କୃତାର୍ଥ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
(Krutartha Acharyaରୁ ଲେଉଟି ଆସିଛି)
କୃତାର୍ଥ ଆଚାର୍ଯ୍ୟ
ଜନ୍ମ(1900-03-20)୨୦ ମାର୍ଚ୍ଚ ୧୯୦୦
ମୃତ୍ୟୁ୭ ମଇ ୧୯୭୯(1979-05-07) (ବୟସ ୭୯)
ବୈବାହିକ-ସାଥୀଚଞ୍ଚଳା ଆଚାର୍ଯ୍ୟ [୧]
ସନ୍ତାନଆନନ୍ଦ ଆଚାର୍ଯ୍ୟ, ପ୍ରସନ୍ନ ଆଚାର୍ଯ୍ୟ
ପୁରସ୍କାରପଦ୍ମଶ୍ରୀ

କୃତାର୍ଥ ଆଚାର୍ଯ୍ୟ (୨୦ ମାର୍ଚ୍ଚ ୧୯୦୦ - ୭ ମଇ ୧୯୭୯)[୨] ଜଣେ ସମାଜସେବୀ ଥିଲେ ।[୩] ସେ ୧୯୫୪ ମସିହାରେ ସମ୍ବଲପୁରୀ ବସ୍ତ୍ରାଳୟ ନାମରେ ଏକ ତନ୍ତୁବାୟ ସମବାୟ ସମିତି ଗଠନ କରିଥିଲେ ।[୪][୫] ସମାଜସେବା ଓ ସମ୍ବଲପୁରୀ ବସ୍ତ୍ରର ଉନ୍ନତି ପାଇଁ ୧୯୬୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।

ଜୀବନୀ[ସମ୍ପାଦନା]

ଆଚାର୍ଯ୍ୟ, ୧୯୦୦ ମସିହାରେ ବରଗଡ଼ ଜିଲ୍ଲାର ଜବକାଟିକରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁ, ତାଙ୍କର ବାଲ୍ୟକାଳ ଅସୁବିଧାରେ କଟିଥିଲା । ସେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥିଲେ । ରୋଜଗାର ପାଇଁ, ସେ ଜଣେ ମୁସଲମାନ ବ୍ୟବସାୟୀଙ୍କ ପାଖରେ କାମ କରିବା ସହିତ ଶିକ୍ଷକତା ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧୀଙ୍କ "କାଟି ଖାଅ, କୁଟି ପିନ୍ଧ" କଥାକୁ ସେ ଅନୁସରଣ କରୁଥିଲେ । ବରଗଡ଼ର ଆମ୍ବପାଲିଠାରେ କିଛି ହରିଜନ ବୁଣାକାରଙ୍କ ଲୁଗାବୁଣାର ନୂତନ ବିଧି ଶିଖେଇଥିଲେ । ସମ୍ବଲପୁରୀ ବସ୍ତ୍ରାଳୟ ମାଧ୍ୟମରେ ସେ ବୁଣାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣି ପାରିଥିଲେ । "କୃଷକ ଟ୍ରେଡିଂ" କମ୍ପାନୀ ପ୍ରତିଷ୍ଠା କରି, କୃଷକମାନଙ୍କର ଉନ୍ନତି କରିଥିଲେ । ଗରିବ ଛାତ୍ରମାନଙ୍କର ଶିକ୍ଷା ପାଇଁ ସେ ବୃତ୍ତି ବ୍ୟବସ୍ଥା କରିଥିଲେ । ୧୯୪୫ରେ ବ୍ରିଟିଶ ସରକାର ତାଙ୍କୁ 'ରାୟ ବାହାଦୂର' ଉପାଧୀ ପ୍ରଓ ଦାନ କରିଥିଲେ । ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଡି ଲିଟ ଉପାଧି ପ୍ରଦାନ କରାଯାଇଥିଲା ।

୧୯୭୯ ମସିହାରେ କୃତାର୍ଥ ଆଚାର୍ଯ୍ୟଙ୍କର ତିରୋଧାନ ଘଟିଥିଲା ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରାୟ ବାହାଦୂର - ୧୯୪୫ (ବ୍ରିଟିଶ ସରକାର)
  • ପଦ୍ମଶ୍ରୀ - ୧୯୬୫
  • ଡି ଲିଟ - ସମ୍ବଲପୁର ବିଶ୍ୱବିଦ୍ୟାଳୟ[୬]

ଆଧାର[ସମ୍ପାଦନା]

  1. "Acharya,Shri Prasanna". Retrieved 18 August 2015.
  2. "ବାନ୍ଧକଳାର ଅନନ୍ୟ ବିନ୍ଧାଣୀ". sakalaepaper.com. ୭ ମଇ ୨୦୨୧. p. ୨. Archived from the original on ୭ ମଇ ୨୦୨୧. Retrieved 7 May 2021. {{cite web}}: Check date values in: |date= and |archivedate= (help)
  3. Laksha P. Swain (1 January 2006). Migration and Adjustment. Northern Book Centre. pp. 83–. ISBN 978-81-7211-211-0.
  4. "profile". Sambalpuri Bastralaya. Archived from the original on 5 March 2016. Retrieved 18 August 2015.
  5. ମିଶ୍ର, ତ୍ରିଲୋଚନ. "କିର୍ତ୍ତୀମାନ କର୍ମଯୋଗୀ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ" (May 2018): 38–39. Retrieved 16 September 2018. {{cite journal}}: Cite journal requires |journal= (help)
  6. "ଆଜି ଶ୍ରଦ୍ଧବାର୍ଷିକୀ". No. ସମ୍ବାଦ ୦୭/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 07.05.2021. Retrieved 7 May 2020. {{cite news}}: Check date values in: |archivedate= (help)