ଶାସ୍ତି (ଓଡ଼ିଆ କଥାଚିତ୍ର)
ଶାସ୍ତି | |
---|---|
ନିର୍ଦ୍ଦେଶକ | ବୃନ୍ଦାବନ ଜେନା |
ପ୍ରଯୋଜକ | ସୁଧାଂଶୁ ମିଶ୍ର |
ସଂଳାପ | ବୃନ୍ଦାବନ ଜେନା |
ଚିତ୍ରନାଟ୍ୟ | ବୃନ୍ଦାବନ ଜେନା |
କାହାଣୀ | କାହ୍ନୁଚରଣ ମହାନ୍ତି |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ମିହିର ଦାସ ସ୍ନିଗ୍ଧା ମହାନ୍ତି ବିଜୟ ମହାନ୍ତି ଜୟୀରାମ ସାମଲ ଦୁଃଖିରାମ ସ୍ୱାଇଁ |
ସଙ୍ଗୀତ | ଅତୀସ ମଜୁମଦାର |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ[୧] |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଶାସ୍ତି, ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଧାଂଶୁ ମିଶ୍ର । ଏହି କଥାଚିତ୍ରଟିର କାହାଣୀ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଶାସ୍ତି ଉପରେ ପର୍ଯ୍ୟବେଷିତ । ବୃନ୍ଦାବନ ଜେନା ଏହି କଥାଚିତ୍ରଟି ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ଗୁରୁ ଗୋପୀକୃଷ୍ଣ ବେହେରା ଏହି ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୪]
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ବିଜୟ ମହାନ୍ତି, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ହେମନ୍ତ ଦାସ, ଗୀତା ରାଓ, ଦୀପ୍ତିନାଥ, କାନ୍ତ ସିଂହ, ଶ୍ୟାମାମଣି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ପୁରସ୍କାର[ସମ୍ପାଦନା]
- ଶ୍ରେଷ୍ଠ ଚଳଚ୍ଚିତ୍ର(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)[୫]
ଅଭିନୟ[ସମ୍ପାଦନା]
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ମିହିର ଦାସ
- ସ୍ନିଗ୍ଧା ମହାନ୍ତି
- ବିଜୟ ମହାନ୍ତି
- ଜୟୀରାମ ସାମଲ
- ଦୁଃଖିରାମ ସ୍ୱାଇଁ
- ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
- ହେମନ୍ତ ଦାସ[୬]
- ଗୀତା ରାଓ
- ଦୀପ୍ତିନାଥ
- କାନ୍ତ ସିଂହ
- ଶ୍ୟାମାମଣି ତ୍ରିପାଠୀ
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅତୀସ ମଜୁମଦାର ।[୭] ଗୀତିକାର ବୃନ୍ଦାବନ ଜେନା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
- ↑ http://sambad.in/state/ashok-swain-is-no-more-172758/
- ↑ "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 27 August 2018. Retrieved 27 August 2018.
- ↑ Indian Cinema. Directorate of Film Festivals, Ministry of Information and Broadcasting. 1994.
- ↑ http://www.sambadepaper.com/epaperpdf/18112017/18-md-bam1-9.pdf
- ↑ https://www.news18.com/news/india/eminent-singer-dead-475325.html
- ↑ Harris M. Lentz III (9 May 2011). Obituaries in the Performing Arts, 2010. McFarland. pp. 92–. ISBN 978-0-7864-4175-4.
- ↑ https://www.news18.com/news/india/eminent-singer-dead-475325.html
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଶାସ୍ତି