ମୃଣାଳ ସେନ

ଉଇକିପିଡ଼ିଆ‌ରୁ
ମୃଣାଳ ସେନ
ମୃଣାଳ ସେନ
ଜନ୍ମ(1923-05-14)୧୪ ମଇ ୧୯୨୩
ମୃତ୍ୟୁ୩୦ ଡିସେମ୍ବର ୨୦୧୮(2018-12-30) (ବୟସ ୯୫) [୧]
ମୃତ୍ୟର କାରଣହୃଦ୍‌ଘାତ
ଜାତୀୟତାଭାରତୀୟ
ବୃତ୍ତିଚଳଚ୍ଚିତ୍ର ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୫୫-୨୦୦୨
ଜୀବନସାଥୀଗୀତା ସୋମ
ପୁରସ୍କାର(ଗୁଡ଼ିକ)ପଦ୍ମ ଭୂଷଣ, ଦାଦାସାହେବ ଫାଲକେ

ମୃଣାଳ ସେନ (୧୪ ମଇ ୧୯୨୩ - ୩୦ ଡିସେମ୍ବର ୨୦୧୮) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ସେ ଅନେକ ବଙ୍ଗଳାଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ସାମାଜିକ ବିଷୟବସ୍ତୁକୁ ନେଇ କଳାତ୍ମକ ଚଳଚ୍ଚିତ୍ର ପ୍ରସ୍ତୁତି ଥିଲା ତାଙ୍କର ବୈଶିଷ୍ଟ୍ୟ । ସେ ବାମପନ୍ଥୀ ଦୃଷ୍ଟିଭଙ୍ଗୀର ସମର୍ଥକ ଥିଲେ । ତାଙ୍କୁ ବହୁବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ପଦ୍ମଭୂଷଣଦାଦାସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମୃଣାଳ ୧୯୨୩ ମସିହାରେ ସେତେବେଳର ବେଙ୍ଗଲ ପ୍ରେସିଡେନସି ଓ ବର୍ତ୍ତମାନର ବଙ୍ଗଳାଦେଶର ଫରୀଦପୁରଠାରେ ଜନ୍ମଗ୍ରହଣ କରିଥିଲେ । କଲିକତାର ସ୍କଟିସ୍ ଚର୍ଚ୍ଚ କଲେଜ ଓ କଲିକତା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକତ୍ତୋର ଶିକ୍ଷା ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଆନ୍ଦୋଳନ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ଜଡ଼ିତ ରହିଥିଲେ । ଆଜୀବନ ମୁଖ୍ୟତଃ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡ଼ିତ ରହିଥିଲେ ମଧ୍ୟ ଆଦ୍ୟଯୌବନରେ ତାଙ୍କୁ ମେଡିସିନ୍ ରିପ୍ରେଜେଣ୍ଟେଟିଭ କାମ ମଧ୍ୟ କରିବାକୁ ପଡ଼ିଥିଲା ।

ଚଳଚ୍ଚିତ୍ର ନିର୍ଦ୍ଦେଶନା[ସମ୍ପାଦନା]

୧୯୫୫ ମସିହାରେ ମୃଣାଳ ନିଜର ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର "ରାତ ଭୋରେ" ନିର୍ମାଣ କରିଥିଲେ । ୧୯୬୭ ମସିହାରେ ସେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଟିର ମଣିଷକୁ ନେଇ, ସମନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ମାଟିର ମଣିଷ ଚଳଚ୍ଚିତ୍ରଟି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଏକ ନୂଆ ଦିଗଦର୍ଶନ ଦେଇଥିଲା । ଏହି ଚଳଚ୍ଚିତ୍ର ନିର୍ମାଣ ବେଳର ଅନୁଭୂତିକୁ ସେନ ନିଜ ଆତ୍ମଜୀବନୀ "ଅଲୱେଜ୍ ବିଙ୍ଗ୍ ବର୍ଣ୍ଣ୍"ରେ ଉଲ୍ଲେଖ କରିଛନ୍ତି । ୧୯୭୬ ମସିହାରେ ସେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ "ଶିକାର"କୁ ନେଇ "ମୃଗୟା" ନାମକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମ ଭୂଷଣ - ୧୯୮୧
  • ଦାଦା ସାହେବ ଫାଲକେ ପୁରସ୍କାର - ୨୦୦୫
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୧୮ ଥର)[୩]

ଆଧାର[ସମ୍ପାଦନା]

  1. Rakesh Sharma (December 30, 2018). "The Dadasaheb Phalke award-winning film director Mrinal Sen Passed away on Sunday at the age of 95". Bollywood Galiyara. BollywoodGaliyara.com. Retrieved December 30, 2018.
  2. "ମନେ ରଖିବ ଓଡ଼ିଆ ସିନେମା". No. ସମ୍ବାଦ ୩୧/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 31 December 2018.
  3. "ପରଲୋକରେ ମୃଣାଳ ସେନ୍". ସମ୍ବାଦ ୩୧/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 31 December 2018.

ଅଧିକ ତଥ୍ୟ[ସମ୍ପାଦନା]