ଭୀମାଶଙ୍କର ମନ୍ଦିର
ଭୀମାଶଙ୍କର ମନ୍ଦିର | |
---|---|
भीमशंकर मंदिर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପୁଣେ |
ଦେବାଦେବୀ | Bhīmāshankar (Shiva) |
Festivals | Mahashivratri |
Location | |
ସ୍ଥାନ | ଭୀମଶଙ୍କର |
State | ମହାରାଷ୍ଟ୍ର |
Country | ଭାରତ |
ଭୌଗଳିକ ଅବସ୍ଥିତି | 19°04′19″N 73°32′10″E / 19.072°N 73.536°E |
Architecture | |
Type | Nagara |
Website | |
Official Site: http://Jyotirlingabhimashankar.com |
ଭୀମାଶଙ୍କର ମନ୍ଦିର ଏକ ଜ୍ୟୋତିର୍ଲିଙ୍ଗ ମନ୍ଦିର ଯାହା ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା ପୁଣେଠାରୁ ୫୦ କିମି ଦୂର ଖେଡ଼ା ତାଲୁକାର ଅବସ୍ଥିତ । ପୁଣେର ଶିବାଜୀନଗରରୁ ୧୨୭ କିମି ଦୂରରେ ପଶ୍ଚିମ ଘାଟ ପର୍ବତମାଳାର ସହ୍ୟାଦ୍ରି ପର୍ବତରେ ଅବସ୍ଥିତ । ଭୀମାଶଙ୍କରଠାରେ ଭୀମା ନଦୀର ଉତ୍ସ ଅଛି । ଏହି ନଦୀ ଦକ୍ଷିଣପୂର୍ବ ଦିଗକୁ ପ୍ରବାହିତ ହୋଇ ରାୟଚୁରଠାରେ କ୍ରୀଷ୍ଣା ନଦୀର ମିଶିଯାଇଛି ।
ଜ୍ୟୋତିର୍ଲିଙ୍ଗ
[ସମ୍ପାଦନା]ଶିବ ମହାପୁରାଣ ଅନୁସାରେ ଏକଦା ବ୍ରହ୍ମା ଓ ବିଷ୍ଣୁଙ୍କର ସୃଷ୍ଟି ବିଷୟରେ ତର୍କ ଲାଗିଥିଲା ।[୧] ତାଙ୍କୁ ପରୀକ୍ଷା କରିବା ପାଇଁ ତିନି ଲୋକରେ ଏକ ଅଗ୍ନି ସ୍ତମ୍ଭ ତିଆରି କଲେ । ସେହି ଦୁଇ ଜଣ ସେହି ଅଗ୍ନି ସ୍ତମ୍ବରୁ ବାହାରିବା ପାଇଁ ଚେଷ୍ଟା କଲେ । ବ୍ରହ୍ମା ନ ବାହାରି ମିଥ୍ୟା କହିଲେ କିନ୍ତୁ ବିଷ୍ଣୁ ସତ୍ୟ କହିଲେ । ଶିବ ଦ୍ୱିତୀୟ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଓ ବ୍ରହ୍ମା କୌଣସିଠାରେ ପୂଜା ନ ପାଇବାକୁ ଅଭିଶାପ ଦେଲେ କିନ୍ତୁ ବିଷ୍ଣୁ ସର୍ବଦା ପୂଜା ପାଇବାକୁ କହିଲେ । ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ଶିବ ଆଲୋକର ଏକ ଅଗ୍ନି ସ୍ତମ୍ଭ ହୋଇ ପୂଜା ପାଇଲେ ।[୨][୩] ଶିବଙ୍କର ୬୪ ଆକାର ଅଛି ଓ ଜ୍ୟୋତିର୍ଲିଙ୍ଗକୁ ତାହା ସାଥିରେ ରଖିବା ଦ୍ୱନ୍ଦ ନାହିଁ । ବାରଟି ଜ୍ୟୋତିର୍ଲିଙ୍ଗ ସେଠାରେ ଥିବା ଦେବତାଙ୍କ ନାମାନୁସାରେ ଥାଏ, ପ୍ରତ୍ୟେକର ଆକାର ଅଲଗା ଥାଏ । [୪] ପ୍ରତ୍ୟେକ ସ୍ଥାନରେ ପ୍ରାଥମିକ ଭାବରେ ଲିଙ୍ଗ ଥାଏ ଯେଉଁ ସ୍ତମ୍ଭର ଆଦି ଓ ଅନ୍ତ ନଥାଏ ଓ ତାହା ଶିବଙ୍କର ଅସୀମ ଗୁଣ ଦେଖାଏ ।[୪][୫][୬] ବାରଟି ଜ୍ୟୋତିର୍ଲିଙ୍ଗଙ୍କ ନାମ ଯଥାକ୍ରମେ:- ଗୁଜରାଟର ସୋମନାଥ ମନ୍ଦିର, ଆନ୍ଧରରେ ଥିବା ଶ୍ରୀଶୈଳମର ମଲ୍ଲିକାର୍ଜୁନ, ମଧ୍ୟ ପ୍ରଦେଶରେ ଥିବା ଉଜ୍ଜୟନୀର ମହାକାଳେଶ୍ୱର, ମଧ୍ୟପ୍ରଦେଶର ଓଁକାରେଶ୍ୱର, ହିମାଳୟର କେଦାରନାଥ, ମହାରାଷ୍ଟ୍ରର ଭୀମାଶଙ୍କର, ବାରାଣସିର ବିଶ୍ୱନାଥ, ମହାରାଷ୍ଟ୍ରର ତ୍ର୍ୟମ୍ବକେଶ୍ୱର, ଝାଡ଼ଖଣ୍ଡର ବୈଦ୍ୟନାଥ, ଦ୍ୱାରକାର ନାଗେଶ୍ୱର, ରାମେଶ୍ୱରମର ରାମନାଥସ୍ୱାମୀ ମନ୍ଦିର, ଓ ମହାରାଷ୍ଟ୍ରର ଭ୍ରୂଷଣେଶ୍ୱର ମନ୍ଦିର । ପରଳୟମ ବୈଦ୍ୟନାଥମ ଅର୍ଥ ମହାରାଷ୍ଟ୍ରର ପରାଳି ।[୧][୭]
ସ୍ଥାପତ୍ୟ
[ସମ୍ପାଦନା]ଭୀମାଶଙ୍କର ମନ୍ଦିରରେ ନାଗରା ଶୈଳୀର ନୂଆ ପୁରୁଣା ସ୍ଥାପତ୍ୟର ନିଦର୍ଶନ ଦେଖିବାକୁ ମିଳେ । ପୁରାତନ ଭାସ୍କର୍ଯ୍ୟର ଅତୀବ ଦକ୍ଷ ସ୍ଥାପତ୍ୟ ଦର୍ଶନ ହୁଏ । ନାନା ଫଡନାଭିସ ଅଷ୍ଟାଦଶ ଶତାବ୍ଦୀରେ ତିଆରି କରେଇଥିବା ଏକ ମନ୍ଦିର ଦେଖିବାକୁ ଅତି ସୁନ୍ଦର । ନାନା ଫଡନାଭିସ ଏହାର ଶିଖର ତିଆରି କରେଇଥିଲେ । ମନ୍ଦିରର ପୂଜା ଓ ସେବା ପାଇଁ ଛତ୍ରପତି ଶିବାଜି ଦାନ କରିଥିଲେ । ଅନ୍ୟାନ୍ୟ ଶିବ ମନ୍ଦିର ଭଳି ଏହି ମନ୍ଦିର ଏକ କମ ସ୍ତରରେ ତିଆରି ହୋଇଛି ।[୮] ଏଠାକାର ମନ୍ଦିର ଅପେକ୍ଷାକୃତ ନୂତନ ହେଲେ ମଧ୍ୟ ସାହିତ୍ୟରେ ଏହା ବିଷୟରେ ୧୩ଶ ଶତାବ୍ଦୀରେ ସୂଚନା ଅଛି । ସନ୍ଥ ଜ୍ଞାନେଶ୍ୱର ଏହି ମନ୍ଦିର ପରିଦର୍ଶନ କରିଥିଲେ । ରୋମାନ ଶୈଳୀର ଏକ ଅପୂର୍ବ ଘଣ୍ଟ ମନ୍ଦିର ସାମନାରେ ଅଛି । ଏହି ଘଣ୍ଟାରେ ଯୀଶୁ ଓ ମେରୀ ମାତାଙ୍କର ଚିତ୍ର ଅଛି । ଏହି ଘଣ୍ଟଟି ସୀମାଜି ଆପ୍ପା ଉପହାର ଦେଇଥିଲେ । ବସାଇ ଦୁର୍ଗରେ ସୀମାଜି ଆପ୍ପା ପର୍ତ୍ତୁଗିଜଙ୍କୁ ଯୁଦ୍ଧର ପରାସ୍ତ କରି ପାଞ୍ଚଟି ବଡ ଘଣ୍ଟ ସଂଗ୍ରହ କରିଥିଲେ । ସେଥିରୁ ଗୋଟିଏ ଭୀମାଶଙ୍କର ମନ୍ଦିରକୁ ଓ ଆଉ ଗୋଟିଏ କୃଷ୍ଣା ନଦୀ କୂଳରେ ଥିବା ଓଙ୍କାରେଶ୍ୱର ମନ୍ଦିରକୁ ଦାନ କରିଥିଲେ ।[୮]