ଅମିନୂଲ ଇସଲାମ
ଅମିନୂଲ ଇସଲାମ | |
---|---|
ଜନ୍ମ | ୫ ଅଗଷ୍ଟ ୧୯୦୦ |
ଜାତୀୟତା | ଭାରତୀୟ |
Notable work | କୋହେନୂର ପାଞ୍ଜି ଓ ରାଶିଫଳ |
ସନ୍ତାନ | ଜୋହରୂଲ ଇସଲାମ |
ଅମିନୂଲ ଇସଲାମ ଓଡ଼ିଶାରେ ଆଠଦଶକରୁ ଉର୍ଦ୍ଧ ସମୟ ଧରି ଆଦୃତ କୋହେନୂର ପଞ୍ଜିକା ଓ ରାଶିଫଳର ଜନକ ।[୧] ଏହି ପଞ୍ଜିକାଟି ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପଦ୍ୱାରା ସ୍ୱୀକୃତି ପ୍ରାପ୍ତ । ଅମିନୂଲ ଇସଲାମ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ହିନ୍ଦୁ ପୋଥି-ପୁରାଣ ଓ ଧର୍ମଗ୍ରନ୍ଥ ରଚନା ଓ ପ୍ରକାଶନ କରୁଥିଲେ ।
କୋହେନୂର ପଞ୍ଜିକା ଓ ରାଶିଫଳ[ସମ୍ପାଦନା]
୧୯୨୮ ମସିହାରେ ଅମିନୂଲ କଟକ ଆସି ନିଜ ଭିଣୋଇଙ୍କ ପାଖରେ ରହି ମୁଦ୍ରଣ ବ୍ୟବସାୟ ଶିଖିବା ପରେ କୋହେନୂର ପ୍ରେସ ଓ କୋହେନୂର ପ୍ରେସ ପୁସ୍ତକ ଭଣ୍ଡାର ପ୍ରତିଷ୍ଠା କରିଥିଲେ । ବ୍ରିଟିଶ ଶାସନ କାଳରେ ତାଙ୍କ ପ୍ରେସ ଉପରେ ଏକାଧିକ ବାର ଚଢ଼ଉ କରି ବିପ୍ଳବୀଙ୍କୁ ପ୍ରେରଣା ଯୋଗାଉଥିବା ବହି ସବୁ ଜବତ କରିଥିଲେ ।[୨]
ହିନ୍ଦୁ ପୋଥି-ପୁରାଣ ପ୍ରତି ତାଙ୍କର ଆଦର ଥିବାରୁ ସେ ଏକ ପଞ୍ଜିକା ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପୂର୍ବରୁ ଓଡ଼ିଶାରେ "ଅରୁଣୋଦେୟ ପ୍ରେସ ପଞ୍ଜିକା" ନାମରେ ଏକମାତ୍ର ପାଞ୍ଜି ପ୍ରକାଶ ପାଉଥିଲା । ଅମିନୂଲ ପଠାଣି ସାମନ୍ତ ପରିବାରର ଦାୟଦ ଓ ଗଣକ ଗଦାଧର ସିଂହ ସାମନ୍ତ ଓ ଲିଙ୍ଗରାଜ ଖଡିରତ୍ନ ପରିବାରର ଦାୟଦ ପଣ୍ଡିତ ହରିହର ଖଡିରତ୍ନଙ୍କୁ ଏକାଠି କରି ନୂଆ ପାଞ୍ଜିର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ସାମାନ୍ୟ ସଂଶୋଧନ ପରେ ପୁରୀ ମୁକ୍ତି ମଣ୍ଡପ ସଭା ଏହି ପାଞ୍ଜିକୁ ସ୍ୱୀକୃତି ପ୍ରଦାନ କରିଥିଲା ଏବଂ ୧୯୩୫ ମସିହାରେ କୋହେନୂର ପାଞ୍ଜି ଜନ୍ମ ନେଇଥିଲା ।
ସାମାଜିକ ଜୀବନ[ସମ୍ପାଦନା]
ଅମିନୂଲ ବହୁ ହିନ୍ଦୁ ଧର୍ମଗ୍ରନ୍ଥ ରଚନା ଓ ପ୍ରକାଶନା କରୁଥିଲେ ।[୩] ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ ପାଇଁ ସେ ସାହାଯ୍ୟ କରୁଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀ ବ୍ୟକ୍ତି ଥିଲେ । ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଭାଗିରଥି ମହାପାତ୍ର ଆଦିଙ୍କ ସହିତ ଅମିନୂଲ କାର୍ଯ୍ୟ କରିଥିଲେ ।[୪]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ପଦ୍ମକେଶରୀ ଉପାଧୀରେ ବିଜୁ ପଟ୍ଟନାୟକଙ୍କଦ୍ୱାରା ଭୂଷିତ ।
- ଚନ୍ଦ୍ରଶେଖର ଉପାଧୀରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଦ୍ୱାରା ଭୂଷିତ ।
୧୯୮୫ ମସିହାରେ, ପୁରୀ ଶ୍ରୀମନ୍ଦିରରେ ତାଙ୍କର ଶ୍ରାଦ୍ଧ ପାଳନ କରାଯାଇଥିଲା । ଜଣେ ଇସଲାମ ଧର୍ମାବଲମ୍ବୀଙ୍କ ଶ୍ରାଦ୍ଧ ଶ୍ରୀମନ୍ଦିରରେ ପାଳନ କରାଯିବା ଏକ ବିରଳ ଘଟଣା ।[୫]
ଆଧାର[ସମ୍ପାଦନା]
- ↑ Bulbul Sharma (28 February 2013). MUSLIMS IN INDIAN CITIES. HarperCollins Publishers India. pp. 163–. ISBN 978-93-5029-555-7.
- ↑ "People and Faith". Communalism Combat. Sabrang Communication & Publishing Pvt. Ltd. Retrieved 5 August 2015.
- ↑ Mohanty, Gopinath; Patnaik, Jeeban Kumar; Ratha, Santosha Kumāra; State Level Vyasakabi Fakir Mohan Smruti Samsad (13 Jun 2011). The Cultural heritage of Orissa (1st ed.). State Level Vyasakabi Fakir Mohan Smruti Samsad. ISBN 9788190276139.
- ↑ http://www.telegraphindia.com/1130415/jsp/odisha/story_16785595.jsp#.VcIVxrUwDSg
- ↑ "କୋହେନୂର ପଂଜିକାର ଜନକ". ସମ୍ବାଦ ୦୫/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. 5 August 2015. Retrieved 5 August 2015.