ବ୍ରାହ୍ମଣ
Appearance
An article related to |
---|
Practices
|
ବ୍ରାହ୍ମଣ (ପାଳି/ସଂସ୍କୃତ: Brāhmaṇa; ब्राह्मण) ସ୍ମୃତିରେ ବର୍ଣ୍ଣିତ ଚାରି ବର୍ଣ୍ଣ ଭିତରୁ ଗୋଟିଏ । ବୈଦିକ କାଳରେ, ବ୍ରାହ୍ମଣ ମୁଖ୍ୟତଃ ପୂଜାପାଠ, ଶିକ୍ଷା ଆଦି କାର୍ଯ୍ୟ କରୁଥିଲେ ।
ସଂସ୍କାର ଏବଂ ପରମ୍ପରା
[ସମ୍ପାଦନା]ଶାସ୍ତ୍ରନୁସାରେ ବ୍ରାହ୍ମଣର ବିଭିନ୍ନ ନାମର ଉତ୍ପତ୍ତି ଏହିପରି— ପ୍ରଥମେ ଲୋକ 'ଶୂଦ୍ର' ରୂପ ଜନ୍ମ ଗ୍ରହଣ କରେ, ଉପନୟନ ସଂସ୍କାର ପରେ ସେ 'ଦ୍ୱିଜ' ବୋଲାଏ; ବେଦ ପାଠ କଲେ ତାହାର ନାମ 'ବିପ୍ର' ହୁଏ; ବିପ୍ର ବ୍ରହ୍ମଙ୍କୁ ଚିହ୍ନିଲେ, ଅର୍ଥାତ୍ ବିପ୍ରର ବ୍ରହ୍ମଜ୍ଞାନ ଜନ୍ମିଲେ ସେ ବ୍ରାହ୍ମଣ ହୁଏ । ବ୍ରାହ୍ମଣର ଦଶବିଧି ସଂସ୍କାର—
- ଗର୍ଭାଧାନ— ବିବାହ ପରେ ପରିଣୀତା ପତ୍ନୀଙ୍କ ସହବାସ କରି ଗର୍ଭ ସଞ୍ଚାର କରାଇବା ନିମନ୍ତେ ବେଦବିହିତ ଅନୁଷ୍ଠାନ
- ପୁଂସବନ— ଗର୍ଭର ତୃତୀୟ ମାସରେ ଗର୍ଭସ୍ପନ୍ଦନ ସମୟରେ ଅନୁଷ୍ଠେୟ ଆଚାର
- ସୀମାନ୍ତୋନ୍ନୟନ— ଗର୍ଭର ୪ର୍ଥ, ୬ଷ୍ଠ ବା ଅଷ୍ଟମ ମାସରେ ଅନୁଷ୍ଠେୟ ଆଚାର
- ଜାତକର୍ମ— ସନ୍ତାନ ଭୂମିଷ୍ଠ ହେଲେ ଜନକଙ୍କ ଅନୁଷ୍ଠେୟ ଆଚାର
- ନାମକରଣ— ଜନ୍ମର ୬ ମାସ ପରେ ସନ୍ତାନର ନାମ ଦେବା ଆଚାର
- ଅନ୍ନପ୍ରଶନ—୧ବର୍ଷ ବୟସ ହେବା ପରେ ସନ୍ତାନକୁ ପ୍ରଥମେ ଅନ୍ନ ଖୁଆଇବା ଆଚାର
- ଚୂଡ଼ାକରଣ— ୩ୟ ବର୍ଷ ପରେ ସନ୍ତାନର ମସ୍ତକ ମୁଣ୍ତନ କରି ସ୍ଥଳବିଶେଷରେ କେଶଗୁଚ୍ଛ ରକ୍ଷା କରି ତଦ୍ଦ୍ୱାରା ଶିକ୍ଷା ବନ୍ଧନ କରିବା ଆଚାର (ଏହି ଉପଲକ୍ଷରେ କର୍ଣ୍ଣବେଧ ଓ ବିଦ୍ୟାରମ୍ଭ କରାଯାଏ)
- ଉପନୟନ— ଯଜ୍ଞାଦି କର୍ମ ପୂର୍ବକ ସନ୍ତାନକୁ ଯଜ୍ଞୋପବୀତ ପିନ୍ଧାଇବା ରୁପ ସଂସ୍କାର— ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟମାନଙ୍କର ଏହି ସଂସ୍କାରକୁ ପୁନର୍ଜନ୍ମ ବୋଲାଯାଏ, ଉପନୟନ ହେବାରୁ ଏମାନଙ୍କର ଅନ୍ୟ ନାମ 'ଦ୍ୱିଜ' । ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟଙ୍କର ଉପନୟନ ନିମନ୍ତେ ଭିନ୍ନ ଭିନ୍ନ ବୟସ ନିର୍ଦ୍ଦିଷ୍ଟ ଅଛି । ଉପନୟନ ନ ହେବା ପର୍ଯ୍ୟନ୍ତ ଦ୍ୱିଜ ସନ୍ତାନ ଶୂଦ୍ର ବୋଲି ବିବେଚିତ ହୁଏ ଓ ସଂସ୍କାର ହେଲେ ତାକୁ ଦ୍ୱିଜ ବୋଲାଯାଏ । ଏହି ସଂସ୍କାରହିଁ ଦ୍ୱିଜର ପ୍ରଧାନ ସଂସ୍କାର । ଉପନୟନ କର୍ମ ସାରି ବ୍ରାହ୍ମଣ ସନ୍ତାନ ବ୍ରହ୍ମଚର୍ଯ୍ୟ ଅବଲମ୍ବନ ପୂର୍ବକ ଗୁରୁ ଗୃହରେ ବାସ କରି ବେଦାଧ୍ୟୟନ କରିବ, ଏପରି ବିଧି ଅଛି
- ସମାବର୍ତ୍ତନ— ଗୁରୁ ଗୃହରେ ବେଦାଧ୍ୟୟନ ସମାପ୍ତ କରି ଗୁରୁଙ୍କ ଆଦେଶରେ ବିବାହ ନିମନ୍ତେ ଗୃହକୁ ଫେରି ଆସିବ ସମୟରେ ଅନୁଷ୍ଠେୟ ଆଚାର ଏହିଠାରେ ବ୍ରହ୍ମଚର୍ଯ୍ୟାଶ୍ରମ ସମାପ୍ତ ହୁଏ ।
- ବିବାହ— ବେଦବିହିତ ମନ୍ତ୍ରାଦି ଅନୁଷ୍ଠାନ ପୂର୍ବକ ଧର୍ମପତ୍ନୀ ଗ୍ରହଣ ରୂପ ଆଚାର ଓ ଗୃହସ୍ଥଶ୍ରମରେ ପ୍ରବେଶ ବର୍ତ୍ତମାନ ଏହି ସବୁ ସଂସ୍କାର ବା 'ବଶ କର୍ମ' ନାମ ମାତ୍ର ଅନୁଷ୍ଠିତ ହେଉଅଛି ଓ ଉପନୟନ ବେଳେ ଏକାବେଳକେ ଏହି ଦଶ କର୍ମର ଅଭିନୟ ମାତ୍ର କରାଯାଏ ।
ଦଶବିଧି ସଂସ୍କାର ବ୍ୟତୀତ, ଦ୍ୱିଜମାନଙ୍କର ଚାରିଗୋଟି ଆଶ୍ରମ ନିର୍ଦ୍ଧିଷ୍ଟ ଅଛି: ଯଥା—
- ବ୍ରହ୍ମଚର୍ଯ୍ୟ— ଉପନୟନ ପରେ ବିବାହ ହେବା ପର୍ଯ୍ୟନ୍ତ ଗୁରୁ ବାସ କରି ସଂଯମ ଓ ବ୍ରହ୍ମଚର୍ଯ୍ୟ ରନ୍ଧା ପୂର୍ବକ ବେଦାଭ୍ୟାସ ଓ ଗୁରୁସେବା
- ଗାର୍ହସ୍ଥ୍ୟ— ବିବାହ ପୂର୍ବକ ଆଚାର ଓ କର୍ତ୍ତବ୍ୟ ପ୍ରତିପାଳନ
- ବାନପ୍ରସ୍ଥ— ସନ୍ତାନ ଆଦି ଲାଭ କରିବା ପରେ ଗୃହ ତ୍ୟାଗ କରି ତପଃ ସାଧନାର୍ଥ ଅରଣ୍ୟକୁ ଯିବା ଓ ସେଠାରେ ଫଳ ମୂଳ ଖାଇ ବଞ୍ଚିବା
- ସନ୍ନ୍ୟାସ ବା ଭିକ୍ଷୁ ବ୍ରତ— କେତେକ କାଳ ବାନପ୍ରସ୍ଥ ଅବଲମ୍ବନ କରି ଅତି ବୃଦ୍ଧ ହେଲେ ଜନପଦମାନଙ୍କରେ ଗୃହସ୍ଥାନମାନଙ୍କ ନିକଟରେ ଭିକ୍ଷା କରି ଜୀବନ ଧାରଣ କରନ୍ତି ।
ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]- ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଅଧିକ ପଠନ
[ସମ୍ପାଦନା]ବ୍ରାହ୍ମଣ ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
ବାହାର ଲିଙ୍କ
[ସମ୍ପାଦନା]- Kamat.comରେ List of Brahmin Castes and Sub-castes