ଇସଲାମ ଧର୍ମ

ଉଇକିପିଡ଼ିଆ ରୁ
Jump to navigation Jump to search
ରାତିରେ କାବା - ମୁସଲମାନଙ୍କ ପବିତ୍ରତମ ତୀର୍ଥସ୍ଥଳୀ

ଇସଲାମ (اَلْإِسْلَامُ‎ - ଅଲ୍-ଇସ୍ଲାମ୍ - ଅର୍ଥାତ୍ ଈଶ୍ବରଙ୍କଠାରେ ସମର୍ପଣ)[୧] ଏକ ଏକେଶ୍ୱରବାଦୀ ଆବ୍ରାହମୀୟ ଧର୍ମ[୨][୩] ଏହାର ମୂଳ ଶିକ୍ଷା ହେଉଛି ଆଲ୍ଲା ଏକ ଏବଂ ଅଦ୍ୱିତୀୟ ତଥା ମହମ୍ମଦ ଈଶ୍ବରଙ୍କ ପୈଗମ୍ବର । ଇସଲାମ ଧର୍ମପନ୍ଥୀ ମୁସଲମାନ ଭାବେ ପରିଚିତ ।[୪] ଏହାର ବିଶ୍ୱର ଦ୍ବିତୀୟ ବୃହତ୍ତମ ଧର୍ମ ଏବଂ ଏଥିରେ ୧୮୦ କୋଟି ଲୋକ ଅଛନ୍ତି ।[୫] ୪୯ଟି ଦେଶରେ ମୁସଲମାନମାନେ ସଂଖ୍ଯା ଗରିଷ୍ଠ ଅଛନ୍ତି ।[୬] ଇସଲାମ ଶିକ୍ଷା ଦିଏ ଯେ - ଆଲ୍ଲା ଦୟାମୟ, ସର୍ବଶକ୍ତିମାନ ଏବଂ ଅଦ୍ୱିତୀୟ[୭] ତଥା ଭବିଷ୍ଯଦ୍ବକ୍ତା, ଗ୍ରନ୍ଥ ଏବଂ ପ୍ରାକୃତିକ ସଙ୍କେତ ଦ୍ବାରା ମନୁଷ୍ଯମାନଙ୍କର ପଥପ୍ରଦର୍ଶନ କରିଥିଲେ ।[୮] ଇସଲାମର ପ୍ରମୁଖ ଗ୍ରନ୍ଥ ହେଉଛି କୋରାନ - ଆଲ୍ଲାଙ୍କ ମୁଖ ନିଃସୃତ ବାଣୀ ତଥା ସୁନ୍ନାଃ - ପୈଗମ୍ବର ମହମ୍ମଦଙ୍କ ନୈତିକ ଶିକ୍ଷା ତଥା ଜୀବନୀ ।[୯]

ମୁସଲମାନମାନେ ବିଶ୍ବାସ କରନ୍ତି ଯେ ଇସଲାମ ହେଉଛି ସର୍ବପୂରାତନ ବାସ୍ତବ ଧର୍ମ ଯାହା ଆଗରୁ ଆଦମ, ନୋହା, ଆବ୍ରାହମ, ମୁସା, ଯୀଶୁ ଆଦିଙ୍କଦ୍ୱାରା ପ୍ରବର୍ତ୍ତନ କରାଯାଇସାରିଛି ।[୧୦] ମୁସଲମାନଙ୍କ ମତରେ ଆରବୀୟ ଭାଷାରେ କୋରାନ ହେଉଛି ଆଲ୍ଲାଙ୍କ ଅପରିବର୍ତ୍ତନୀୟ ତଥା ଅନ୍ତିମ ମାର୍ଗଦର୍ଶନ । ଅନ୍ଯାନ୍ଯ ଆବ୍ରାହମୀୟ ଧର୍ମ ପରି ଇସଲାମରେ ମଧ୍ଯ ଶିଖାଯାଏ ଯେ ପୁଣ୍ଯାତ୍ମାମାନେ ଶେଷରେ ସ୍ୱର୍ଗ ଯିବେ ଏବଂ ପାପାତ୍ମାମାନେ ନର୍କ ଯିବେ । ମକ୍କା, ମଦିନା ତଥା ଜେରୁଜେଲମ ଇସଲାମର ତିନୋଟି ପବିତ୍ରତମ ତୀର୍ଥସ୍ଥଳୀ[୧୧]

ଐତିହାସିକ ଦୃଷ୍ଟିକୋଣରୁ ଇସଲାମ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରବୀୟ ଉପଦ୍ବୀପ ସ୍ଥାପିତ ହୋଇଥିଲା[୧୨] ଏବଂ ଅଷ୍ଟମ ଶତାବ୍ଦୀ ବେଳକୁ ଉମୟଦ ଖିଲାଫତ ପଶ୍ଚିମରେ ଇବେରିଆ ଠାରୁ ପୂର୍ବରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବ୍ଯାପି ସାରିଥିଲା । ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଇସଲାମୀୟ ସ୍ୱର୍ଣ୍ଣଯୁଗ ବୋଲି ବୋଲି କୁହାଯାଏ । ଏହି ସମୟରେ ଆବାଶିଦ ଖିଲାଫତର ଅଧିନରେ ମୁସଲିମ ଜଗତରେ ବୈଜ୍ଞାନିକ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ପରିଲକ୍ଷିତ ହୋଇଥିଲା ।[୧୩]

ନୈରୁକ୍ତଶାସ୍ତ୍ର[ସମ୍ପାଦନା]

ଆରବୀୟ ଭାଷାରେ, ତ୍ରୈଧ୍ୱନି ଧାତୁ ସ-ଲ-ମରୁ ଇସଲାମ(ଆରବୀୟ: إسلام‎) ଶବ୍ଦର ସୃଷ୍ଟି । ଏହି ଧାତୁରୁ ସମର୍ପଣ, ସମ୍ପୂର୍ଣ୍ଣତା, ନିର୍ଭୟତା ତଥା ଶାନ୍ତି ସହ ସମ୍ବନ୍ଧିତ ଅନେକ ଶବ୍ଦ ସୃଷ୍ଟି ହୋଇଛି ।[୧୪] ଇସଲାମ, ଏହି ଧାତୁର ଚତୁର୍ଥ ରୂପର କ୍ରିୟାବାଚକ ବିଶେଷ୍ୟ ଯାହାର ଅର୍ଥ ସମର୍ପଣ ।

ବିଶ୍ବାସର ଆଧାର[ସମ୍ପାଦନା]

ଈଶ୍ବରଙ୍କ ସ୍ୱରୂପ[ସମ୍ପାଦନା]

ମେଡାଲରେ ଅଲ୍ଲାଃ ଲେଖାଯାଇଛି, ହାଗିଆ ସୋଫିଆ, ଇସ୍ତାନବୁଲ, ତୁର୍କୀ

ଇସଲାମର ମୂଳାଧାର ହେଉଛି ତହ୍ୱିଦ ବା ଏକେଶ୍ୱରବାଦ ।[୧୫] କୋରାନର ୧୧୨ତମ ସୁରାଃରେ କୁହାଯାଇଛି - "ହେ ନବୀ, କୁହ, ସେ ଆଲ୍ଲା, ଏକ ଏବଂ କେବଳ ଏକ ଈଶ୍ବର, ସେ ପାଳକ ଏବଂ ସମସ୍ତଙ୍କ ଦ୍ବାରା ଅତି ଆବଶ୍ୟକ, ସେ ଅଜନ୍ମା ଏବଂ ତାଙ୍କର ସନ୍ତାନ ନାହିଁ, ଏବଂ ସେ ଅଦ୍ୱିତୀୟ ଅଟନ୍ତି ।

ଇସଲାମରେ ଅନେକେଶ୍ୱରବାଦ ଏବଂ ମୂର୍ତ୍ତିପୂଜାକୁ ମହାପାପ ବୋଲି ଗଣାଯାଏ । ଏହାସହ ଇସଲାମ, ଖ୍ରୀଷ୍ଟୀୟ ବିଶ୍ବାସ ତ୍ରୈଦିବ୍ଯତାକୁ ମଧ୍ଯ ଖଣ୍ତନ କରିଥାଏ । ଇସଲାମରେ ଆଲ୍ଲା, ସାଧାରଣ ମାନବ ବୁଦ୍ଧିରୁ ଉପରେ ବୋଲି ଗ୍ରହଣ କରାଯାଏ ଅର୍ଥାତ୍ ସାଧାରଣ ମାନବ ବୁଦ୍ଧିଦ୍ୱାରା ଆଲ୍ଲାଙ୍କ ବାସ୍ତବିକତା ବୁଝିବା ଅସମ୍ଭବ ଅଟେ ।[୧୬][୧୭] ଆଲ୍ଲାଙ୍କୁ ବିଭିନ୍ନ ବିଶେଷଣାତ୍ମକ ନାମରେ ସମ୍ବୋଧନ କରାଯାଏ, ଯେପରିକି - ଅର୍-ରହମାନ୍ ଅର୍ଥାତ୍ ପରମକରୁଣାମୟ, ଅର୍-ରହିମ୍ ଅର୍ଥାତ୍ ପରମଦୟାଳୁ ।[୧୮]

ଇସଲାମ କହେ - ଏହି ସଂସାର ଓ ଏଥିର ସବୁକିଛି ଆଲ୍ଲାଙ୍କ ଆଦେଶଦ୍ୱାରା ତିଆରି ହୋଇଛି (ହେଉ ଏବଂ ହେଲା[୧୯]) ଏବଂ ଜୀବନର ଉଦ୍ଦେଶ୍ଯ[୨୦][୨୧] ହେଲା ଆଲ୍ଲାଙ୍କ ପୂଜା କରିବା ବା ତାଙ୍କୁ ଜାଣିବା । ଆଲ୍ଲାଙ୍କୁ ଏକ ବ୍ଯକ୍ତିତ୍ବଧାରୀ ଈଶ୍ବର ଭାବେ ପରିକଳ୍ପନା କରାଯାଇଛି, ଯାହାଙ୍କୁ ଡାକିଲେ ସେ ସାହାଯ୍ୟ କରିବା ପାଇଁ ଆସନ୍ତି । ତାଙ୍କ ସହ ଯୋଡି ହେବା ପାଇଁ କୌଣସି ମାଧ୍ଯମ କିମ୍ବା ସାଧୁସନ୍ଥମାନଙ୍କ ଆବଶ୍ୟକତା ନାହିଁ । ଆଲ୍ଲାଙ୍କ ଜ୍ଞାନକୁ ଅର୍ଥାତ୍ ଆଲ୍ଲାଙ୍କୁ ଜାଣିବାକୁ ତକ୍ୱା କୁହାଯାଏ । ସାଧାରଣତଃ ଆଲ୍ଲା ଏକ ନାମବାଚକ ବିଶେଷ୍ୟପଦ[୨୨] ଯାହାର ବହୁବଚନ କିମ୍ବା ଲିଙ୍ଗ ପରିବର୍ତ୍ତନ କରାଯାଇପାରିବ ନାହିଁ । ଆଲ୍ଲା, ମୁସଲମାନ ତଥା ଆରବୀୟ କହୁଥିବା ଖ୍ରୀଷ୍ଟୀଆନ ଏବଂ ଇହୁଦୀମାନଙ୍କ ଦ୍ବାରା ଈଶ୍ୱରଙ୍କ ପାଇଁ ବ୍ଯବହୃତ ହୁଏ ।[୨୩]

ଦିବ୍ଯଦୂତ[ସମ୍ପାଦନା]

ଦିବ୍ଯଦୂତ ଗାବ୍ରିଏଲଙ୍କ ଠାରୁ ପ୍ରଥମ ପ୍ରକାଶନ ପାଉଥିବା ମହମ୍ମଦ । ୧୩୦୭ ମସିହାର ରସିଦଲ୍ଦିନ ହମାଦାନୀଙ୍କ ପାଣ୍ଡୁଲିପି ଜାମିନ ଅଲ୍-ତୱରିଖରୁ ଆନୀତ ।

ଇସଲାମରେ ଦିବ୍ଯଦୂତ ବା ଫରିସ୍ତା ଉପରେ ବିଶ୍ବାସ କରିବା ଏକ ମହତ୍ବପୂର୍ଣ୍ଣ ଆଧାର । ଦିବ୍ଯଦୂତ ପାଇଁ କୋରାନୀୟ ପଦ ହେଉଛି ملك‎ - ମଲାକ୍, ମଲାକାରୁ କିମ୍ବା ତ୍ରୈଧ୍ୱନି ମ-ଲ-କରୁ ଆଣାଯାଇଥିବ । ମଲାକା ଅର୍ଥ ଯିଏ ନିୟନ୍ତ୍ରଣ କରେ ।[୨୪] ମ-ଲ-କରୁ ଉତ୍ପନ୍ନ ଶବ୍ଦର ଅର୍ଥ ସମ୍ବାଦବାହକ ବା ଦୂତ । ଏହି ଶବ୍ଦଟି କେବଳ ଆଧ୍ଯାତ୍ମିକ ସ୍ୱର୍ଗୀୟ ଆତ୍ମାରୂପମାନଙ୍କ ପାଇଁ ବ୍ଯବହାର କରାଯାଏ । କୋରାନ ଉଭୟ ଦିବ୍ଯଦୂତୀୟ ତଥା ମାନବିକ ସମ୍ବାଦବାହକମାନଙ୍କୁ ରସୁଲ କହିଥାଏ ।

ଇସଲାମରେ ଦିବ୍ଯଦୂତ ବିଷୟରେ କୋରାନରେ ସର୍ବାଧିକ ବର୍ଣ୍ଣନା କରାଯାଇଛି ।[୨୫] ଗାବ୍ରିଏଲ ଏବଂ ମିକାଏଲ ପରି ଦିବ୍ଯଦୂତମାନଙ୍କ ବିଷୟରେ ବିଶେଷ ବର୍ଣ୍ଣନା କରାଯାଇଛି । ଅନ୍ଯାନ୍ଯ ଦିବ୍ଯଦୂତମାନଙ୍କର କାର୍ଯ୍ୟାଧାରରେ ନାମକରଣ କରାଯାଇଛି । ଦିବ୍ଯଦୂତମାନେ ନିମ୍ନ ଲିଖିତ କାର୍ଯ୍ୟମାନ କରିଥାନ୍ତି - ଆଲ୍ଲାଙ୍କ ସନ୍ଦେଶ ବହନ, ଆଲ୍ଲାଙ୍କ ପ୍ରଶଂସା, ପ୍ରତ୍ଯେକ ବ୍ଯକ୍ତିଙ୍କ କର୍ମର ଲେଖାଲେଖା ଏବଂ ମୃତ୍ଯୁ ପରେ ସମସ୍ତଙ୍କ ଆତ୍ମା ସଂଗ୍ରହ ଇତ୍ୟାଦି ।

ଇହୁଦୀ ତଥା ଖ୍ରୀଷ୍ଟ ଧର୍ମ ପରି ଇସଲାମର ଦିବ୍ଯଦୂତଙ୍କୁ ମଧ୍ଯ ମାନବ ରୂପରେ କଳ୍ପନା କରାଯାଇ ଥାଏ ।[୨୬] ତାଙ୍କର କପୋତ ପରି ଶୁଭ୍ର ବର୍ଣ୍ଣର ବଡ଼ବଡ଼ ଡେଣା ରହିଥାଏ, ସାଧାରଣତଃ ସେମାନେ ବୃହଦାକାୟ ବିଶିଷ୍ଟ ଏବଂ ତାଙ୍କର ଚତୁର୍ପାର୍ଶ୍ୱରେ ଏକ ଆଲୌକିକ ଆଭାମଣ୍ଡଳ ରହିଥାଏ । କୋରାନ ତାଙ୍କୁ ଦୁଇ ବା ଚାରି ବା ଛଅ ପକ୍ଷ ବିଶିଷ୍ଟ ଦୂତ ଭାବେ ବର୍ଣ୍ଣନା କରିଅଛି ।[୨୭] ସାଧାରଣତଃ ଦିବ୍ଯଦୂତମାନଙ୍କୁ ଭୋକଶୋଷ କିମ୍ବା ନିଦ୍ରା ତଥା ବିଶ୍ରାମର ଆବଶ୍ୟକତା ନ ଥାଏ । ସେମାନେ ଆଲୋକରୁ ତିଆରି ହୋଇଥାନ୍ତି ବୋଲି ଧାରଣା ରହିଛି; ଆଲୋକରୁ ତିଆରି ଦିବ୍ଯଦୂତ ସାଧାରଣତଃ ଦୟାଳୁ ଥାଆନ୍ତି ଏବଂ ଦଣ୍ଡ ପାଇଁ ଆବଶ୍ୟକ ଦିବ୍ଯଦୂତମାନେ ଅଗ୍ନିରୁ ତିଆରି ହୋଇଥାଆନ୍ତି ।

ପ୍ରକାଶିତ ଦିବ୍ଯଜ୍ଞାନ[ସମ୍ପାଦନା]

କୋରାନର ସପ୍ତ ଶ୍ଳୋକ ବିଶିଷ୍ଟ ପ୍ରଥମ ସୁରାଃ ଅଲ୍-ଫତିହା (ଆରମ୍ଭ)

ଇସଲାମୀୟ ପବିତ୍ର ଗ୍ରନ୍ଥାବଳୀ ସବୁ ଆଲ୍ଲାଙ୍କଦ୍ୱାରା ପ୍ରେରିତ ତଥା ନବୀମାନଙ୍କୁ ପ୍ରକାଶିତ ଦିବ୍ଯଜ୍ଞାନ ଏବଂ ଈଶ୍ବରାଜ୍ଞା । ମୁସଲମାନମାନେ ବିଶ୍ବାସ କରନ୍ତି ଯେ ପୂର୍ବ ପ୍ରକାଶିତ ଦିବ୍ଯଗ୍ରନ୍ଥ, ଯଥା - ତବ୍ରତ ତଥା ଇଞ୍ଜିଲ, ଆଦି ବିକୃତ ହୋଇଯାଇଛନ୍ତି ।[୨୮] ମୁସଲମାନଙ୍କ ମତରେ କୋରାନ ହେଉଛି ଆଲ୍ଲାଙ୍କ ଅନ୍ତିମ ପ୍ରକାଶିତ ଜ୍ଞାନୋପଦେଶ ଯାହା ସ୍ୱୟଂ ସମ୍ପୂର୍ଣ୍ଣ ଏବଂ ଆରବୀୟ ଭାଷାରେ ସାହିତ୍ୟର ସର୍ବୋତ୍କୃଷ୍ଟ କୃତି ।[୨୯][୩୦]

ମୁସଲମାନମାନେ ବିଶ୍ବାସ କରନ୍ତି ଯେ ୬୧୦ ଖ୍ରୀଷ୍ଟାବ୍ଦରୁ ୬୩୨ ଖ୍ରୀଷ୍ଟାବ୍ଦରେ ମହମ୍ମଦଙ୍କ ମୃତ୍ଯୁ ପର୍ଯ୍ୟନ୍ତ, ଆଲ୍ଲା ରାଜ-ଦିବ୍ଯଦୂତ ଜିବ୍ରିଲଙ୍କ ଦ୍ୱରା ମହମ୍ମଦଙ୍କୁ କୋରାନର ବିଭିନ୍ନ ଶ୍ଳୋକ ସବୁ ସମୟ ସମୟରେ ପ୍ରକାଶିତ କରୁଥିଲେ ।[୩୧] ମହମ୍ମଦଙ୍କ ଜୀବନକାଳରେ ତାଙ୍କର ସହାବାହଙ୍କ ଦ୍ବାରା ସମସ୍ତ ପ୍ରକାଶିତ ଶ୍ଳୋକ ଲେଖାଯାଇ ସାରିଥିଲା ।[୩୨] କୋରାନ ୧୧୪ ଗୋଟି ଅଧ୍ଯାୟରେ ବିଭକ୍ତ, ଏବଂ ଏଥିରେ ସମୁଦାୟ ୬୨୩୬ଟି ଶ୍ଳୋକ ରହିଛି । ସମୟ ଦୃଷ୍ଟିରୁ ପ୍ରାଥମେ ପ୍ରକାଶିତ ମକ୍କୀୟ ସୁରାଃଗୁଡ଼ିକ, ନୈତିକ ତଥା ଆଧ୍ଯାତ୍ମିକ ବିଷୟାଧାରିତ । ପରେ ପ୍ରକାଶିତ ମେଦିନୀୟ ସୁରାଃଗୁଡ଼ିକ ମୁସଲମାନ ସମ୍ପ୍ରଦାୟ ସହ ଜଡ଼ିତ ସାମାଜିକ ଏବଂ ରାଜନୈତିକ ବିଷୟ ସହ ସମ୍ପୃକ୍ତ ।[୩୩]

ନବୀ ଏବଂ ସୁନ୍ନାଃ[ସମ୍ପାଦନା]

ମଧ୍ଯଯୁଗୀୟ ପାରସୀ ପାଣ୍ଡୁଲିପି - ମହମ୍ମଦଙ୍କ ସହ ଆବ୍ରାହମ, ମୁସା ଏବଂ ଯୀଶୁ ପ୍ରାର୍ଥନା ପାଇଁ ଯାଉଛନ୍ତି ।

ନବୀ (ଆରବୀୟ - أنبياء‎ - ଅନ୍ବୀଆ) ବା ପୈଗମ୍ବର ହେଉଛନ୍ତି ଈଶ୍ବର ବା ଆଲ୍ଲାଙ୍କ ଦ୍ବାରା ପ୍ରେରିତ ମହାପୁରୁଷ ଯେ ଲୋକମାନଙ୍କୁ ଆଲ୍ଲାଙ୍କ ଜ୍ଞାନ, ଦିଗ୍ଦର୍ଶନ ତଥା ନିୟମାଦି ଦେଇଥାନ୍ତି । କୋରାନ ଅନୁସାରେ ଆଲ୍ଲା ନବୀମାନଙ୍କଦ୍ୱାରା ନିଜର ଇଚ୍ଛା ପୂରଣ କରିଥାନ୍ତି । ନବୀମାନେ ମଧ୍ଯ ସାଧାରଣ ମନୁଷ୍ଯ କିନ୍ତୁ ଆବଶ୍ୟକ ସ୍ଥଳେ ନିଜର ନବୀତ୍ୱକୁ ପ୍ରମାଣିତ କରିବା ପାଇଁ ଅଦ୍ଭୁତ କାର୍ଯ୍ୟ କରିପାରନ୍ତି । ଇସଲାମୀୟ ବିଶ୍ବାସ ଅନୁସାରେ ଆଲ୍ଲାଙ୍କ ସମସ୍ତ ଦୂତଗଣ ଇସଲାମର ପ୍ରଚାର କରିଥିଲେ ।

ପୁନର୍ଜୀବନ ଏବଂ ନ୍ଯାୟବିଚ଼ାର[ସମ୍ପାଦନା]

ପୁନର୍ଜୀବନର ଦିବସ ବା ଅୱମ୍ ଅଲ୍-କ୍ୱିୟାମଃରେ (يوم القيامة‎) ବିଶ୍ବାସ କରିବା ମଧ୍ଯ ଇସଲାମରେ ମହତ୍ତ୍ବପୂର୍ଣ୍ଣ । କ୍ୱିୟାମଃର ଦିବସ ଆଲ୍ଲାଙ୍କ ଦ୍ବାରା ପୂର୍ବ ନିର୍ଦ୍ଧାରିତ ଅଟେ କିନ୍ତୁ ମନୁଷ୍ଯକୁ ତାହା ଅଜଣା ।

ଦିବ୍ଯଆଜ୍ଞା[ସମ୍ପାଦନା]

ଦିବ୍ଯଆଜ୍ଞା ବା ଈଶ୍ବରାଜ୍ଞା, ଆଲ୍ଲାଙ୍କ ଇଚ୍ଛା, ପୂର୍ବନିର୍ଦ୍ଧାରିତ ଭାଗ୍ଯ (ଭାଗ୍ଯ), ଇସଲାମରେ ଅଲ୍-କ୍ୱଦା ୱା ଇ-କ୍ୱଦର ବୋଲି କୁହାଯାଏ । ଅଲ୍-କ୍ୱଦରର ଉତ୍ପତ୍ତି ଏକ ଧାତୁରୁ ହୋଇଛି ଯାହାର ଅର୍ଥ ମାପିବା । ସମସ୍ତ ଭଲ ଓ ମନ୍ଦ କାର୍ଯ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି ବୋଲି ବିଶ୍ବାସ କରାଯାଏ ।[୩୪]

ପୂଜାକାର୍ଯ୍ୟ[ସମ୍ପାଦନା]

ଇସଲାମରେ ପାଞ୍ଚଟି ମୁଖ୍ଯ ବିଶ୍ବାସ ରହିଛି ଯାହା ସମସ୍ତଙ୍କ ପାଇଁ ଆନୀର୍ବାଯ୍ଯ ଅଟେ, ଏହାକୁ ଇସଲାମର ପଞ୍ଚାଧାର (ଆରବୀୟ; الإسلام أركان - ଅର୍କାନ୍ ଅଲିସ୍ଲାମ୍) ବା ଧର୍ମର ପଞ୍ଚାଧାର (ଆରବୀୟ; أركان الدين - ଅର୍କାନ୍ ଅଦ୍ଦିନ) କୁହାଯାଏ ।

ଶପଥ[ସମ୍ପାଦନା]

ମୋଗଲ ସମ୍ରାଟ ଆକବରଙ୍କ ରୌପ୍ଯମୁଦ୍ରାରେ ଲିଖିତ ଶହାଦା

ଇସଲାମର ଏକ ମହତ୍ତ୍ବପୂର୍ଣ୍ଣ ଭାଗ; ଶହାଦା - ଅଶାଦୁ' ଅଲ୍-ଲା' ଇଲାହା' ଇଲ୍ଲା-ଲ୍ଲାହୁ' ୱା' ଅଶାଦୁ' ଅନ୍ନା' ମୁହମ୍ମଦନ୍' ରସୁଲୁ-ଲ୍ଲାହ' ଅର୍ଥାତ୍ " ମୁଁ ସ୍ୱୀକାର କରୁଛି ଯେ, ଆଲ୍ଲାଙ୍କ ଛଡ଼ା (ପୂଜାର ଯୋଗ୍ୟ) ଆଉ କେହି ଈଶ୍ବର ନାହାଁନ୍ତି, ଏବଂ ମୁଁ ସ୍ୱୀକାର କରୁଛି ଯେ ମହମ୍ମଦ, ଆଲ୍ଲାଙ୍କ ପୈଗମ୍ବର । ମୁସଲମାନମାନେ ପ୍ରାର୍ଥନା ସମୟରେ ଏହି ବାକ୍ଯ କହିଥାନ୍ତି ଏବଂ ଅଣମୁସଲମାନଙ୍କୁ ଇସଲାମ ଗ୍ରହଣ ସମୟରେ ଏହା କହିବା ପାଇଁ ପଡିଥାଏ ।

ପ୍ରାର୍ଥନା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Lewis, Barnard; Churchill, Buntzie Ellis (2009). Islam: The Religion and The People. Wharton School Publishing. p. 8. ISBN 9780132230858
  2. Esposito, John L. 2009. "Islam." In The Oxford Encyclopedia of the Islamic World, edited by J. L. Esposito. Oxford: Oxford University Press. ISBN 9780195305135. (See also: quick reference.) "Profession of Faith…affirms Islam's absolute monotheism and acceptance of Muḥammad as the messenger of God, the last and final prophet."
  3. The Oxford encyclopedia of the Islamic world. Esposito, John L. New York, N.Y.: Oxford University Press. 2009. ISBN 978-0-19-530513-5. OCLC 154707857.CS1 maint: others (link)
  4. thefreedictionary.com: "muslim"
  5. Lipka, Michael, and Conrad Hackett. [2015] 6 April 2017. "Why Muslims are the world’s fastest-growing religious group" (data analysis). Fact Tank. US: Pew Research Center.
  6. The Pew Forum on Religion and Public Life. December 2012. "The Global Religious Landscape: A Report on the Size and Distribution of the World’s Major Religious Groups as of 2010." DC: Pew Research Center. Article.
  7. Campo, Juan Eduardo (2009). "Allah". Encyclopedia of Islam. Infobase Publishing. p. 34. ISBN 978-1-4381-2696-8.
  8. Özdemir, İbrahim. 2014. "Environment." In The Oxford Encyclopedia of Philosophy, Science, and Technology in Islam, edited by I. Kalin. Oxford: Oxford University Press. ISBN 9780199812578. "When Meccan pagans demanded proofs, signs, or miracles for the existence of God, the Qurʾān's response was to direct their gaze at nature's complexity, regularity, and order. The early verses of the Qurʾān, therefore, reveal an invitation to examine and investigate the heavens and the earth, and everything that can be seen in the environment.… The Qurʾān thus makes it clear that everything in Creation is a miraculous sign of God (āyah), inviting human beings to contemplate the Creator."
  9. Goldman, Elizabeth. 1995. Believers: Spiritual Leaders of the World. Oxford: Oxford University Press. ISBN 978-0-19-508240-1. p. 63.
  10. Reeves, J. C. (2004). Bible and Qurʼān: Essays in scriptural intertextuality. Leiden: Brill. p. 177. ISBN 9-0041-2726-7.
  11. Trofimov, Yaroslav. 2008. The Siege of Mecca: The 1979 Uprising at Islam's Holiest Shrine. New York. ISBN 978-0-307-47290-8. p. 79.
  12. Watt, William Montgomery (2003). Islam and the Integration of Society. Psychology Press. p. 5. ISBN 9780415175876.
  13. Saliba, George. 1994. A History of Arabic Astronomy: Planetary Theories During the Golden Age of Islam. New York: New York University Press. ISBN 0-8147-8023-7. pp. 245, 250, 256–57
  14. "Siin." Lane's Lexicon 4. – via StudyQuran.
  15. Tawhid". Encyclopædia Britannica. [1998] 2020.
  16. God Created the Universe with the Purpose to Serve Humankind: God Created..." Khan, Fateh Ullah. 2009. God Created the Universe with the Purpose to Serve Humankind, p. 298, at Google Books. ISBN 978-969-9399-00-8.
  17. Turfe, Tallal Alie (1985). Islamic Unity and Happiness. TTQ, Inc. p. 37. ISBN 9780940368477.
  18. Bentley, David (1999). The 99 Beautiful Names for God for All the People of the Book. William Carey Library. ISBN 978-0-87808-299-5.
  19. "Islām." Encyclopædia Britannica. Retrieved 24 May 2020.
  20. Human Nature and the Purpose of Existence". Patheos. Retrieved 24 May 2020.
  21. Leeming, David. 2005. The Oxford Companion to World Mythology. Oxford: Oxford University Press. ISBN 978-0-195-15669-0. p. 209.
  22. Görke, Andreas, and Johanna Pink Tafsir. Islamic Intellectual History Exploring the Boundaries of a Genre. London: Oxford University Press and The Institute of Ismaili Studies. ISBN 978-0-19-870206-1. p. 478.
  23. "Islam and Christianity", Encyclopedia of Christianity (2001): Arabic-speaking Christians and Jews also refer to God as Allāh.
  24. Ali, Syed Anwer. [1984] 2010. Qurʼan, the Fundamental Law of Human Life: Surat ul-Faateha to Surat-ul-Baqarah (sections 1–21). Syed Publications. p. 121.
  25. Burge, Stephen. 2015. Angels in Islam: Jalal al-Din al-Suyuti's al-Haba'ik fi akhbar al-mala'ik. London: Routledge. ISBN 978-1-136-50473-0.
  26. Burge, Stephen. 2015. Angels in Islam: Jalal al-Din al-Suyuti's al-Haba'ik fi akhbar al-mala'ik. London: Routledge. ISBN 978-1-136-50473-0.
  27. MacDonald, D. B., and Madelung, W. 2012. “Malāʾika.” Encyclopaedia of Islam (2nd ed.), edited by: P. Bearman, et al. Retrieved 24 May 2020. ISBN 9789004161214.
  28. Accad (2003): According to Ibn Taymiya, although only some Muslims accept the textual veracity of the entire Bible, most Muslims will grant the veracity of most of it. Esposito (1998, pp. 6, 12) Esposito (2002b, pp. 4–5) Peters (2003, p. 9)
    2) ) P9)
  29. Chejne, A. (1969) The Arabic Language: Its Role in History, University of Minnesota Press, Minneapolis.
  30. Speicher, K. (1997) in: Edzard, L., and Szyska, C. (eds.) Encounters of Words and Texts: Intercultural Studies in Honor of Stefan Wild. Georg Olms, Hildesheim, pp. 43–66.
  31. Esposito, John L. 2004. The Oxford Dictionary of Islam. Oxford: Oxford University Press. ISBN 978-0-19-975726-8.
  32. Al Faruqi; Lois Ibsen (1987). "The Cantillation of the Qur'an". Asian Music (Autumn – Winter 1987): 3–4.
  33. Islām." Encyclopædia Britannica. Retrieved 24 May 2020.
  34. Cohen-Mor (2001, p. 4): "The idea of predestination is reinforced by the frequent mention of events 'being written' or 'being in a book' before they happen: 'Say: 'Nothing will happen to us except what Allah has decreed for us...." Karamustafa, Ahmet T. "Fate." Encyclopaedia of the Qur'an Online: The verb qadara literally means "to measure, to determine". Here it is used to mean that "God measures and orders his creation". Gardet, L. [2003] 2012. “al-Ḳaḍāʾ Wa ’l-Ḳadar.” Encyclopaedia of Islam (2nd ed.), edited by P. Bearman, et al. Retrieved 25 May 2020.