ଅଭୟ
ଅଭୟ | |
---|---|
ନିର୍ଦ୍ଦେଶକ | ମୂରଲୀ କ୍ରିଷ୍ଣା |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ୍ |
ସଂଳାପ | ସନ୍ତୋଷ ନାରାୟଣ ଦାସ[୧] |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି |
କଳାକାର | ଅନୁଭବ, ଏଲିନା, ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଅମିତ ନାୟକ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୧ ଜୁନ ୨୦୧୭[୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭୟ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ତରଙ୍ଗ ସିନେ ପ୍ରଡକ୍ସନଦ୍ୱାରା ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା ।[୭][୮] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସନ୍ତୋଷ ନାରାୟଣ ଦାସ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୂରଲୀ କ୍ରିଷ୍ଣା । ୨୦୧୭ ମସିହାରେ ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଏଲିନା ସାମନ୍ତ ରାୟ ।[୯][୧୦] ମନୋଜ ମିଶ୍ର, ମିହର ଦାସ, ଅଶ୍ରୁମୋଚନ ମହାନ୍ତି, ଅନିତା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାସ, କାଳିଆ, ଶଙ୍କାର ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୧]
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି[୧୨]
- ଏଲିନା ସାମନ୍ତରାୟ[୧୩][୧୪][୧୫]
- ମନୋଜ ମିଶ୍ର
- ମିହିର ଦାସ[୧୬]
- ଅଶ୍ରୁମୋଚନ ମହାନ୍ତି
- ଅନିତା ଦାସ
- ପ୍ରତିଭା ପଣ୍ଡା
- ସରୋଜ ଦାସ
- କାଳିଆ
- ଶଙ୍କର
କାହାଣୀ
[ସମ୍ପାଦନା]ଜଣେ କନେଷ୍ଟବେଳର ପୁଅ ‘ଅଭୟ' । ଅତି ସାଧାରଣ ଘରର ପିଲାଙ୍କ ଭଳି ଟିକେ ଡରକୁଳା । କୌଣସି ଗଣ୍ଡଗୋଳକୁ ତା’ର ପ୍ରାଣେ ଡର । ପ୍ରେମ ତ ଦୂରର କଥା, ଝିଅପିଲାଙ୍କ ସହ ମିଳାମିଶାକୁ ବି ଡର । ଏମିତି ଏକ ସାଧାରଣ ଚରିତ୍ରରେ ଅଭିନୟ କରିଥିଲେ ଅନୁଭବ । ସମାଜର ଜଣେ ସାଧାରଣ ମଣିଷର ପ୍ରତୀକ ‘ଅଭୟ’ ଅନ୍ୟାୟକୁ ସହିପାରେନି, କିନ୍ତୁ ଖୋଲାଖୋଲି ଭାବେ ପ୍ରତିବାଦ ବି କରିପାରେନି । ଘରେ ବସି ଫେସ୍ବୁକ୍ରେ କୌଣସି ବିଷୟରେ ଲମ୍ବା ଚଉଡ଼ା ଚର୍ଚ୍ଚା କରିପାରେ, କିନ୍ତୁ କୌଣସି ଘଟଣାକୁ ସାମ୍ନା କରିପାରେନା । କୌଣସି ଆନ୍ଦୋଳନରେ ବହୁତ ଲୋକ ଯୋଗଦେଉଥିଲାବେଳେ ଲୁଚିଲୁଚି ଟାୟାର ଜାଳିପାରେ ଅଭୟ, କିନ୍ତୁ ଆନ୍ଦୋଳନର ନେତୃତ୍ୱ ନେଇପାରେନା ।
ସାଧାରଣ ପରିବାରର ପିଲାଟିଏ ପାଠଶାଠ ପଢ଼ି ଧାଏଁ ରୋଜଗାର କରିବାକୁ । ଅଭୟ ମଧ୍ୟ ସେ ରାସ୍ତାରେ ଯିବାକୁ ଚେଷ୍ଟା କରିଛି । ମଧ୍ୟବିତ୍ତ ପରିବାରର ସନ୍ତାନ ଅଭୟକୁ ବାପା ପୋଲିସରେ ଭର୍ତ୍ତି କରିବାକୁ ଚାହାନ୍ତି, ବଡ଼ ପଦବୀରେ । ଜଣେ କନେଷ୍ଟବଳ ହିସାବରେ ସେ ଯାହା କରିପାରିନାହାନ୍ତି, ପୁଅ ତାହା କରୁ । କିନ୍ତୁ ଅଭୟ ପ୍ରମାଣ କରିଦିଏ ଯେ ଅନୀତି ଓ ଦୁର୍ନୀତିର ମୁକାବିଲା କରିବା ପାଇଁ ବଡ଼ ପୋଲିସ ଅଫିସର ହେବା ଦରକାର ନାହିଁ ।[୧୭]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧୮] ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ସ୍ୱାଇଁ । ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ ଏବଂ ଲୋପାମୁଦ୍ରା ଦାଶ ପ୍ରମୁଖ ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କୋଉଠି ଅଛୁ" | ସୁବ୍ରତ ସ୍ୱାଇଁ | ହ୍ୟୁମାନ ସାଗର, ଲୋପାମୁଦ୍ରା ଦାଶ | ୦୫:୨୬ |
2. | "ରବା ରବା" | ସୁବ୍ରତ ସ୍ୱାଇଁ | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | ୦୫:୪୯ |
3. | "ଗଜଲ ଗଜଲ" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | ୦୪:୨୬ |
4. | "ତୁ ମୋର କିଏ କି" | ବସନ୍ତରାଜ ସାମଲ | ଅନନ୍ୟା ଶ୍ରୀତମ ନନ୍ଦ | ୦୩:୫୯ |
5. | "ଅଭୟ" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର | ୦୪:୧୫ |
ପୁରସ୍କାର
[ସମ୍ପାଦନା]ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ଖଳନାୟକ ମନୋଜ ମିଶ୍ରଙ୍କୁ ଶ୍ରେଷ୍ଠ ଖଳନାୟକ ଏବଂ ମିହିର ଦାସଙ୍କୁ ଦୁଃଖିରାମ ସ୍ୱାଇଁ ସ୍ମାରକୀ ଖଳନାୟକ ସମ୍ମାନ ମିଳିଥିଲା ।[୧୯] ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍- ୨୦୧୮ରେ ଏଲିନାଙ୍କୁ ଶ୍ରେଷ୍ଠ ନାୟିକା ପୁରସ୍କାର ମିଲିଥିଲା ।[୨୦]
ଆଧାର
[ସମ୍ପାଦନା]- ↑ "ରଜରେ ଧମାକା କରିବ ଓଡ଼ିଆ ସିନେମା ! ଦମଦାର୍ ଆକ୍ସନରେ ମନ ମୋହିବ ' ଅଭୟ'". 8 June 2017. Retrieved 13 July 2017.
- ↑ "ଆଜି ଶୁଭମୁକ୍ତି :'ଅଭୟ". ସମ୍ବାଦ. 11 June 2017. Archived from the original on 16 July 2017. Retrieved 13 July 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "Abhay- The Film". Tarang TV. Archived from the original on 18 July 2017. Retrieved 13 July 2017.
- ↑ "ଏଥର ରଜରେ ତରଙ୍ଗର ଡବଲ୍ ଧମାକା: ରିଲିଜ୍ ହେଲା ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀର ଟିଜର୍". Daily Hunt. 10 May 2017. Retrieved 13 July 2017.
- ↑ "'ସିଷ୍ଟର ଶ୍ରୀଦେବୀ' ଓ 'ଅଭୟ' ଫିଲ୍ମର ପୋଷ୍ଟର ରିଲିଜ". Odisha Reporters. 22 April 2017. Retrieved 13 July 2017.
- ↑ "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "Abhay". Odia Movie Database. Archived from the original on 16 July 2017. Retrieved 13 July 2017.
- ↑ "ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ". sambad.in. 9 June 2018. Retrieved 10 June 2018.
- ↑ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍". Sambad.in. 25 October 2017. Retrieved 26 October 2017.
- ↑ "ଏହି ବ୍ୟାନର୍ରୁ ବାଦ୍ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
- ↑ "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "କମନ୍ ମ୍ୟାନ୍ 'ଅଭୟ' ଭୂମିକାରେ ଅନୁଭବ". ଓଡ଼ିଶା ଲାଇଭ୍. 3 June 2017. Retrieved 13 July 2017.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
- ↑ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.
{{cite news}}
: Unknown parameter|deadur=
ignored (help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଭୟ