ହେମନ୍ତ ଦାସ
ହେମନ୍ତ ଦାସ | |
---|---|
ଜନ୍ମ | ଖମାରଙ୍ଗ, ବାଙ୍କୀ, କଟକ ଜିଲ୍ଲା | ୧୮ ସେପ୍ଟେମ୍ବର ୧୯୩୩
ମୃତ୍ୟୁ | ୨୭ ଅପ୍ରେଲ ୨୦୧୦ ଭୁବନେଶ୍ୱର, ଓଡ଼ିଶା | (ବୟସ ୭୬)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | କଥାଚିତ୍ର ନିର୍ଦ୍ଦେଶକ, ଅଭିନେତା |
ସକ୍ରିୟ ବର୍ଷ | ୧୯୫୬ - ୨୦୦୯ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ |
ପିତାମାତା | ରାଧେଶ୍ୟାମ ଦାସ, ବୈଦେହୀ |
ହେମନ୍ତ ଦାସ (୧୮ ସେପ୍ଟେମ୍ବର ୧୯୩୩ - ୨୭ ଅପ୍ରେଲ ୨୦୧୦) ଜଣେ ଓଡ଼ିଆ ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ଚଳଚ୍ଚିତ୍ର ଅଭିନୟ ପାଇଁ ସେ ୧୯୯୧ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ହେମନ୍ତଙ୍କ ଜନ୍ମ ୧୯୩୩ ମସିହାରେ କଟକର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଖମାରଙ୍ଗ, ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ରାଧେଶ୍ୟାମ ଦାସ ଓ ମାତାଙ୍କ ନାମ ବୈଦେହୀ । ତାଙ୍କ ପିତାଙ୍କର ଏକ ରାସଦଳ ଥିଲା । ତେଣୁ ଘରେ ହିଁ ହେମନ୍ତଙ୍କୁ ନୃତ୍ୟ, ଗୀତ ଓ ସଙ୍ଗୀତର ପରିବେଶ ମିଳିଥିଲା । ହେମନ୍ତ ବାଙ୍କୀର ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରେ ମାଟ୍ରିକ ଓ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ମହାବିଦ୍ୟାଳୟ ସ୍ଥରର ପାଠ ପଢ଼ିଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]ହେମନ୍ତଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରୁ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ର ଜଗତରେ ପାଦ ଦେବା ଆଗରୁ, ସେ ନୂଆ ଦିଲ୍ଲୀରେ ଆକାଶବାଣୀରେ ଓଡ଼ିଆ ସମ୍ବାଦ ପଢୁଥିଲେ । ୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ ଭାଇ ଭାଇ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରି ସେ ପ୍ରାୟ ୪୦ଟି ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୯ରେ ମୁକ୍ତିଲାଭ କରିଥିବା ତୁମେ ହିଁ ସାଥୀ ମୋର ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ଅକ୍ଷୟ ମହାନ୍ତି ଓ ବିଜୟ ମିଶ୍ରଙ୍କ ସହ ମିଶି ତ୍ରିମୂର୍ତ୍ତି ଛଦ୍ମ ନାମରେ ସେ ଯାଯାବର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧] ଫକିର ମୋହନ ସେନାପତିଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା କିନ୍ତୁ ଅର୍ଥାଭାବରୁ ସେ ତାହା ସମ୍ପୂର୍ଣ୍ଣ କରି ପାରିନଥିଲେ ।[୨]
୨୦୧୦ ମସିହା ଅପ୍ରେଲ ୨୭ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୩]
ନିର୍ଦ୍ଦେଶିତ କଥାଚିତ୍ର
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]- ଶୋଧ (ସ୍ୱର୍ଣ୍ଣକମଳ ପୁରସ୍କାର ପ୍ରାପ୍ତ ହିନ୍ଦୀ କଥାଚିତ୍ର) [୫]
- ଅକୁହା କଥା (୧୯୯୪)
- କିଛି ସ୍ମୃତି କିଛି ଅନୁଭୂତି (୧୯୮୮)
- ଶାସ୍ତି (୧୯୮୯)[୬]
- ମମତାର ଡୋରି
- ଥିଲି ଝିଅ ହେଲି ବୋହୂ (୧୯୮୮)
- ଜଗା ହାତରେ ପଘା (୧୯୮୫)
- ଭୁଲି ହୁଏନା
- ଚକା ଭଉଁରୀ (୧୯୮୫)
- ସପନ ବଣିକ
- କସ୍ତୁରୀ
- ମମତା ମାଗେ ମୂଲ
- ବଳିଦାନ
- ଜନନୀ
- ଦଣ୍ଡାବାଳୁଙ୍ଗା-୧୯୮୪
- ଶଙ୍ଖା ସିନ୍ଦୂର
- ହିସାବ ନିକାଶ
- ସ୍ୱପ୍ନ ସାଗର (୧୯୮୩)
- ହାକିମ ବାବୁ
- ସବୁ ମାୟାରେ ବାୟା
- ସମୟ ବଡ଼ ବଳବାନ
- କନ୍ୟାଦାନ
- ପୂଜାଫୁଲ
- ଅଶାନ୍ତ ଗ୍ରହ (୧୯୮୨)
- ଶୀତ ରାତି
- ଆଶାର ଆକାଶ
- ନୀରବ ଝଡ଼ (୧୯୮୪)
- ରାମ ରହିମ (୧୯୮୩)
- ମା ଓ ମମତା (୧୯୮୦)
- ପୂଜା(୧୯୮୧)
- ବଳିଦାନ (୧୯୭୮)
- ଚିଲିକା ତୀରେ (୧୯୭୭)
- ଅମର ପ୍ରେମ (୧୯୭୬)
- ଶେଷ ଶ୍ରାବଣ (୧୯୭୬)
- ଯାଯାବର (୧୯୭୫)
- ମା (୧୯୫୯)
- ଭାଇ ଭାଇ (୧୯୫୬)
ପୁରସ୍କାର
[ସମ୍ପାଦନା]- ଜୟଦେବ ପୁରସ୍କାର, ୧୯୯୧[୭]
- ସ୍ୱତନ୍ତ୍ର ଜୁରି ପୁରସ୍କାର-୧୯୮୮ (କିଛି ସ୍ମୃତି କିଛି ଅନୁଭୂତି)
- ଶ୍ରେଷ୍ଠ ସହ ଅଭିନେତା, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୯୮୪, (ଦଣ୍ଡା ବାଳୁଙ୍ଗା)
ଆଧାର
[ସମ୍ପାଦନା]- ↑ "ଆଜି ଜନ୍ମଦିନ". No. ସମ୍ବାଦ ୧୮/୦୯/୨୦୨୦ ପୃଷ୍ଠା ୧୮. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 18 September 2020. Retrieved 18 September 2020.
- ↑ "Actor Hemant Das breathes his last - Times Of India". indiatimes.com. Retrieved 17 December 2012.
His last wish was to complete the movie Sulochana' based on Fakir Mohan Senapati's famous story Patent Medicine'.
[permanent dead link] - ↑ "Oriya film actor Hemanta Das dead". movies.ndtv.com. 2010. Retrieved 24 January 2013.
Veteran actor Hemanta Das, popularly known as the Ashok Kumar of Oriya cinema, died Tuesday
[permanent dead link] - ↑ "ସିନେମା ପୋଷ୍ଟରରୁ". samajaepaper.in. Archived from the original on ୧୩ ଫେବୃଆରୀ ୨୦୨୧. Retrieved 13 February 2021.
{{cite web}}
: Check date values in:|archivedate=
(help) - ↑ "Oriya film actor Hemanta Das dead- Bangla- IBNLive". ibnlive.in.com. 2010. Archived from the original on 2013-01-01. Retrieved 24 January 2013.
He also played a role in Hindi film Shodh that won a national award in 1979.
- ↑ Harris M. Lentz III (9 May 2011). Obituaries in the Performing Arts, 2010. McFarland. pp. 92–. ISBN 978-0-7864-4175-4.
- ↑ "The Hindu : States / Other States : Veteran Oriya actor Hemant Das passes away". thehindu.com. 2010. Retrieved 24 January 2013.
Mr. Hemant had won national and State awards, including Jaydev award in 1991
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହେମନ୍ତ ଦାସ