ଅମିନୂଲ ଇସଲାମ

ଉଇକିପିଡ଼ିଆ‌ରୁ
(Aminul Islamରୁ ଲେଉଟି ଆସିଛି)
ଅମିନୂଲ ଇସଲାମ
ଜନ୍ମ(1900-08-05)୫ ଅଗଷ୍ଟ ୧୯୦୦
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିକୋହେନୂର ପାଞ୍ଜି ଓ ରାଶିଫଳ
ସନ୍ତାନଜୋହରୂଲ ଇସଲାମ

ଅମିନୂଲ ଇସଲାମ ଓଡ଼ିଶାରେ ଆଠଦଶକରୁ ଉର୍ଦ୍ଧ ସମୟ ଧରି ଆଦୃତ କୋହେନୂର ପଞ୍ଜିକା ଓ ରାଶିଫଳର ଜନକ ।[୧] ଏହି ପଞ୍ଜିକାଟି ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପଦ୍ୱାରା ସ୍ୱୀକୃତି ପ୍ରାପ୍ତ । ଅମିନୂଲ ଇସଲାମ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ହିନ୍ଦୁ ପୋଥି-ପୁରାଣ ଓ ଧର୍ମଗ୍ରନ୍ଥ ରଚନା ଓ ପ୍ରକାଶନ କରୁଥିଲେ ।

କୋହେନୂର ପଞ୍ଜିକା ଓ ରାଶିଫଳ[ସମ୍ପାଦନା]

୧୯୨୮ ମସିହାରେ ଅମିନୂଲ କଟକ ଆସି ନିଜ ଭିଣୋଇଙ୍କ ପାଖରେ ରହି ମୁଦ୍ରଣ ବ୍ୟବସାୟ ଶିଖିବା ପରେ କୋହେନୂର ପ୍ରେସ ଓ କୋହେନୂର ପ୍ରେସ ପୁସ୍ତକ ଭଣ୍ଡାର ପ୍ରତିଷ୍ଠା କରିଥିଲେ । ବ୍ରିଟିଶ ଶାସନ କାଳରେ ତାଙ୍କ ପ୍ରେସ ଉପରେ ଏକାଧିକ ବାର ଚଢ଼ଉ କରି ବିପ୍ଳବୀଙ୍କୁ ପ୍ରେରଣା ଯୋଗାଉଥିବା ବହି ସବୁ ଜବତ କରିଥିଲେ ।[୨]

ହିନ୍ଦୁ ପୋଥି-ପୁରାଣ ପ୍ରତି ତାଙ୍କର ଆଦର ଥିବାରୁ ସେ ଏକ ପଞ୍ଜିକା ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପୂର୍ବରୁ ଓଡ଼ିଶାରେ "ଅରୁଣୋଦେୟ ପ୍ରେସ ପଞ୍ଜିକା" ନାମରେ ଏକମାତ୍ର ପାଞ୍ଜି ପ୍ରକାଶ ପାଉଥିଲା । ଅମିନୂଲ ପଠାଣି ସାମନ୍ତ ପରିବାରର ଦାୟଦ ଓ ଗଣକ ଗଦାଧର ସିଂହ ସାମନ୍ତ ଓ ଲିଙ୍ଗରାଜ ଖଡିରତ୍ନ ପରିବାରର ଦାୟଦ ପଣ୍ଡିତ ହରିହର ଖଡିରତ୍ନଙ୍କୁ ଏକାଠି କରି ନୂଆ ପାଞ୍ଜିର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ସାମାନ୍ୟ ସଂଶୋଧନ ପରେ ପୁରୀ ମୁକ୍ତି ମଣ୍ଡପ ସଭା ଏହି ପାଞ୍ଜିକୁ ସ୍ୱୀକୃତି ପ୍ରଦାନ କରିଥିଲା ଏବଂ ୧୯୩୫ ମସିହାରେ କୋହେନୂର ପାଞ୍ଜି ଜନ୍ମ ନେଇଥିଲା ।

ସାମାଜିକ ଜୀବନ[ସମ୍ପାଦନା]

ଅମିନୂଲ ବହୁ ହିନ୍ଦୁ ଧର୍ମଗ୍ରନ୍ଥ ରଚନା ଓ ପ୍ରକାଶନା କରୁଥିଲେ ।[୩] ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ ପାଇଁ ସେ ସାହାଯ୍ୟ କରୁଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀ ବ୍ୟକ୍ତି ଥିଲେ । ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଭାଗିରଥି ମହାପାତ୍ର ଆଦିଙ୍କ ସହିତ ଅମିନୂଲ କାର୍ଯ୍ୟ କରିଥିଲେ ।[୪]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

୧୯୮୫ ମସିହାରେ, ପୁରୀ ଶ୍ରୀମନ୍ଦିରରେ ତାଙ୍କର ଶ୍ରାଦ୍ଧ ପାଳନ କରାଯାଇଥିଲା । ଜଣେ ଇସଲାମ ଧର୍ମାବଲମ୍ବୀଙ୍କ ଶ୍ରାଦ୍ଧ ଶ୍ରୀମନ୍ଦିରରେ ପାଳନ କରାଯିବା ଏକ ବିରଳ ଘଟଣା ।[୫]

ଆଧାର[ସମ୍ପାଦନା]

  1. Bulbul Sharma (28 February 2013). MUSLIMS IN INDIAN CITIES. HarperCollins Publishers India. pp. 163–. ISBN 978-93-5029-555-7.
  2. "People and Faith". Communalism Combat. Sabrang Communication & Publishing Pvt. Ltd. Retrieved 5 August 2015.
  3. Mohanty, Gopinath; Patnaik, Jeeban Kumar; Ratha, Santosha Kumāra; State Level Vyasakabi Fakir Mohan Smruti Samsad (13 Jun 2011). The Cultural heritage of Orissa (1st ed.). State Level Vyasakabi Fakir Mohan Smruti Samsad. ISBN 9788190276139.
  4. http://www.telegraphindia.com/1130415/jsp/odisha/story_16785595.jsp#.VcIVxrUwDSg
  5. "କୋହେନୂର ପଂଜିକାର ଜନକ". ସମ୍ବାଦ ୦୫/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. 5 August 2015. Archived from the original on 4 March 2016. Retrieved 5 August 2015.

ଅଧିକ ତଥ୍ୟ[ସମ୍ପାଦନା]