ଅମିନୂଲ ଇସଲାମ
ଅମିନୂଲ ଇସଲାମ | |
---|---|
ଜନ୍ମ | ୫ ଅଗଷ୍ଟ ୧୯୦୦ |
ମୃତ୍ୟୁ | ୧୦ ଅଗଷ୍ଟ ୧୯୮୫ | (ବୟସ ୮୫)
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | କୋହେନୂର ପାଞ୍ଜି ଓ ରାଶିଫଳ |
ସନ୍ତାନ | ଜୋହରୂଲ ଇସଲାମ |
ଅମିନୂଲ ଇସଲାମ (୫ ଅଗଷ୍ଟ ୧୯୦୦–୧୦ ଅଗଷ୍ଟ ୧୯୮୫) ଜଣେ ଭାରତୀୟ ଓଡ଼ିଆ ପାଞ୍ଜିକାର, ପୁସ୍ତକ ପ୍ରକାଶକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶାରେ କୋହେନୂର ପଞ୍ଜିକା ଓ ରାଶିଫଳର ଜନକ ଭାବେ ଜଣାଶୁଣା ।[୧] ଏହା ଛଡ଼ା ସେ ହିନ୍ଦୁ ପୋଥି-ପୁରାଣ ଓ ଧର୍ମଗ୍ରନ୍ଥ ରଚନା ଓ ପ୍ରକାଶ କରୁଥିଲେ । ସେ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଭାଗିରଥି ମହାପାତ୍ର ଆଦିଙ୍କ ସହ କାର୍ଯ୍ୟ କରିଥିଲେ ।[୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଅମିନୂଲ ଇସଲାମ ୧୯୦୦ ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ।
କୋହେନୂର ପଞ୍ଜିକା ଓ ରାଶିଫଳ
[ସମ୍ପାଦନା]୧୯୨୮ ମସିହାରେ ଅମିନୂଲ କଟକ ଆସି ନିଜ ଭିଣୋଇଙ୍କ ପାଖରେ ରହି ମୁଦ୍ରଣ ବ୍ୟବସାୟ ଶିଖିବା ପରେ କୋହେନୂର ପ୍ରେସ ଓ କୋହେନୂର ପ୍ରେସ ପୁସ୍ତକ ଭଣ୍ଡାର ପ୍ରତିଷ୍ଠା କରିଥିଲେ । ବ୍ରିଟିଶ ଶାସନ କାଳରେ ତାଙ୍କ ପ୍ରେସ ଉପରେ ଏକାଧିକ ବାର ଚଢ଼ଉ କରି ବିପ୍ଳବୀଙ୍କୁ ପ୍ରେରଣା ଯୋଗାଉଥିବା ବହି ସବୁ ଜବତ କରିଥିଲେ ।[୩]
ହିନ୍ଦୁ ପୋଥି-ପୁରାଣ ପ୍ରତି ତାଙ୍କର ଆଦର ଥିବାରୁ ସେ ଏକ ପଞ୍ଜିକା ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପୂର୍ବରୁ ଓଡ଼ିଶାରେ ଅରୁଣୋଦେୟ ପ୍ରେସ ପଞ୍ଜିକା ନାମରେ ଏକମାତ୍ର ପାଞ୍ଜି ପ୍ରକାଶ ପାଉଥିଲା । ଅମିନୂଲ ପଠାଣି ସାମନ୍ତ ପରିବାରର ଦାୟଦ ଓ ଗଣକ ଗଦାଧର ସିଂହ ସାମନ୍ତ ଓ ଲିଙ୍ଗରାଜ ଖଡିରତ୍ନ ପରିବାରର ଦାୟାଦ ପଣ୍ଡିତ ହରିହର ଖଡିରତ୍ନଙ୍କୁ ଏକାଠି କରି ନୂଆ ପାଞ୍ଜିର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ସାମାନ୍ୟ ସଂଶୋଧନ ପରେ ପୁରୀ ମୁକ୍ତି ମଣ୍ଡପ ସଭା ଏହି ପାଞ୍ଜିକୁ ସ୍ୱୀକୃତି ପ୍ରଦାନ କରିଥିଲା ଏବଂ ୧୯୩୫ ମସିହାରେ କୋହେନୂର ପାଞ୍ଜି ଜନ୍ମ ନେଇଥିଲା ।
ସାମାଜିକ ଜୀବନ
[ସମ୍ପାଦନା]ଅମିନୂଲ ହିନ୍ଦୁ ଧର୍ମଗ୍ରନ୍ଥମାନ ରଚନା ଓ ପ୍ରକାଶ କରିଥିଲେ ।[୪] ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ ପାଇଁ ସେ ସାହାଯ୍ୟ କରୁଥିଲେ ।
ରଚନାବଳୀ
[ସମ୍ପାଦନା]- ଜଗନ୍ନାଥ ସ୍ତୁତି
- ଲକ୍ଷ୍ମୀ ସ୍ତୁତି
- ସରସ୍ୱତୀ ସ୍ତୁତି
- ଧ୍ରୁବ ସ୍ତୁତି
- ପ୍ରହ୍ଲାଦ ସ୍ତୁତି
- ରଣପୁର ପ୍ରଜାମେଳି
- ଦାଣ୍ଡିଯାତ୍ରା
- ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ
- ରାଧା ଗୋବିନ୍ଦ ଚଉତିଶା
- ବନ୍ଦୋବସ୍ତ ଆଇନ
- ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା
- ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା
- ଗରିବ ଝିଅର ବାହାଘର
- ଲଗ୍ନ ରାଶିଫଳ
- ରାମାୟଣ
- ମହାଭାରତ
- ଭାଗବତ[୫]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]୧୯୮୫ ମସିହାରେ ଶ୍ରୀମନ୍ଦିରରେ ତାଙ୍କର ଶ୍ରାଦ୍ଧ ପାଳନ କରାଯାଇଥିଲା । ଜଣେ ଇସଲାମ ଧର୍ମାବଲମ୍ବୀଙ୍କ ଶ୍ରାଦ୍ଧ ଶ୍ରୀମନ୍ଦିରରେ ପାଳନ କରାଯିବା ଏକ ବିରଳ ଘଟଣା ।[୬] ବିଜୁ ପଟ୍ଟନାୟକ ତାଙ୍କୁ ପଦ୍ମକେଶରୀ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କୁ ଚନ୍ଦ୍ରଶେଖର ଉପାଧୀ ପ୍ରଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ Bulbul Sharma (28 February 2013). MUSLIMS IN INDIAN CITIES. HarperCollins Publishers India. pp. 163–. ISBN 978-93-5029-555-7.
- ↑ http://www.telegraphindia.com/1130415/jsp/odisha/story_16785595.jsp#.VcIVxrUwDSg
- ↑ "People and Faith". Communalism Combat. Sabrang Communication & Publishing Pvt. Ltd. Retrieved 5 August 2015.
- ↑ Mohanty, Gopinath; Patnaik, Jeeban Kumar; Ratha, Santosha Kumāra; State Level Vyasakabi Fakir Mohan Smruti Samsad (13 Jun 2011). The Cultural heritage of Orissa (1st ed.). State Level Vyasakabi Fakir Mohan Smruti Samsad. ISBN 9788190276139.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ (୧ମ ed.). ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ.
- ↑ "କୋହେନୂର ପଂଜିକାର ଜନକ". ସମ୍ବାଦ ୦୫/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. 5 August 2015. Archived from the original on 4 March 2016. Retrieved 5 August 2015.