ମୀମାଂସା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମୀମାଂସା
ନିର୍ଦ୍ଦେଶକ ଚକ୍ରଧର ସାହୁ
ପ୍ରଯୋଜକ ସୌମ୍ୟ ରଞ୍ଜନ ପଟ୍ଟନାୟକ
ଲେଖକ (ସଂଳାପ): ଡଃ ପ୍ରଦୀପ ଦାସ
ପଟ୍ଟକଥା ଶାନ୍ତନୁ ଗୁପ୍ତା
କଳାକାର ଲିପି, ହର ରଥ, ମୀନକେତନ, ମନୋଜ ପଟ୍ଟନାୟକ, ସୁରେଶ ବଳ, ଅଶୋକ ଦାସ
ସଙ୍ଗୀତ ରତନେସ୍ ଭଗତ୍
ଚିତ୍ରଗ୍ରହଣ ପ୍ରଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୫ ଅଗଷ୍ଟ ୨୦୧୬
ଦେଶ  ଭାରତ
ଭାଷା ଓଡ଼ିଆ

ମୀମାଂସା ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ଏକ ନିଚ୍ଛକ ମୌଳିକ ଓଡ଼ିଆ କାହାଣୀ ଉପରେ ପର୍ଯ୍ୟବେଶିତ । ସୋମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି, ଯାହାର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ସାହୁ । ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଲିପି । ତାଙ୍କ ସ‌ହ ହର ରଥ, ମୀନକେତନ, ମନୋଜ ପଟ୍ଟନାୟକ, ସୁରେଶ ବଳ ପ୍ରମୁଖ ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ । [୧]

ମଣିଷ‌ପଣିଆ, ମାନବିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ହିଁ ଥିଲା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଉପଜୀବ୍ୟ । ସାମାନ୍ୟ ଟଙ୍କା କେଇଟା ପାଇଁ ମଣିଷମାନେ କେଉଁଭଳି ଭାବରେ ହଠାତ୍ ବଦଳିଯାଆନ୍ତି ତାହା ଦୃଶ୍ୟାୟନ ହୋଇଥିଲା ଏହି ଚଳଚ୍ଚିତ୍ରରେ ।[୨]

ଅଭିନୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପିବ୍ୟାଡ଼୍ ଗାର୍ଲ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଲିପିଙ୍କ ପାଇଁ ଏହା ଏକ ଭିନ୍ନ ଚରିତ୍ର ଥିଲା ।[୩] ତାଙ୍କ ସ‌ହ ପୁରୁଖା ଅଭିନେତା ମୀନକେତନ ଏବଂ ସୁରେଶ ବଳ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

  • ଲିପି
  • ହର ରଥ
  • ମୀନକେତନ
  • ସୁରେଶ ବଳ
  • ଶରତ ପରିଡ଼ା
  • ଶିଳାଲିପି ପରିଡ଼ା
  • ମନୋଜ ପଟ୍ଟନାୟକ
  • ଅଶୋକ ଦାସ
  • ରବି ମିଶ୍ର
  • ଅଶୋକ ଓଝା
  • ଶରତ ପରିଡ଼ା
  • ମାମୁନି

କାହାଣୀ[ସମ୍ପାଦନା]

ଗୋଟିଏ ମସ୍ୟଜୀବିର ନିଖୋଜ ହେବା ଏବଂ ଏହାକୁ ନେଇ ତା'ର ସମ୍ପର୍କୀୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଥାକୁ ନେଇ ନିର୍ମାଣ ହୋଇଥିଲା ଏହି ଚଳଚ୍ଚିତ୍ରଟି ।

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମୁମ୍ବାଇର ସଙ୍ଗୀତ ନିର୍ଦ୍ଦେଶକ ରତନେସ୍ ଭଗତ୍[୪] ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ନିଜାମ, ଜିତେନ୍ଦ୍ର ପ୍ରଧାନ ଏବଂ ମୋହିତ ଚକ୍ରବର୍ତ୍ତୀ । ମହାଲକ୍ଷ୍ମୀ ଅୟର୍, ସଂଗ୍ରାମ ମହାନ୍ତି ଏବଂ ଅମନ ତ୍ରୀଖା ପ୍ରମୁଖ ଏହି ଗୀତଗୁଡ଼ିକର କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ
ଧିମା ଧିମା ପ୍ରେମରେ
ସବୁ ଦିଶେ ଯୋଡ଼ି ଯୋଡ଼ି ଗୋରୀ ଦିଶେ କାଳି
ଆରେ ସାଥି ଆ
ଢେଉ ଫେରେ କୂଳେ

ଆଧାର[ସମ୍ପାଦନା]