦାନ୍ତ ଦର୍ଶନ ଉପରେ ଅନେକ ଗ୍ରନ୍ଥ ରଚନା କରିଥିଲେ । ସେସବୁ ମଧ୍ୟରୁ ପ୍ରଧାନ ରଚନା ବ୍ରହ୍ମସୂତ୍ର ଉପରେ ରଚିତ "ଶ୍ରୀ ଭାଷ୍ୟ", "ଭଗବତ ଗୀତା ଭାଷ୍ୟ" ଓ "ବେଦାର୍ଥସଂଗ୍ରହ" । ତାଙ୍କର ଅନ୍ୟ କେତେକ ରଚନା ମଧ୍ୟ ରହିଛି ।

ଦର୍ଶନ[ସମ୍ପାଦନା]

ରାମାନୁଜଙ୍କ ଦର୍ଶନ ବିଶିଷ୍ଟାଦ୍ଵୈତବାଦ ନାମରେ ପ୍ରସିଦ୍ଧ । ଏହା ବେଦାନ୍ତ ଦର୍ଶନର ଏକ ମତବାଦ । [୧୮] ଏହି ମତବାଦ ଅନୁସାରେ ବ୍ରହ୍ମ, ଜଗତ ଓ ଜୀବାତ୍ମା ସବୁ ସତ୍ୟ ଓ ଏକ ଅଟନ୍ତି । ଜଗତ ଓ ଜୀବାତ୍ମା ବ୍ରହ୍ମ ଉପରେ ନିର୍ଭରଶୀଳ । ଏହି ମତବାଦ ଭକ୍ତିକୁ ପ୍ରାଧାନ୍ୟ ଦେଇଥାଏ ଏବଂ ଭକ୍ତି ଦ୍ଵାରା ମୋକ୍ଷ ସମ୍ଭବ ବୋଲି ଗ୍ରହଣ କରିଥାଏ । ଏହି ମତରେ ଭଗବାନ ବିଷ୍ଣୁ ସର୍ବୋଚ୍ଚ ତତ୍ତ୍ଵ ବ୍ରହ୍ମ ଅଟନ୍ତି । ଅଦ୍ଵୈତ ମତ ପରି ଏହା ଜଗତକୁ ମାୟା ଭାବରେ ଗ୍ରହଣ କରେ ନାହିଁ । ବରଂ ଜଗତକୁ ବ୍ରହ୍ମଙ୍କର ମହିମା ଭାବେ ଗ୍ରହଣ କରେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ C. J. Bartley 2013, pp. 1–4, 52–53, 79.
  2. ୨.୦ ୨.୧ ୨.୨ Jon Paul Sydnor (2012). Ramanuja and Schleiermacher: Toward a Constructive Comparative Theology. Casemate. pp. 20–22 with footnote 32. ISBN 978-0227680247. 
  3. ୩.୦ ୩.୧ Mishra, Patit Paban (2012). Ramanuja(ca. 1077–ca. 1157) in Encyclopedia of Global Religion (Editors: Mark Juergensmeyer & Wade Clark Roof). doi:10.4135/9781412997898.n598. 
  4. Hermann Kulke; Dietmar Rothermund (2004). A History of India. Routledge. p. 149. ISBN 978-0-415-32920-0. 
  5. ୫.୦ ୫.୧ Patrick Olivelle (1992). The Samnyasa Upanisads : Hindu Scriptures on Asceticism and Renunciation: Hindu Scriptures on Asceticism and Renunciation. Oxford University Press. pp. 10–11, 17–18. ISBN 978-0-19-536137-7. 
  6. C. J. Bartley 2013, pp. 1-2.
  7. Carman 1974, p. 24.
  8. Carman 1994, pp. 82-87 with footnotes.
  9. C. J. Bartley 2013, pp. 1-2, 9-10, 76-79, 87-98.
  10. Sean Doyle (2006). Synthesizing the Vedanta: The Theology of Pierre Johanns, S.J. Peter Lang. pp. 59–62. ISBN 978-3-03910-708-7. 
  11. Keith E. Yandell 2001, pp. 7, 148.
  12. ୧୨.୦ ୧୨.୧ Jones & Ryan 2006, p. 352.
  13. Carman 1974, pp. 27-28, 45.
  14. ୧୪.୦ ୧୪.୧ ୧୪.୨ J.A.B. van Buitenen (2008), Ramanuja - Hindu theologian and Philosopher, Encyclopedia Britannica
  15. Alkandavilli Govindāchārya (1906). The Life of Râmânujâchârya: The Exponent of the Viśistâdvaita Philosophy. S. Murthy. pp. 62–70. 
  16. Jon Paul Sydnor (2012). Ramanuja and Schleiermacher: Toward a Constructive Comparative Theology. Casemate. pp. 84–87. ISBN 978-0227680247. 
  17. Prabhat Mukherjee (1981). The History of Medieval Vaishnavism in Orissa. Asian Educational Services. pp. 27–. ISBN 978-81-206-0229-8. 
  18. Joseph P. Schultz (1981). Judaism and the Gentile Faiths: Comparative Studies in Religion. Fairleigh Dickinson University Press. pp. 81–84. ISBN 978-0-8386-1707-6. 

ବାହାର ତଥ୍ୟ[ସମ୍ପାଦନା]

ଜୀବନୀ[ସମ୍ପାଦନା]

ରଚନାବଳୀ[ସମ୍ପାଦନା]

ଦର୍ଶନ[ସମ୍ପାଦନା]

ହସ୍ତାକ୍ଷର[ସମ୍ପାଦନା]