ବିଶ୍ୱଜିତ ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search
ବିଶ୍ୱଜିତ ଦାସ
Biswajit at his work place.jpg
ଜନ୍ମ ଓ ଜନ୍ମସ୍ଥାନ୧୮ ଅଗଷ୍ଟ ୧୯୩୬(1936-08-18)
ଓଡ଼ିଶା
ମୃତ୍ୟୁ୩୦ ଡିସେମ୍ବର ୨୦୦୪(2004-12-30) (ବୟସ ୬୮)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବିଷୟକବି, ଗାଳ୍ପିକବ୍ୟଙ୍ଗ ଲେଖକ
ଜୀବନ ସାଥିଗାୟତ୍ରୀ ଦେବୀ
ସନ୍ତାନଶ୍ରେୟସୀ ଦାସ

ବିଶ୍ୱଜିତ ଦାସ (୧୯୩୬-୨୦୦୪)[୨] ଓଡ଼ିଶାରେ ଜନ୍ମିତ ଜଣେ ଖ୍ୟାତନାମା ଓଡ଼ିଆ ନାଟ୍ୟକାର । ମା କୃଷ୍ଣକାମିନୀ ଦେବୀ ଏବଂ ପେସାରେ ହୋମିଓପାଥି ଡାକ୍ତର ତଥା ନାଟ୍ୟକାର ଓ ଅଭିନେତା ଥିବା ତାଙ୍କର ବାପା ସୁବୋଧ ଦାସ ଥିଲେ ତାଙ୍କ ପ୍ରେରଣାର ଉତ୍ସ ।

କେତୋଟି ବିଦେଶୀ ଭାଷାର ନାଟକକୁ ଓଡ଼ିଆରେ ଅନୁବାଦ କରି ସେ ଓଡ଼ିଆ ସାହିତ୍ୟକୁ ବହୁଭାବରେ ସମୃଦ୍ଧ କରିଛନ୍ତି । ୧୯୫୮ ମସିହାରେ ସେ ରାଜ୍ୟସରକାରଙ୍କ ଘରୋଇ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ରାଜ୍ୟ ସୂଚନା କେନ୍ଦ୍ରରେ ସୂଚନା ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୪ରେ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଥାଇ ସେ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।[୩]

ସେ ପ୍ରିୟତମା ଓ ନିଝୁମ ରାତିର ସାଥୀ କଥାଚିତ୍ରର ନିର୍ଦେଶନା ଦେବାସହ ଗୌରୀ, ନାଗଫାସ, ଅହଲ୍ୟା କାବେରୀ ଓ ତୁଣ୍ଡବାଇଦ କଥାଚିତ୍ରର ସଂଳାପ ରଚନା କରିଥିଲେ ।

୨୦୦୪ ମସିହା, ଡିସେମ୍ବର ୩୦ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

ରଚନାବଳୀ[ସମ୍ପାଦନା]

୧୯୫୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବାବେଳେ ସେ ପ୍ରଥମେ ଏକାଙ୍କିକା ଲେଖିବା ଆରମ୍ଭ କରିଥିଲେ । ୧୯୬୪ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପ୍ରତିଯୋଗିତାରେ ବିଶ୍ୱଜିତଙ୍କ ଲିଖିତ 'ନାଲିପାନ ରାଣୀ, କଳାପାନ ଟିକା'କୁ ୫ଟି ଶ୍ରେଷ୍ଠ ପୁରସ୍କାରରୁ ୪ଟି ମିଳିଥିଲା

ନାଟକ ଓ ଏକାଙ୍କିକା[ସମ୍ପାଦନା]

  • ବହ୍ନି
  • ମୃଗୟା
  • ଦୃଶ୍ୟ
  • ଡାଆଣୀ
  • ବଇଁଶୀ
  • ତନ୍ଦ୍ରା
  • ବ୍ୟର୍ଥଲଗ୍ନ
  • ସ୍ୱର୍ଗମର୍ତ୍ତ୍ୟ
  • ଛଦ୍ମବେଶୀ
  • ସୋ
  • ନିର୍ଦ୍ଧାରିତ ଶିଳ୍ପୀଙ୍କ ଅନୁପସ୍ଥିତିରେ
  • ପ୍ରଥମ ଦୃଶ୍ୟ
  • ନାଲିପାନ ରାଣୀ, କଳାପାନ ଟିକା

ଦୁରଦର୍ଶନ ଧାରାବହିକ[ସମ୍ପାଦନା]

  • ସତ୍ୟ
  • ସାଧୁ ସାବଧାନ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସିନେକ୍ରିଟିକ ପୁରସ୍କାର
  • ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର
  • ୧୯୫୭ରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦଶମ ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନାଟୋକତ୍ସବରେ ସର୍ବଶ୍ରେଷ୍ଠ ନାଟକ ରୂପେ 'ବହ୍ନି' ପୁରସ୍କୃତ ହେଇଥିଲା ।

ଆଧାର[ସମ୍ପାଦନା]

  1. "ତିରୋଧାନ ତାରିଖ" (ସମ୍ବାଦ ୩୦/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨). ଇଷ୍ଟର୍ଣ୍ଣ ମିଡ଼ିଆ. p. ୨. Archived from the original on 30 December 2020. Retrieved 30 December 2020.
  2. "Biswajeet Das, Oriya Theatre Personality". IndiaNetZone. Jupiter Infomedia Ltd. Retrieved 30 December 2014.
  3. ସମୟ, ୩୦ ଡିସେମ୍ବର ୨୦୧୪, ପୃଷ୍ଠା: ୮