ଆନନ୍ଦ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ଆନନ୍ଦ ଆଚାର୍ଯ୍ୟ
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୯
ପୂର୍ବ ଅଧିକାରୀପ୍ରସନ୍ନ ଆଚାର୍ଯ୍ୟ
ପର ଅଧିକାରୀସାଧୁ ନେପାକ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1938-02-02)୨ ଫେବୃଆରୀ ୧୯୩୮
ମୃତ୍ୟୁ୧୭ ଅପ୍ରେଲ ୨୦୧୫(2015-04-17) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବୀଣାପାଣି ଆଚାର୍ଯ୍ୟ
ସମ୍ପର୍କପ୍ରସନ୍ନ ଆଚାର୍ଯ୍ୟ (ଭାଇ)
ସନ୍ତାନଦେବେଶ ଆଚାର୍ଯ୍ୟ
ବାପା/ବୋଉକୃତାର୍ଥ ଆଚାର୍ଯ୍ୟ (ବାପା‌)
ବୃତ୍ତିରାଜନୀତିଜ୍ଞ

ଆନନ୍ଦ ଆଚାର୍ଯ୍ୟ (୨ ଫେବୃଆରୀ ୧୯୩୮ - ୧୭ ଅପ୍ରେଲ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୯୮ର ବରଗଡ଼ ଉପ-ନିର୍ବାଚନ, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ଆନନ୍ଦ ଆଚାର୍ଯ୍ୟ ୧୯୩୮ ମସିହାର ଫେବୃଆରୀ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃତାର୍ଥ ଆଚାର୍ଯ୍ୟ ଏବଂ ପତ୍ନୀଙ୍କ ନାମ ବୀଣାପାଣି ଆଚାର୍ଯ୍ୟ ।[୨] ତାଙ୍କ ପୁଅ ଦେବେଶ ଆଚାର୍ଯ୍ୟ ଜଣେ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରୁଛନ୍ତି ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ଆନନ୍ଦ ଆଚାର୍ଯ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୨୦୦୦ ମସିହାରୁ ୨୦୦୦୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୮ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ବରଗଡ଼ ବିଜୁ ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବରଗଡ଼ ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ବରଗଡ଼ ବିଜୁ ଜନତା ଦଳ

ମୃତ୍ୟୁ[ସମ୍ପାଦନା]

ଆନନ୍ଦ ଆଚାର୍ଯ୍ୟ ୨୦୧୫ ମସିହାର ଅପ୍ରେଲ ୧୭ ତାରିଖରେ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୫][୬]

ଆଧାର[ସମ୍ପାଦନା]

  1. "Senior BJD leader Anand Acharya dies". Senior BJD leader Anand Acharya dies (in ଇଂରାଜୀ). Archived from the original on 2021-10-30. Retrieved 2021-10-30.
  2. "Shri Ananda Acharya". odishaassembly.nic.in. Odisha Assembly. Retrieved 30 October 2021.
  3. Mar 21, TNN | Updated:; 2014; Ist, 11:35. "Odisha royals set to fight it out on home turfs - Times of India". The Times of India (in ଇଂରାଜୀ). Retrieved 2021-10-29. {{cite web}}: |last2= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  4. Pioneer, The. "Ex-Min Anand Acharya dies". The Pioneer (in ଇଂରାଜୀ). Retrieved 2021-10-30.
  5. "Anand Acharya Passes Away". The New Indian Express. Retrieved 2021-10-30.
  6. "Former Odisha minister Anand Acharya passes away | Sambad English" (in ଆମେରିକୀୟ ଇଂରାଜୀ). 2015-04-17. Retrieved 2021-10-30.