Jump to content

ନାଗେଶ୍ଵର ଜ୍ୟୋତିର୍ଲିଙ୍ଗ

Coordinates: 22°20′09″N 69°05′13″E / 22.3359°N 69.0869°E / 22.3359; 69.0869
ଉଇକିପିଡ଼ିଆ‌ରୁ
ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ
नागेश्वर मंदिर
ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ଦ୍ୱାରକା, ଗୁଜରାଟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictDevbhumi Dwarka
ଦେବାଦେବୀଶିବ
Festivalsମହା ଶିବରାତ୍ରୀ (Maha Shivaratri)
Location
ସ୍ଥାନDwarka
StateGujarat
Countryଭାରତ
ନାଗେଶ୍ଵର ଜ୍ୟୋତିର୍ଲିଙ୍ଗ is located in Gujarat
ନାଗେଶ୍ଵର ଜ୍ୟୋତିର୍ଲିଙ୍ଗ
Nageshvara Jyotirlinga location in India
ଭୌଗଳିକ ଅବସ୍ଥିତି22°20′09″N 69°05′13″E / 22.3359°N 69.0869°E / 22.3359; 69.0869
ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ
ଜଗେଶ୍ୱର ମନ୍ଦିର, ପୃଷ୍ଠା ଦେଶରେ ଦାରୁକବଣ, ପବିତ୍ର ଡେଓଧର ଜଙ୍ଗଲ

ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଏକ ପୌରାଣିକ ମନ୍ଦିର ଯାହାର ବର୍ଣ୍ଣନା ଶିବ ପୁରାଣରେ ଅଛି । ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଗୋଟିଏ । ଗୁଜରାଟର ଦ୍ୱାରକାରେ ଏହା ଅବସ୍ଥିତ ।

ଜ୍ୟୋତିର୍ଲିଙ୍ଗ

[ସମ୍ପାଦନା]

ଶିବ ପୁରାଣ ଅନୁସାରେ ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ପାଳନକର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ ‘କିଏ ବଡ଼’ ଏହି ପ୍ରସଙ୍ଗର ଯୁକ୍ତିତର୍କ ଲାଗିଲା । ତାଙ୍କୁ ପରୀକ୍ଷା କରିବା ନିମନ୍ତେ ତିନି ଲୋକକୁ ଶିବ ଏକ ଆଲୋକ ସ୍ତମ୍ଭରେ ପରିଣତ କରିଦେଲେ ଯାହାକୁ ଜ୍ୟୋତିର୍ଲିଙ୍ଗ (Jyotirlinga)କୁହାଗଲା । ବ୍ରହ୍ମା ବିଷ୍ଣୁ ଦୁହେଁ ଅଲଗା ଅଲଗା ଭାବରେ ସେହି ଆଲୋକ ସ୍ତମ୍ଭକୁ ମାପିବାକୁ ଲାଗିଲେ । ବ୍ରହ୍ମା ଉର୍ଦ୍ଧ୍ୱ ଦିଗକୁ ଯାଇ ତାହାର ଶେଷ ଅଂଶ ଦେଖି ଆସିଛନ୍ତି କହିଲେ ଯାହା ଏକା ମିଥ୍ୟା ଥିଲା ବୋଲି ମାନିଥିଲେ । ବିଷ୍ଣୁ ନିମ୍ନ ଦିଗରେ ଗଲେ ଓ ଶେଷ ଭାଗ ଦେଖିନପାରି ସତ୍ୟ କଥା କହିଲେ । ଏହା ପରେ ଶିବ ଏକ ଦ୍ୱିତୀୟ ଜ୍ୟୋତିର୍ଲିଙ୍ଗ ସୃଷ୍ଟି ଭାବରେ ସୃଷ୍ଟି ହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଲେ ଏ ସେ କୌଣସି ପୂଜାରେ ସ୍ଥାନ ପାଇବା ଯୋଗ୍ୟ ରହିବେନି । ଜ୍ୟୋତିର୍ଲିଙ୍ଗ ଏକ ସୁପ୍ରିମ ଅଦୃଶ୍ୟ ବାସ୍ତବତା ଯେଉଁଥିରେ ଶିବ ସୃଷ୍ଟି ହୁଅନ୍ତି । ଶିବଙ୍କ ସେହି ଆବିର୍ଭାବ ସମୟକୁ ଜ୍ୟୋତିର୍ଲିଙ୍ଗ ସ୍ମରଣ କରାଏ । [][]

ପ୍ରଥମରୁ ୬୪ଟି ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ୱାସ କରାଯାଏ । ଏମାନଙ୍କ ମଧ୍ୟରୁ ୧୨ଟି ବିଶେଷ ପବିତ୍ର ସ୍ଥାନ ବୋଲି ମନେ କରାଯାଏ । [] । ସେହି ବାରଟି ସ୍ଥାନ ଶିବଙ୍କର ଭିନ୍ନ ଭିନ୍ନ ନାମରେ ନାମିତ ହୋଇଛି ।[] ସେହି ସ୍ଥାନରେ ମୂଳ ଠାକୁର ହେଉଛନ୍ତି ଲିଙ୍ଗ ଯାହା ଅସୀମ ସ୍ତମ୍ଭକୁ ବୁଝାଏ ।[][][] ବାରଟି ଜ୍ୟୋତିର୍ଲିଙ୍ଗ ଥିବା ସ୍ଥାନ ଯଥାକ୍ରମେ: ଗୁଜରାଟରେ ଥିବା ସୋମନାଥ ମନ୍ଦିର, ଶ୍ରୀଶୈଲମର ମଲ୍ଲିକାର୍ଜୁନ, ଉଜ୍ଜୟନୀ, ମଧ୍ୟପ୍ରଦେଶର ମହାକାଳେଶ୍ୱର, ମଧ୍ୟପ୍ରଦେଶର ଓଁକାରେଶ୍ୱର, ହିମାଳୟର କେଦାରନାଥ, ମହାରାଷ୍ଟ୍ରର ଭୀମଶଙ୍କର, ବାରାଣସୀର ବିଶ୍ୱନାଥ, ମହାରାଷ୍ଟ୍ରର ତ୍ର୍ୟମ୍ବକେଶ୍ୱର, ଦେଓଘରର ବୈଦ୍ୟନାଥ, ମହାରାଷ୍ଟ୍ରର ଅଉନ୍ଧ ନାଗନାଥ ମନ୍ଦିର, ରାମେଶ୍ୱରର ରାମନାଥ ସ୍ୱାମୀ, ଓ ଅଉରଙ୍ଗାବାଦର ଗ୍ରୀସନେଶ୍ୱର ମନ୍ଦିର ।[][]

ଗୁଜରାଟର ଦାରୁକାବନମ ଜଙ୍ଗଲ ମଧ୍ୟରେ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଅବସ୍ଥିତ । []

କିମ୍ବଦନ୍ତୀ

[ସମ୍ପାଦନା]

ଶିବ ପୁରାଣ ଅନୁସାରେ ଭାରତର ଏକ ଜଙ୍ଗଲର ପୁରାତନ ନାମ ହେଉଛି ଦାରୁକବଣ ଯେଉଁଠାରେ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଅବସ୍ଥିତ । ଏହି ଦାରୁକବଣ ପୁରାଣ ମାନଙ୍କରେ କାମ୍ୟକବନ, ଦୈତବଣ, ଓ ଦଣ୍ଡକବଣ ଭଳି ବିଭିନ୍ନ ନାମରେ ନାମିତ ହୋଇଛି ।

ଗମନାଗମନ

[ସମ୍ପାଦନା]

ନିକଟବର୍ତ୍ତୀ ଏୟାରପୋର୍ଟ: ଜାମନଗର ଏୟାରପୋର୍ଟ । ରେଲ ଷ୍ଟେସନ: ଦ୍ୱାରକା ରେଲ ଷ୍ଟେସନ ଓ ଓଖା ରେଲ ଷ୍ଟେସନ

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. Eck 1999, p. 107.
  2. Gwynne 2008, Char Dham.
  3. ୩.୦ ୩.୧ R. 2003, pp. 92–95.
  4. ୪.୦ ୪.୧ Lochtefeld 2002, pp. 324–325.
  5. Harding 1998, pp. 158–158.
  6. Vivekananda Vol. 4
  7. Chaturvedi 2006, pp. 58–72.
  8. "Nageshwar Jyotirling". devbhumidwarka.nic.in. National Informatics Centre. Retrieved 25 September 2021.

ବାହ୍ୟ ଲିଙ୍କ

[ସମ୍ପାଦନା]