ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
Pratap Chandra Sarangi.jpg
ବିଧାୟକ: ୧୩ଶ୧୪ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପ୍ରଦୀପ୍ତ ପଣ୍ଡା
ପର ଅଧିକାରୀସୁକାନ୍ତ କୁମାର ନାୟକ
ନିର୍ବାଚନ ମଣ୍ଡଳୀନୀଳଗିରି
ସାଂସଦ: ୧୭ଶ ଲୋକ ସଭା
Assumed office
୨୦୧୯
ପୂର୍ବ ଅଧିକାରୀରବିନ୍ଦ୍ର କୁମାର ଜେନା
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-01-04) 4 January 1955 (age 64)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ମା'ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଜନ୍ମ: ୪ ଜାନୁଆରୀ ୧୯୫୫) ହେଉଛନ୍ତି, ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିସାରିଛନ୍ତି ଏବଂ ଅଧୁନା ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩] ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଭାବରେ, "ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ" ଏବଂ "ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ" ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି ।[୪][୫][୬]


ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୧୯୫୫ ମସିହାର ଜାନୁଆରୀ ମାସ ୪ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଗୋପୀନାଥପୁର ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ । ସେ ୧୯୭୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବାଲେଶ୍ୱରର ଫକୀର ମୋହନ କଲେଜରୁ କଳାରେ ସ୍ନାତକ କରିଥିଲେ ।[୭]. ଏକ ସାଧାରଣ ବ୍ୟକ୍ତି ଭଳି ଜୀବନ ଯାପନ ଶୈଳୀ ଯୋଗୁଁ ସେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହୋଇପାରିଥିଲା ।[୪][୮]


ରାଜନୈତିକ ଜୀବନ[ସମ୍ପାଦନା]

ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତାପ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୯] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ସ୍ୱାଧୀନ ଭାବରେ ପୁଣିଥରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୫,୫୨୫ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସିପିଆର ପ୍ରାର୍ଥୀ ପ୍ରଦିପ୍ତ ପଣ୍ଡାକୁ ୩,୦୫୬ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୦] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୪ ଭାରତୀୟ ସଧାରଣ ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନାଙ୍କ ଠାରୁ ୧,୪୧,୮୨୫ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୧୧][୧୨] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୧୩][୧୪] ଏହି ନିର୍ବାଚନରେ ସେ ସମୁଦାୟ ୪,୮୩,୮୫୮ ଖଣ୍ଡ ଭୋଟ ପାଇଥିଲେ[୧୫] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଏବଂ ରବିନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧୬][୧୭]

ସମାଜ ସେବା[ସମ୍ପାଦନା]

ଗଣ ଶିକ୍ଷା ମନ୍ଦିର ଯୋଜନା ଅନ୍ତର୍ଗତରେ ବାଲେଶ୍ୱର ଜିଲ୍ଲାର ଶହ ଶହ ଆଦିବାସୀ ଗ୍ରାମଗୁଡ଼ିକ ପାଇଁ ପ୍ରତାପ ସମାରକର କେନ୍ଦ୍ର ଖୋଲିଥିଲେ ।[୧୮]

ଆଧାର[ସମ୍ପାଦନା]

  1. "Shri Pratap Chandra Sarangi". odishaassembly.nic.in. Odisha Assembly. Retrieved 25 May 2019.
  2. "Balasore Lok Sabha election results 2019 Odisha: BJP's Pratap Sarangi defeats BJD's Rabindra Jena". DNA India (in ଇଂରାଜୀ). 2019-05-24. Retrieved 2019-05-25.
  3. "Balasore Election Results 2019 Live Updates". News18. Retrieved 2019-05-25.
  4. ୪.୦ ୪.୧ "Balasore Lawmaker Pratap Chandra Sarangi Takes Oath As Minister Of State". NDTV.com (in ଇଂରାଜୀ). Retrieved 2019-05-30.
  5. Dharitri (2019-05-30). "ମୋଦିଙ୍କ ମନ୍ତ୍ରିମଣ୍ଡଳ". dharitri (in ଇଂରାଜୀ). Retrieved 2019-05-30.
  6. "Odisha's 'Modi', Pratap Chandra Sarangi, pedals his way into Small & Medium Enterprises Ministry | India News". www.timesnownews.com (in ଇଂରାଜୀ). Retrieved 2019-06-03.
  7. "Shri Pratap Chandra Sarangi Profile". My neta info. Retrieved 2019-04-26.
  8. DelhiMay 30, India Today Web Desk New; May 30, 2019UPDATED:; Ist, 2019 23:36. "When Odisha's Modi Pratap Chandra Sarangi won hearts, got claps". India Today (in ଇଂରାଜୀ). Retrieved 2019-06-03.
  9. "Orissa Assembly Election Results in 2004". www.elections.in. Retrieved 2019-05-25.
  10. "Odisha (Orissa) Assembly (Vidhan Sabha) Election Results in 2009". www.elections.in. Retrieved 2019-05-25.
  11. http://eciresults.nic.in/ConstituencywiseS186.htm?ac=6
  12. "'No clash between Modi wave and my image': Pratap Sarangi". The Times of India. May 23, 2019. Retrieved 2019-05-23.
  13. "Lok Sabha Elections 2019 candidate list for Odisha". Business Insider India. Retrieved 18 April 2019.
  14. "Balasore Lok Sabha Election Results 2019 LIVE Updates: Winner, Runner-up". The Indian Express (in ଇଂରାଜୀ). 2019-05-23. Retrieved 2019-05-25.
  15. Standard, Business. "Balasore Lok Sabha Election Results 2019: Balasore Election Result 2019 | Balasore Winning MP & Party | Balasore Lok Sabha Seat". www.business-standard.com. Retrieved 2019-05-25.
  16. "List of Contesting Candidates (Phase-IV) (PC)" (PDF). ceoorissa.nic.in. Office of the Chief Electoral Officer, Odisha. Retrieved 18 April 2019.
  17. "'Balasore Lok Sabha election results 2019 Odisha: BJP's Pratap Sarangi defeats BJD's Rabindra Jena': Pratap Sarangi". DNA India. April 12, 2014. Retrieved 2014-05-25.
  18. "MLA Pratap Chandra Sarangi Profile | NILAGIRI Constituency". www.naveenpatnaik.com. Retrieved 2019-05-31.