ଚନ୍ଦ୍ରଶେଖର ସାହୁ
ଚନ୍ଦ୍ରଶେଖର ସାହୁ | |
---|---|
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ସିଦ୍ଧାନ୍ତ ମହାପାତ୍ର |
ପର ଅଧିକାରୀ | ପ୍ରଦୀପ କୁମାର ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ଶ୍ରମ ଏବଂ ରୋଜଗାର ବିଭାଗ | |
କାର୍ଯ୍ୟକାଳ ୨୦୦୬ – ୨୦୦୯ | |
ସାଂସଦ: ୧୪ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବ୍ରହ୍ମପୁର, ଗଞ୍ଜାମ | ୭ ଜୁଲାଇ ୧୯୫୦
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ |
ଜୀବନ ସାଥୀ | ସ୍ୱର୍ଗତଃ ଲୀଳା ସାହୁ |
ସନ୍ତାନ | ୩ |
ବାପା/ବୋଉ | ବିପ୍ର ଚରଣ ସାହୁ (ବାପା) |
ଘର | ବିଜିପୁର ମୁଖ୍ୟ ରାସ୍ତା, ବ୍ରହ୍ମପୁର, ଗଞ୍ଜାମ |
ବୃତ୍ତି | ରାଜନୀତିଜ୍ଞ |
ଚନ୍ଦ୍ର ଶେଖର ସାହୁ (ଜନ୍ମ: ୭ ଜୁଲାଇ ୧୯୫୦) ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ଲୋକ ସଭା ଆସନରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ପକ୍ଷରୁ ଛିଡ଼ାହୋଇଥିବା ଚନ୍ଦ୍ରଶେଖର ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ ୯୪,୮୪୪ ଭୋଟରେ ପରାସ୍ତ କରିଥିଲେ ।[୧] ପୂର୍ବରୁ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ କେନ୍ଦ୍ର ରାଜ୍ୟ ଶ୍ରମ ଏବଂ ରୋଜଗାର ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]୨୦୦୪ ମସିହାରେ ସେ ବ୍ରହ୍ମପୁରରୁ ଲୋକ ସଭାକୁ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀ ହୋଇପାରିଥିଲେ ।[୨] ୨୦୦୯ ଏବଂ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଟିକଟରୁ ଲଢ଼ୁଥିବା ଚନ୍ଦ୍ରଶେଖର, ବିଜୁ ଜନତା ଦଳର ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ଦୁଇ ଦୁଇ ଥର ପରାସ୍ତ ହୋଇଥିଲେ । ଚନ୍ଦ୍ରଶେଖର ଅପ୍ରେଲ ୪, ୨୦୧୮ ମସିହାରେ ୨୦,୦୦୦ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।[୩][୪] ତାଙ୍କୁ ବିଜେଡି ଦଳ ପକ୍ଷରୁ ନିର୍ବାଚନରେ ଛିଡ଼ା କରାଯାଇଥିଲା ଏବଂ ସେ ଜିତିଥିଲେ ।[୫]
ଆଧାର
[ସମ୍ପାଦନା]- ↑ "General Election 2019 - Election Commission of India". results.eci.gov.in. Retrieved 2019-05-27.
- ↑ "BJD will win with thumping majority: Chandra Sekhar Sahu". The New Indian Express. Retrieved 2019-05-27.
- ↑ Bureau, Odisha Sun Times. "Former Union Minister Chandrasekhar Sahu joins BJD in Odisha | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-05-27.
- ↑ "Odisha: Ex-Union Minister Chandrasekhar Sahu joins BJD along with 20,000 Supporters". KalingaTV (in ଆମେରିକୀୟ ଇଂରାଜୀ). 2018-04-04. Retrieved 2019-05-27.
- ↑ "Berhampur Lok Sabha election results 2019 Odisha: BJD's Chandra Sekhar Sahu defeats BJP's Bhrugu Baxipatra". DNA India (in ଇଂରାଜୀ). 2019-05-24. Retrieved 2019-05-27.