ପୂର୍ଣ୍ଣିମା

ଉଇକିପିଡ଼ିଆ ରୁ
(ପୁର୍ଣ୍ଣିମା ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପୂର୍ଣ୍ଣ ଚନ୍ଦ୍ର

ଶୁକ୍ଳପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ପୂର୍ଣ୍ଣିମା କୁହାଯାଏ । ପୂର୍ଣ୍ଣିମା ପରଦିନଠାରୁ କୃଷ୍ଣପକ୍ଷ ଆରମ୍ଭ ହୁଏ ।

ପର୍ବପର୍ବାଣୀ[ସମ୍ପାଦନା]

ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ ମାସ ନବମୀ ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ।
ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ।
ପୌରାଣିକ ମତେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ।
  • କାର୍ତ୍ତିକ ପୂର୍ଣ୍ଣିମା: କାର୍ତ୍ତିକେଶ୍ଵରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
  • ପୌଷ ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
  • ମାଘ ପୂର୍ଣ୍ଣମୀ: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ବା ଅଇଘରା ପୂର୍ଣ୍ଣିମା ବା ଅଗିରା ପୂର୍ଣ୍ଣିମା ।
  • ଚଇତ ପୁନେଇଁ: ଚଇତିପୁନେଇଁ ଓ ଚୈତ୍ରପୂର୍ଣ୍ଣିମା ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]