Jump to content

ନୀରଦ ମହାପାତ୍ର

ଉଇକିପିଡ଼ିଆ‌ରୁ
ନୀରଦ ନାରାୟଣ ମହାପାତ୍ର
ଜନ୍ମ(1947-11-12)୧୨ ନଭେମ୍ବର ୧୯୪୭
Died୧୯ ଫେବୃଆରୀ ୨୦୧୫(2015-02-19) (ବୟସ ୬୭)
ମୁମ୍ବାଇ, ମହାରାଷ୍ଟ୍ର
Educationସ୍ନାତକ, ଡିପ୍ଲୋମା (ନିର୍ଦ୍ଦେଶନା)
Alma materଉତ୍କଳ ବିଶ୍ୱବିଦ୍ୟାଳୟ,
ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
ପେଷାନିର୍ଦ୍ଦେଶକ ଓ ଅଧ୍ୟାପକ
ଜଣାଶୁଣାଓଡ଼ିଆ କଥାଚିତ୍ର ନିର୍ଦ୍ଦେଶନା
ଜୀବନସାଥୀସବିତା ମହାନ୍ତି
Parent(s)ଶୈଲେନ୍ ମହାପାତ୍ର
ସୁରମା ମହାପାତ୍ର
ୱେବ୍‌ସାଇଟ୍ନୀରଦମହାପାତ୍ର.କମ

ନୀରଦ ନାରାୟଣ ମହାପାତ୍ର (୧୨ ନଭେମ୍ବର ୧୯୪୭–୧୯ ଫେବୃଆରୀ ୨୦୧୫)[୧] ଜଣେ ଓଡ଼ିଆ କଥାଚିତ୍ର ଓ ବୃତ୍ତଚିତ୍ର ନିର୍ଦ୍ଦେଶକ ଥିଲେ । [୨] ତାଙ୍କର ଜଣାଶୁଣା ଚଳଚ୍ଚିତ୍ର ମଧ୍ୟରେ ମାୟା ମିରିଗ (୧୯୮୪) ଅନ୍ୟତମ । ୨୦୨୪ ମସିହାରେ ଏହାକୁ ଫିଲ୍ମରୁ ପୁନରୁଦ୍ଧାର କରାଯାଇ ପୁନଃପ୍ରକାଶ କରାଯାଇଥିଲା ।[୩][୪]

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

ନୀରଦ ନାରାୟଣ ଜଣେ ଭଲ ଛାତ୍ର ଥିଲେ ଓ ସାହିତ୍ୟ ଏବଂ ଇତିହାସ ତାଙ୍କର ପ୍ରିୟ ବିଷୟ ଥିଲା । ପିଲାଟି ଦିନୁ ସେ ସିନେମା ପ୍ରତି ଆକର୍ଷିତ ଥିଲେ ଏବଂ ଘର ପାଖେ ଥିବା ସିନେମା ଘର ଏ ଆକର୍ଷଣକୁ ଆହୁରି ଦୃଢ଼ କରିଥିଲା । ସେ ୧୯୬୭ ମସିହାରେ ସହ ସ୍ନାତକ ଶିକ୍ଷା ଶେଷକରିଥିଲେ ।

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ

[ସମ୍ପାଦନା]

ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧାରୁ ଛାଡି ୧୯୬୮ ମସିହାରେ ପୁନେସ୍ଥିତ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନିର୍ଦ୍ଦେଶନା ପାଠ୍ୟକ୍ରମରେ ଯୋଗଦେଇଥିଲେ ଏବଂ ୧୯୭୧ ମସିହାରେ ସେଠାରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୫] ୧୯୭୨-୭୪ ପର୍ଯ୍ୟନ୍ତ ସେଠାରେ ସିନେମା ନିର୍ଦ୍ଦେଶନା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ।[୬] ଗିରିଷ କଷରାବଲ୍ଲୀ , ଜାନ୍ହୁ ବରୁଆ, ସୟିଦ ମିର୍ଜା, କେତନ ମେହେଟା, ମନମୋହନ ମହାପାତ୍ର, ବିଧୁ ବିନୋଦ ଚୋପ୍ରା ଆଦି ବହୁ ପ୍ରଖ୍ୟାତ ନିର୍ଦ୍ଦେଶକ ଏହି ସମୟରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଛାତ୍ର ଥିଲେ ।

ପେଶାଦାର ଜୀବନ

[ସମ୍ପାଦନା]

୧୯୭୪-୮୩ ସମୟ ମଧ୍ୟରେ ସେ ଭୁବନେଶ୍ୱରଠାରେ ସିନେଏକଷ୍ଟାସି ନାମରେ ଏକ ସିନେମା ସୋସାଇଟିର ଗଠନ କରି, ଏହାର ପରିଚାଳନା କରିଆସୁଥିଲେ । ଏହି ସୋସାଇଟି, ଭଲ ସିନେମାର ପ୍ରଚାର ଓ ପ୍ରସାର ଦିଗରେ କାମ କରୁଥିଲା । ଏହା ବିଶ୍ୱ ସିନେମାର ପ୍ରଦର୍ଶନ ତଥା ସମୀକ୍ଷା ପାଇଁ ଏକ ମାଧ୍ୟମ ମଧ୍ୟ ହୋଇପାରିଥିଲା । ଏହି ସମୟରେ ସେ ମନ ଫସଲ ନାମରେ ଏକ ସିନେମା ଓ ସାହିତ୍ୟ ଧର୍ମୀ ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ଏଥି ସହ ସେ, ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ସାମୟିକ ଭାବରେ ଅଧ୍ୟାପନା ମଧ୍ୟ କରୁଥିଲେ ।

୧୯୮୪ ମସିହାରେ ସେ ମାୟା ମିରିଗ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ ।[୭] ଏହି ଚଳଚ୍ଚିତ୍ର ତାଙ୍କୁ ଅପାର ସଫଳତା ତଥା ପ୍ରସିଦ୍ଧି ଆଣିଦେଇଥିଲା । କାନସ, ଲୋକାନ, ହାୱାଇ, ହିଡିଲବର୍ଗ ପ୍ରଭୁତି ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ମଧ୍ୟ ହୋଇଥିଲା । ୧୯୮୫ ମସିହାରେ ତାଙ୍କୁ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟ ତରଫରୁ ସିନେମା ଉପରେ ବକ୍ତବ୍ୟ ରଖିବାକୁ ନିମନ୍ତ୍ରଣ କରାଯାଇଥିଲା । ସେ ବହୁବାର ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିର ସଦସ୍ୟ ମନୋନୀତ ହୋଇଛନ୍ତି ।[୮] ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଭୁବନେଶ୍ୱରସ୍ଥିତ କିଟ୍ ଚଳଚ୍ଚିତ୍ର ମହାବିଦ୍ୟାଳୟରେ ସାମୟିକ ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିଲେ ।[୯]

ନିର୍ଦ୍ଦେଶିତ ବୃତ୍ତଚିତ୍ର ଓ କଥାଚିତ୍ର

[ସମ୍ପାଦନା]
* ଧଉଳିଗିରି (୧୯୭୪)
  • ଦ ଷ୍ଟୋରି ଅଫ୍ ସିମେଣ୍ଟ (୧୯୭୬)
  • ମାୟା ମିରିଗ (୧୯୮୪)
  • ଛଉ ଡାନ୍ସ ଅଫ ମୟୁରଭଞ୍ଜ (୧୯୮୫)
  • ପଟ୍ଟ ପେଣ୍ଟିଙ୍ଗ (୧୯୮୬)
  • ଦ ଭ୍ୟାନିସିଂ ଫ୍ରଣ୍ଟିୟର (୧୯୮୯)
  • ମେଷ୍ଟ୍ରୋଜ୍ ଅଫ ଓଡ଼ିଶୀ (୧୯୯୫)
  • ଚିଲିକା ଏ ଫ୍ରାଜାଇଲ ଇକୋସିଷ୍ଟମ (୨୦୦୨)
  • ତମସା ତୀରେ
  • ଏ ନ୍ୟୁ ହରାଇଜନ୍[୧୦]
  • ଅପରାଜିତା
  • ଆମ ଗାଆଁ ହାଲଚାଲ
  • ଏରେ ଅଫ୍ ହୋପ୍
  • ଜଲିଫୁଲ୍ ଲର୍ଣ୍ଣିଙ୍ଗ୍

ପାରିବାରିକ ଜୀବନ

[ସମ୍ପାଦନା]

ନୀରଦଙ୍କ ପିତା ଶୈଳେନ୍ ମହାପାତ୍ର, ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ମାତା, ସୁରମା ମହାପାତ୍ର ଜଣେ ଶିକ୍ଷୟତ୍ରୀ ଥିଲେ । ସ୍ୱାଧୀନତା ପରେ, ପିତା ସାମ୍ବାଦିକତା ଓ ରାଜନୀତିକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ପିତାମାତାଙ୍କର ୭ଟି ସନ୍ତାନ ମଧ୍ୟରୁ ନୀରଦ ନାରାୟଣ ଜ୍ୟେଷ୍ଠ ଥିଲେ । ୧୯୭୮ ମସିହାରେ ସବିତା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁତ୍ର ଓ ଜଣେ କନ୍ୟା ଅଛନ୍ତି । ତାଙ୍କ ଭାଇ ସମ୍ପଦ ମହାପାତ୍ର ଜଣେ ସାମ୍ବାଦିକ ।[୧୧]

୨୦୧୫ ଫେବୃଆରୀ ୧୯ ତାରିଖରେ ମୁମ୍ବାଇଠାରେ ହୃଦ୍‌ଘାତ ଯୋଗୁ ନୀରଦ ନାରାୟଣଙ୍କ ଦେହାନ୍ତ ହୋଇଥିଲା । [୧୨]

  1. ↑ http://movies.ndtv.com/regional/director-nirad-n-mohapatra-dies-of-cardiac-arrest-at-67-740718
  2. ↑ Simon Weightman (1996). Indian Subcontinent. Passport Books. ISBN 978-0-8442-8970-0.
  3. ↑ "Restored Indian film 'Maya Miriga' screened at Il Cinema Ritrovato film festival". The Brown Daily Herald (in ଆମେରିକୀୟ ଇଂରାଜୀ). Retrieved 2024-12-19.
  4. ↑ "Film Heritage Foundation restores Nirad Mohapatra's landmark Odia film 'Māyā Miriga'(1984)". Film Heritage Foundation (in ଆମେରିକୀୟ ଇଂରାଜୀ). 2024-01-20. Retrieved 2024-12-19.
  5. ↑ Third World Affairs. Third World Foundation for Social and Economic Studies. 1988.
  6. ↑ Aruna Vasudev (1986). The new Indian cinema. Macmillan India.
  7. ↑ Link. United India Periodicals. 1984.
  8. ↑ "ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ପରଲୋକ". ଧରିତ୍ରୀ. 20 February 2017. Retrieved 6 January 2017.
  9. ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2012-07-23. {{cite web}}: Cite has empty unknown parameter: |1= (help)
  10. ↑ Pattanayak, Subhas Chandra. "Sad News: The Sun of Orissa's Cinematic Creativity set today on daybreak at Mumbai". orissamatters.com. Retrieved 6 January 2017.[permanent dead link]
  11. ↑ http://www.business-standard.com/article/news-ians/odia-filmmaker-nirad-mohapatra-dies-at-67-115021900239_1.html
  12. ↑ http://indianexpress.com/article/entertainment/regional/odia-filmmaker-nirad-mohapatra-dies-at-67/

ବାହାର ଆଧାର

[ସମ୍ପାଦନା]