ସୋମନାଥ

ଉଇକିପିଡ଼ିଆ‌ରୁ
ସୋମନାଥ ମନ୍ଦିର
સોમનાથ મંદિર
Somnathtempledawn.JPG
Religion
ସମ୍ବନ୍ଧତାHinduism
Districtଜୁନାଗଡ଼
ପରିଚାଳକ ସଂସ୍ଥାShree Somnath Trust of Gujarat
Location
ଅବସ୍ଥିତିବେରାଭଲ
ରାଜ୍ୟଗୁଜରାଟ
ଦେଶଭାରତ
Architecture
ପ୍ରକାରମନ୍ଦିର
ନିର୍ମାତାସର୍ଦାର ବଲ୍ଲଭଭାଇ ପଟେଲ (ବର୍ତ୍ତମାନ ଗଢ଼ଣ)
Website
somnath.org

ସୋମନାଥ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା ଗୁଜରାଟ ବେରାବଲ ନିକଟସ୍ଥ ପ୍ରଭାସ ପାଟଣଠାରେ ବିରାଜମାନ।

ପୌରାଣିକ[ସମ୍ପାଦନା]

ପୌରାଣିକ ମତେ ନକ୍ଷତ୍ରପତି ଚନ୍ଦ୍ରଦେବ ବା ସୋମ ପ୍ରଥମେ ଏହି ପ୍ରଭାସ ପତନରେ ନିଜ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ ଜାତ କ୍ଷୟ ବା ରାଜଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କର ଆରାଧନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନଠାରୁ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ନାମରେ ପ୍ରସିଦ୍ଧ । ପୌରାଣିକ ମତରେ ସତ୍ୟଯୁଗରେ ଦକ୍ଷଜାମାତା ସୋମ ଅଭିଶାପରୁ ମୁକ୍ତିପାଇବା ପରେ ପ୍ରଥମେ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ତ୍ରେତୟା ଯୁଗରେ ରାବଣ ଏହି ମନ୍ଦିରକୁ ରୁପାରେ ଓ ଓ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିର ଚନ୍ଦନକାଠରେ ତିଆରି କରିଥିଲେ ।[୧]

ଇତିହାସ[ସମ୍ପାଦନା]

ସୋମନାଥର ଅର୍ଥ ହେଉଛି ଚନ୍ଦ୍ରଙ୍କ ସୁରକ୍ଷାକାରୀ । ଶିବପୁରାଣ ଅନୁସାରେ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନକର୍ତା ବିଷ୍ଣୁଙ୍କ ମଧ୍ୟରେ କଳହ ହେବାରୁ[୨] ସେମାନଙ୍କୁ ପରୀକ୍ଷା କରିବାକୁ ଶିବଙ୍କର ଏକ ଅଲୋକ ରଶ୍ମି ସ୍ୱର୍ଗ, ମର୍ତ୍ୟ ଓ ପାତାଳ ଫୁଟି ବାହାରିଲା । ଏହି ଅଲୋକ ଶିଖାର ପ୍ରାନ୍ତକୁ ଠାବ କରିବା ଲାଗି ବିଷ୍ଣୁ ଆସିଲେ ମର୍ତ୍ୟକୁ ଓ ବ୍ରହ୍ମା ଗଲେ ସ୍ୱର୍ଗକୁ । ବ୍ରହ୍ମା ଆଲୋକ ରଶ୍ମିର ପ୍ରାନ୍ତକୁ ଦେଖିଲେ ବୋଲି ମିଛ କହିଲେ, ଶେଷରେ ବିଷ୍ଣୁ ପରାଜୟ ସ୍ୱୀକର କଲେ । ଶିବ ଏକଥା ଜାଣି ପାରି ଏକ ଦ୍ୱିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ବ୍ରହ୍ମାଙ୍କୁ ମିଛ କହିବାଲାଗି ଅଭିଶାପଦେଲେ ଯେ ମର୍ତ୍ୟରେ କୌଣସି ଉତ୍ସବରେ ସେ ପୂଜା ପାଇବେ ନାହିଁ । ସୃଷ୍ଟି ଥିବା ପର୍ଯ୍ୟନ୍ତ ସମସ୍ତେ ବିଷ୍ଣୁଙ୍କୁ ପୂଜା କରିବେ ଏହି ଅଲୋକ ରଶ୍ମି ହେଉଛି ଜ୍ୟୋତିର୍ଲିଙ୍ଗ ଏହାର ଏକ ଅଂଶ ହେଉଛନ୍ତି ଭଗବାନ ଶିବ । ଜ୍ୟୋତିର୍ଲିଙ୍ଗ ପୀଠରେ ଶିବଙ୍କୁ ଏକ ଅଲୋକ ସ୍ତମ୍ଭ ବା ଲିଙ୍ଗ ରୂପରେ ପୂଜା କରାଯାଏ । ଏହି ସ୍ତମ୍ଭ ଭଗବାନ ଶିବଙ୍କ ପ୍ରତୀକ । ସଧାରଣତଃ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ୱାସ କରାଯାଏ ସେଥିମଧ୍ୟରୁ ୧୨ଟି ପୀଠ ହେଉଛି ଅତି ପବିତ୍ର ମଧ୍ୟରେ ସୋମନଥ ଅନ୍ୟତମ ।

ମନ୍ଦିର[ସମ୍ପାଦନା]

ଗୁଜରାଟର ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନାହିଁ, କେବଳ ରହିଛି ପାଣି । ମୁସଲମାନଙ୍କ ଦ୍ୱରା ୧୬ ଥର ଲୁଣ୍ଠନ ହୋଇଥିବା ସୋମନାଥ ମନ୍ଦିର ୧୯୪୭ରେ ପୁନଃନିର୍ମାଣ କରାଯାଇଛି । [୩]

ପୂଜା ଓ ପର୍ବପର୍ବାଣି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ମିଶ୍ର, ପଣ୍ଡିତ ରାମକୃଷ୍ଣ. "ସ୍ୱୟମ୍ଭୁ ଆଦି ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥ". ସମୟ. Retrieved 18 February 2015.
  2. Venugopalam 2003, pp. 92–95
  3. ସମ୍ବାଦ ତା୧୯-୦୨-୨୦୧୩

ଅଧିକତଥ୍ୟ[ସମ୍ପାଦନା]