ଦ୍ଵାରକାଧୀଶ ମନ୍ଦିର

Coordinates: 22°14′16.39″N 68°58′3.22″E / 22.2378861°N 68.9675611°E / 22.2378861; 68.9675611
ଉଇକିପିଡ଼ିଆ‌ରୁ
ଦ୍ୱାରକାଧୀଶ ମନ୍ଦିର
द्वारकाधीश मंदिर
ମନ୍ଦିର ଶିଖର ସହିତ ସମ୍ମୁଖ ପ୍ରବେଶ ଦ୍ୱାର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀକୃଷ୍ଣ
Festivalsକୃଷ୍ଣ ଜନ୍ମାଷ୍ଟମୀ
Location
ସ୍ଥାନଦ୍ୱାରକା
Stateଗୁଜରାଟ
Countryଭାରତ
ଦ୍ଵାରକାଧୀଶ ମନ୍ଦିର is located in Gujarat
ଦ୍ଵାରକାଧୀଶ ମନ୍ଦିର
Location in Gujarat
ଭୌଗଳିକ ଅବସ୍ଥିତି22°14′16.39″N 68°58′3.22″E / 22.2378861°N 68.9675611°E / 22.2378861; 68.9675611
Architecture
Typeମନ୍ଦିର
Styleମାରୁ-ଗୁର୍ଯର ସ୍ଥାପତ୍ୟ (Māru-Gurjara architecture)
Completed15th—16th century (present architecture)
Website
www.dwarkadhish.org


ଦ୍ୱାରକାଧୀଶ ମନ୍ଦିର, ଅନ୍ୟ ନାମ ଜଗତ ମନ୍ଦିର, ବା ଦ୍ୱାରକାଧିଶ, ଏକ ହିନ୍ଦୁ ମନ୍ଦିର ଯାହା କୃଷ୍ଣଙ୍କୁ ସମର୍ପିତ ହୋଇଛି ଯାହାଙ୍କୁ ଦ୍ୱାରକାର ରାଜା ବା ଦ୍ୱାରକାଧୀଶ ମଧ୍ୟ କୁହାଯାଏ । ଭାରତର ଥିବା ଗୁଜରାଟ ପ୍ରଦେଶରେ ଏହି ମନ୍ଦିରକୁ ଚାରି ଧାମ ମଧ୍ୟରୁ ଗୋଟିଏ ଧାମର ମର୍ଯ୍ୟାଦା ଦିଆଯାଏ । ପାଞ୍ଚ ମହଲା ବିଶିଷ୍ଟ ମୂଖ୍ୟ ମନ୍ଦିରରେ ୭୨ଟି ସ୍ତମ୍ଭ ଅଛି ଯାହାକୁ ଜଗତ ମନ୍ଦିର ବା ନିଜ ମନ୍ଦିର କୁହାଯାଏ । ସ୍ଥାପତ୍ୟ ଦୃଷ୍ଟିରୁ ଦେଖିଲେ ଏହି ମନ୍ଦିର ୨୦୦୦ ପୂର୍ବେ ତିଆରି ହୋଇଥିବା ଜଣାଯାଏ ।[୧][୨][୩] ଏହି ମନ୍ଦିର ୧୫ଶ-୧୬ ଶ ଶତାବ୍ଦୀରେ ପରିବର୍ଦ୍ଧିତ ହୋଇଥିଲା ।[୪][୫]୧୯୮୮, [୬][୭] ପରମ୍ପରା ଅନୁସାରେ ମୂଳ ମନ୍ଦିରଟି କୃଷ୍ଣଙ୍କ ନାତି ବଜ୍ରନାଭ ତିଆରି କରିଥିଲେ ଯାହା କୃଷ୍ଣଙ୍କର ବାସସ୍ଥଳୀ ଥିଲା । ୧୪୭୨ ମସିହାରେ ମାହମୁଦ ବେଗାଡ ଏହି ମନ୍ଦିରକୁ ଭାଙ୍ଗି ଦେଇଥିଲେ ଓ ତାହା ୧୫ଶ-୧୬ଶ ଶତାବ୍ଦୀରେ ପୁନର୍ନିମାଣ କରାଯାଇଥିଲା । ପବିତ୍ର ଚାରି ଧାମ ମଧ୍ୟରୁ ଏହା ଗୋଟିଏ ବୋଲି ବିବେଚିତ ହୁଏ । ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟ ଏହି ମନ୍ଦିର ପରିଦର୍ଶନ କରିଥିଲେ । ଅନ୍ୟ ତିନି ଧାମର ନାମ ରାମେଶ୍ୱରମ, ବଦ୍ରିନାଥପୁରୀବିଷ୍ଣୁଙ୍କର ୯୮ତମ ଦିବ୍ୟ ଦେଶମ ଯାହା ବିଷୟରେ ପବିତ୍ର ଦିବ୍ୟ ପ୍ରବନ୍ଧ ପୁସ୍ତକରେ ଲିପିବଦ୍ଧ ଅଛି । ରାଜା ଜଗତ ସିଂହ ରାଠୋର .[୮] ଏହାର ପୁନର୍ନିମାଣ କରିଥିଲେ ଯାହାର ଉଚ୍ଚତା ସମୁଦ୍ର ପତନଠାରୁ ୧୨.୧୯ ମିଟର ଉଚ୍ଚ । ଏହି ମନ୍ଦିର ଭିତରେ ଗର୍ଭଗୃହ (ନିଜ ମନ୍ଦିର ବା ହରିଦଗର୍ଭ) ଓ ଅନ୍ତରାଳ ଥିଲା । [୯] ସେ ଯାହାହେଉ ଏହି ମନ୍ଦିର ୧୬ଶ ଶତାବ୍ଦୀରେ ତିଆରି ହୋଇଥିଲା ।

କିମ୍ବଦନ୍ତୀ[ସମ୍ପାଦନା]

ହିନ୍ଦୁ କିମ୍ବଦନ୍ତୀ ଅନୁସାରେ ସମୁଦ୍ର ଗର୍ଭରୁ ଉଦ୍ଧାର କରିଥିବା ଏକ ଜାଗାରେ କୃଷ୍ଣ ଦ୍ୱାରକା ନଗରୀ ତିଆରି କରିଥିଲେ । ଥରେ କୃଷ୍ଣ ଓ ରୁକ୍ମିଣୀଙ୍କୁ ଦର୍ଶନ କରିବାକୁ ଦୁର୍ବାସା ଋଷି ଆସିଥିଲେ । ରାଜ ଦମ୍ପତି ତାଙ୍କ ନବରକୁ ନେଇ ଯିବାକୁ ଋଷି ଇଚ୍ଛା ପ୍ରକାଶ କରିଥିଲେ । କିଛି ଦୂର ଚାଲିବା ପରେ ରୁକ୍ମିଣୀ ଥକ୍କା ହୋଇଗଲେ ଓ କିଛି ଜଳ ଦେବାକୁ କୃଷ୍ଣଙ୍କୁ ଅନୁରୋଧ କଲେ । ସେହି ସ୍ଥାନରେ କୃଷ୍ଣ ଏକ ଗର୍ତ୍ତ ଖୋଳି ଗଙ୍ଗା ନଦୀକୁ ଆଣିଥିଲେ । ଦୁର୍ବାସା ଋଷି କ୍ରୋଧାନ୍ୱିତ ହୋଇ ସେହି ସ୍ଥାନରେ ରୁକ୍ମିଣୀଙ୍କୁ ରହିଯିବାକୁ ଅଭିଶାପ ଦେଇଥିଲେ । ମନ୍ଦିରର ଯେଉଁ ସ୍ଥାନରେ ଋକ୍ମିଣୀଙ୍କ ବିଗ୍ରହ ଅଛି, ସେହି ସ୍ଥାନରେ ସେ ଠିଆ ହୋଇଥିଲେ ।[୧୦]

ଇତିହାସ[ସମ୍ପାଦନା]

ମୁଖ୍ୟ ପ୍ରବେଶ ଦ୍ୱାରକୁ ଯିବା ପାଇଁ ଶିଡ଼ି

ମହାଭାରତ ପୁରାଣରେ ବର୍ଣ୍ଣିତ ଗୁଜରାଟ ପ୍ରଦେଶର ଦ୍ୱାରକା ସହର ଏକଦା ଦ୍ୱାରକା ରାଜ୍ୟ ଥିଲା । ଗୋମତୀ ନଦୀ କୂଳରେ ଅବସ୍ଥିତ ଏହି ସହର କୃଷ୍ଣଙ୍କର ଦ୍ୱାରକା ରାଜ୍ୟର ରାଜଧାନୀ ଥିଲା । ସେଠାରେ ଥିବା ପଥରର ପରୀକ୍ଷାରୁ ଏହା ଐତିହାସିକ ଜଣାଯାଏ ଓ କେତେକ ଜଳ ମଧ୍ୟସ୍ଥ ପଦାର୍ଥ ପରୀକ୍ଷାରୁ ତାହା ମଧ୍ୟଯୁଗୀୟ ଜଣାଯାଏ । ପୁରାତନ ବନ୍ଦର ଜଳ ପ୍ରଭାବରୁ କ୍ଷୟ ହୋଇଥିବା ଜଣାଯାଏ । [୧୧] କୃଷ୍ଣଙ୍କର ଅଣନାତି ବଜ୍ରନାଭ,କୃଷ୍ଣଙ୍କର ଉଆସ ଥିବା ସ୍ଥାନରେ ଏହି ମନ୍ଦିର ତିଆରି କରିଥିବା କଥା ହିନ୍ଦୁମାନେ ବିଶ୍ୱାସ କରନ୍ତି । ୧୭୪୨ ମସିହାରେ ମାହାମୁଦ ବେଗାଡ଼ା ଏହି ମନ୍ଦିରକୁ ଧ୍ବଂସ କରିଥିଲେ ।[୧୨] ଚାଲୁକ୍ୟ ପଦ୍ଧତିରେ ତିଆରି ଏହି ମନ୍ଦିର ୧୫-୧୬ଶ ଶତାବ୍ଦୀରେ ତିଆରି ହୋଇଥିବା ଜଣାଯାଏ । ପୂର୍ବ-ପଶ୍ଚିମ ଦିଗରେ ଏହାର ଦୈର୍ଘ୍ୟ ୧୭x୨୧ ମିଟର ଓ ଉତ୍ତର ଦକ୍ଷିଣ ଦିଗରେ ଦୈର୍ଘ୍ୟ ୨୩x29 ମିଟର । ମନ୍ଦିର ଶିଖର ଉଚ୍ଚତା ୫୧.୮ ମିଟର ।

ଧାର୍ମିକ ମହତ୍ୱ[ସମ୍ପାଦନା]

ଦ୍ୱାରକାରେ ଥିବା ଗୋମତୀ ନଦୀ କୂଳରେ ଦ୍ୱାରକାଧୀଶ ମନ୍ଦିର

ପୁରାତନ ସହର ଓ ମହାଭାରତରେ ଲିଖିତ କୃଷ୍ଣଙ୍କ ବାସସ୍ଥଳୀ ହୋଇଥିବାରୁ ହିନ୍ଦୁମାନଙ୍କର ଦ୍ୱାରକା ଏକ ତୀର୍ଥ ସ୍ଥାନ ଭାବରେ ସ୍ୱୀକୃତ ହୋଇଛି । ତିନୋଟି ‘କୃଷ୍ଣ ତୀର୍ଥସ୍ଥାନ’ ମଧ୍ୟରୁ ଏହା ଗୋଟିଏ ଓ ଅନ୍ୟ ଦୁଇଟିର ନାମ ହରିୟାଣା ପ୍ରଦେଶର ’୪୮ କୋଷ କୁରୁକ୍ଷେତ୍ର ପରିକ୍ରମା’ ଓ ମଥୁରାର ‘ବ୍ରଜ ପରିକ୍ରମା’ । ମନ୍ଦିର ଚୁଡ଼ାର ପତାକାରେ ସୂର୍ଯ୍ୟ ଓ ଚନ୍ଦ୍ର ଚିହ୍ନ ଅଛି ଯାହା ପୃଥିବୀରେ ସୂର୍ଯ୍ୟ ଚନ୍ଦ୍ର ଥବା ଯାଏ ଏହି ମନ୍ଦିର ରହିବା ସୂଚନା ଦିଏ ।[୧୩] ଦୈନିକ ୫ ଥର ପତାକା ବଦଳ କରାଯାଏ, କିନ୍ତୁ ଚିହ୍ନ ସମାନ ରହେ । ୭୨ ସ୍ତମ୍ଭ ଉପରେ ନିର୍ମିତ ଏହି ମନ୍ଦିରର ପାଞ୍ଚଟି ମହଲା ଅଛି । ଏହାର ଉଚ୍ଚତା ୭୮.୩ ମିଟର ।[୧୩][୧୪] ବିଭିନ୍ନ ରାଜ ଶାସକ ଥିଲେ ମଧ୍ୟ ମନ୍ଦିରର ସ୍ଥାପତ୍ୟ ସମାନ ରହିଛି ଯାହା ଚୂନ ପଥରରେ ତିଆରି ହୋଇଛି ।

ହିମାଳୟର ପାଦଦେଶରେ ଗଙ୍ଗୋତ୍ରି, ଜମୁନୋତ୍ରି, ବଦ୍ରିନାଥ ଓ କେଦାରନାଥ ନାମକ ଚାରୋଟି ‘ଛୋଟ ଧାମ’ ଅଛି । [୧୫]ଚାରି ଧାମରୁ ଚିହ୍ନଟ କରିବା ନିମନ୍ତେ ‘ଛୋଟ ଧାମ ନାମ ଦିଆଯାଇଛି ।[୧୬]

ମନ୍ଦିରର ମୂଖ୍ୟ ପ୍ରବେଶ ଦ୍ୱାର ଉତ୍ତର ଦିଗରେ ଅଛି ଯାହାକୁ ‘ମୋକ୍ଷ ଦ୍ୱାର’ କୁହାଯାଏ । ଉତ୍ତର ଦିଗର ଦ୍ୱାରକୁ ସ୍ୱର୍ଗ ଦ୍ୱାର କୁହାଯାଏ । ଏହି ଦ୍ୱାରରୁ ୫୬ଟି ପାହାଚ ଅଛି ଯାହା ଗୋମତୀ ନଦୀ ତୀର ପର୍ଯ୍ୟନ୍ତ ଯାଇଛି ।[୧୭] ହିନ୍ଦୁ, ଶୈବ ଓ ବୈଷ୍ଣବ: ଏହି ତିନି ଧର୍ମରେ ଲୋକମାନେ ବିଭକ୍ତ ହେଲେ ମଧ୍ୟ ସବୁ ଧର୍ମର ଲୋକ ଏହି ଚାରି ଧାମକୁ ପ୍ରବେଶ କରନ୍ତି ।[୧୮] ଜୀବନରେ ଥରେ ହେଉ ପଛେ, ଚାରି ଧାମ ଯିବାକୁ ହିନ୍ଦୁମାନେ ଇଚ୍ଛା କରିଥାଆନ୍ତି । [୧୯] ଚାରି ଧାମର ଯାତ୍ରା ପୁରୀରୁ ଆରମ୍ଭ ହୁଏ ଓ ଘଡ଼ି କଣ୍ଟା ଦିଗରେ ଯାତ୍ରା ହୁଏ । ସକାଳ ୬ ଟାରୁ ଦିନ ଗୋଟାଏ ଓ ସନ୍ଧ୍ୟା ୫ଟାରୁ ରାତି ୯୩୦ ପର୍ଯ୍ୟନ୍ତ ମନ୍ଦିର ଖୋଲେ। କୃଷ୍ଣ ଜନ୍ମାଷ୍ଟମୀ ବା ଗୋକୁଳାଷ୍ଟମୀ ଦିନ ପାଳନ ପାଇଁ ଭଲ୍ଲବ (୧୪୭୩-୧୫୩୧) ନିୟମ କରିଥିଲେ ।[୨୦] କିମ୍ବଦନ୍ତୀ ଅନୁସାରେ ରାଜପୂତ କନ୍ୟା ମୀରା ବାଈ ଏହି ମନ୍ଦିରରେ ଠାକୁରଙ୍କ ଦେହରେ ଲୀନ ହୋଇଯାଇଥିଲେ । ଭାରତର ସପ୍ତ ପୁରୀ bଏହା ଗୋଟିଏ ବୋଲି କୁହାଯାଏ । ମନ୍ଦିରର ଚାରି ମହଲା ଚାରି ପୀଠର ସୂଚନା ଦିଏ । ମନ୍ଦିର କାନ୍ଥରେ ସଙ୍କରାଚାର୍ଯ୍ୟଙ୍କ ଜୀବନୀ ଚିତ୍ର ଅଛି ଓ ଶିଖରରେ ଶିବଙ୍କର ବିଭିନ୍ନ ମୁଦ୍ରାରେ ଥିବା ଖୋଦେଇ ଅଛି ।

ପୁରସ୍କାର[ସମ୍ପାଦନା]

ଯୁକ୍ତ ରାଷ୍ଟ୍ର ଆମେରିକାରେ ଥିବା ନିଉ ଜର୍ସିର “ପୃଥିବୀ ପ୍ରତିଭା ସଂସ୍ଥା” ୨୨ ମାର୍ଚ୍ଚ ୨୦୨୧ ମସିହାରେ ଏହି ଦ୍ୱାରକାଧୀଶ ଜଗତ ମନ୍ଦିରକୁ “ପୃଥିବୀର ଆଶ୍ଚର୍ଯ୍ୟଜନକ ସ୍ଥାନ” ସାର୍ଟିଫିକେଟ ଦେଇଛି ।[୨୧][୨୨]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଗ୍ରନ୍ଥସୂଚୀ[ସମ୍ପାଦନା]

  • Bansal, Sunita Pant (1 January 2008). Hindu Pilgrimage. Pustak Mahal. ISBN 978-81-223-0997-3.
  • Bandyopadhyay, Deepak (11 June 2014). Hinduism. Rupa Publications India Pvt. Ltd 2014. ISBN 978-81-291-3428-8.
  • Desai, Anjali H. (2007). India Guide Gujarat. India Guide Publications. ISBN 978-0-9789517-0-2.
  • Paramāra, Thomasa (1996). Temples of Gujarat Built During the Mughal Period. Thomas B. Parmar.
  • UNESCO World Cultural Heritage Site status, report on Indian Express newspaper website
  • Underwater remains near Dwarakadheesh temple, on website of National Institute of Oceanography
  • Brockman, Norbert C. (2011). Encyclopedia of Sacred Places. California: ABC-CLIO, LLC. ISBN 978-1-59884-655-3.
  • Gwynne, Paul (2009). World Religions in Practice: A Comparative Introduction. Oxford: Blackwell Publication. ISBN 978-1-4051-6702-4.


ଆଧାର[ସମ୍ପାଦନା]

  1. S. R. Rao (1988). Marine Archaeology of Indian Ocean Countries. National Institute of Oceanography. pp. 18–25. ISBN 8190007408. The Kharoshti inscription in the first floor of Sabhamandapa of Dwarkadhish Temple is assignable to 200 BC. [...] Excavation was done by the veteran archaeologist H.D. Sankalia some twenty years ago on the western side of the present Jagat-Man- dir at Modern Dwarka and he declared that the present Dwarka was not earlier than about 200 BC.
  2. L. P. Vidyarthi (1974). Journal of Social Research,Volume 17. Council of Social and Cultural Research. p. 60. Inscription in brahmi found in the temple supports the fact of its construction during the Mauryan regime. Apart from this beginning, the pages of history of Dwarka and Dwarkadhish temple are full of accounts of its destruction and reconstruction in the last 2000 years.
  3. Alok Tripathi (2005). Remote Sensing And Archaeology. Sundeep Prakashan. p. 79. ISBN 8175741554. In 1963 H.D. Sankalia carried out an archaeological excavation.. at Dwarkadheesh temple at Dwarka to solve the problem. Archaeological evidences found in this excavation were only 2000 years old
  4. 1988, P. N. Chopra, "Encyclopaedia of India, Volume 1", page.114
  5. Rao, Shikaripur Ranganath (1999). The lost city of Dvārakā. Aditya Prakashan. ISBN 978-8186471487.
  6. ପି.ଏନ. ଚୋପ୍ରା, ଏନସାଇକ୍ଳୋପେଡିଆ ଅଫ ଇଣ୍ଡିଆ, ଭଲ୍ଯୁମ୍ ୧, ପୃଷ୍ଠା ୧୧୪
  7. Rao, Shikaripur Ranganath (1999). The lost city of Dvārakā. Aditya Prakashan. ISBN 978-8186471487.
  8. Bandyopadhyay 2014, p. 71.
  9. Paramāra 1996, p. 87.
  10. Bhoothalingam, Mathuram (2016). S., Manjula (ed.). Temples of India Myths and Legends. New Delhi: Publications Division, Ministry of Information and Broadcasting, Government of India. pp. 87–91. ISBN 978-81-230-1661-0.
  11. Gaur, A.S.; Sundaresh and Sila Tripati (2004). "An ancient harbour at Dwarka: Study based on the recent underwater explorations". Current Science. 86 (9).
  12. Goel, Sita Ram. (1994). The story of Islamic imperialism in India (2nd rev. ed.). New Delhi: Voice of India. ISBN 8185990239. OCLC 36040086.
  13. ୧୩.୦ ୧୩.୧ "Dwarkadish Temple, Dwarkadish Temple Dwarka, Dwarkadish Temple in India". Indianmirror.com. Retrieved 4 March 2014.
  14. Hiralaxmi Navanitbhai (2007). Gujarat- Volume 2 of Smt. Hiralaxmi Navanitbhai Shah Dhanya Gurjari Kendra Prakashan. Gujarat Vishvakosh Trust. p. 445.
  15. Melton, J. Gordon; Baumann, Martin (2010). Religions of the World, Second Edition: A Comprehensive Encyclopedia of Beliefs and Practices. ABC-CLIO. p. 540. ISBN 9781598842043.
  16. Mittal, Sushil (2004). The Hindu World. New York: Routledge. pp. 482–483. ISBN 0-203-64470-0.
  17. Chakravarti 1994
  18. Brockman 2011, pp. 94-96
  19. Gwynne 2008, Section on Char Dham
  20. Harshananda, Swami (2012). Hindu Pilgrim centres (2nd ed.). Bangalore, India: Ramakrishna Math. p. 87. ISBN 978-81-7907-053-6.
  21. Gujarati, TV9 (22 March 2021). "Devbhumi Dwarka: દ્વારકાના જગતમંદિરને મળ્યું વર્લ્ડ અમેઝિંગ પેલેસનું સન્માન" [Devbhumi Dwarka: Dwarka's Jagatmandir honored with World Amazing Palace]. Tv9 Gujarati (in ଗୁଜୁରାଟୀ). Retrieved 23 March 2021.{{cite news}}: CS1 maint: numeric names: authors list (link)
  22. "Shree Dwarkadhish Temple | World Talent Organization". worldtalentorg.com. 13 March 2021. Retrieved 23 March 2021.

ବାହ୍ୟ ଲିଙ୍କ[ସମ୍ପାଦନା]