ଅପରାଜିତା ଷଡ଼ଙ୍ଗୀ
ଅପରାଜିତା ଷଡ଼ଙ୍ଗୀ | |
---|---|
ଲୋକ ସଭା ସଦସ୍ୟ | |
ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ |
Assumed office ୨୦୧୯ | |
ପୂର୍ବ ଅଧିକାରୀ | ପ୍ରସନ୍ନ କୁମାର ପାଟ୍ଟଶାଣୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅକ୍ଟୋବର ୮, ୧୯୬୯ ଭଗଲପୁର, ବିହାର, ଭାରତ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | Bharatiya Janata Party |
ଜୀବନ ସାଥୀ | ସନ୍ତୋଷ କୁମାର ଷଡ଼ଙ୍ଗୀ[୧] |
ସନ୍ତାନ | ୨ |
ବୃତ୍ତି | ରାଜନେତ୍ରୀ, ପୂର୍ବ ପ୍ରଶାସନ କର୍ମଚାରୀ |
ଅପରାଜିତା ଷଡ଼ଙ୍ଗୀ (ଜନ୍ମ ୮ ଅକ୍ଟୋବର, ୧୯୬୯) ଜଣେ ଭାରତୀୟ ରାଜନେତ୍ରୀ ଅଟନ୍ତି । ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ ।[୨][୩] ୧୯୯୪ ମସିହା ଆଇଏଏସ ବା ସର୍ବଭାରତୀୟ ପ୍ରଶାସନିକ ସେବା ବ୍ୟାଚର ସେ ସଦସ୍ୟା ଥିଲେ । ସେ ନିଜର ପ୍ରଶାସନିକ ସେବାରୁ ଅବସର ନେଇ ୨୦୧୮ ମସିହା ନଭେମ୍ବର ମାସ ୨୭ ତାରିଖରେ ବିଜେପିରେ ଯୋଗଦାନ କରିଥିଲେ ।[୪][୫] ନିର୍ବାଚନରେ ବିଜୁ ଜନତା ଦଳର ଅରୂପ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ।[୬]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ବିହାର ରାଜ୍ୟର ଭାଗଲପୁର ଜିଲ୍ଲାରେ ଅପରାଜିତାଙ୍କ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଉଭୟ ମାତାପିତା ଶିକ୍ଷକ ଥିଲେ । ଅପରାଜିତା ନିଜ ପୁରା ଛାତ୍ରୀ ଜୀବନରେ ବହୁମୁଖୀ ପ୍ରତିଭାର ଅଧିକାରୀଣି ଥିଲେ, ସ୍କୁଲ, କଲେଜରେ ଟପର୍ ମଧ୍ୟ ଥିଲେ । ନିଜ ମହାବିଦ୍ୟାଳୟରେ ଲାଗାତାର ତିନି ବର୍ଷ ଶ୍ରେଷ୍ଠ ନଟ୍ୟକାର ପୁରସ୍କାର ବିଜେତା, ସେହିପରି ନୂଆଦିଲ୍ଲୀରେ ଇଣ୍ଡିଆନ୍ କାଉନସିଲ ଅଫ ୱାର୍ଲଡ ଆଫାୟାର୍ସ ଦ୍ବାରା ଆୟୋଜିତ ସର୍ବଭାରତୀୟ ବତ୍କୃତା ପ୍ରତିଯ଼ୋଗିତାରେ ଶ୍ରେଷ୍ଠ ବକ୍ତା ଭାବେ ସମ୍ମାନିତ ହୋଇଥିଲେ ।[୭]
ନିଜର ପ୍ରଥମ ପ୍ରଚେଷ୍ଟାରେ ହିଁ ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୧୯୯୪ ମସିହାରେ କୃତକାର୍ଯ୍ୟ ହୋଇଥିଲେ । ଉତ୍ତରାଖଣ୍ଡର ମସୁରିଠାରେ ତାଲିମ ନେବା ସମୟରେ ସେ ସନ୍ତୋଷ ଷଡ଼ଙ୍ଗୀଙ୍କୁ ଭେଟିଥିଲେ ଏବଂ ପରେ ବିବାହ କରିଥିଲେ ।[୮] ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଭୁବନେଶ୍ୱରର ଆଇଆରସି ଭିଲେଜରେ ବାସ କରନ୍ତି ।[୨]
କାର୍ଯ୍ୟ ଜୀବନ[ସମ୍ପାଦନା]
୧୯୯୪ ମସିହାରେ ସେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ଉପ-ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଥିଲେ । ସେ ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଏବଂ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ରୂପେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।[୭]
୨୦୦୬ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ଭୁବନେଶ୍ୱର ମ୍ୟୁନସିପାଲ କମିଶନର ଭାବରେ ମଧ୍ୟ କାମ କରିଥିଲେ । ଏହି ଅବଧିରେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଏବଂ ଉଠାଦୋକାନୀ ମାନଙ୍କ ପାଇଁ ଭେଣ୍ଡିଂଜୋନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ।
୨୦୧୦ ମସିହାରେ ଗଣଶିକ୍ଷା ବିଭାଗରେ ସେ ରାଜ୍ୟ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଗଣବେଶ ଲାଗୁ, ସମୟାନୁବର୍ତ୍ତିତାକୁ କଡ଼ାକଡ଼ି କରିବା ସହିତ ଅଚାନକ କୌଣସି ବିଦ୍ୟାଳୟ ପରିଦର୍ଶନରେ ଯାଇ ଯାଞ୍ଚପରଖ କରୁଥିଲେ ।
୨୦୧୪ ମସିହାରୁ ୨୦୧୮ ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସେ ଯୁକ୍ତ ସଚିବ ଭାବରେ ପାଞ୍ଚ ବର୍ଷ ଧରି କାମ କରିଥିଲେ ।[୯][୨][୧୦] ଏହାପରେ ସେ ନିଜର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ୨୭ ନଭେମ୍ବର ୨୦୧୮ ମସିହାରେ ସେ ବିଜେପିରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ପ୍ରାରମ୍ଭ କରିଥିଲେ ।[୪]
ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]
- ଅପରାଜିତାଙ୍କୁ ୨୦୧୨ ମସିହାରେ ଶକ୍ତି ସମ୍ମାନରେ ଆଭୂଷିତ କରାଯାଇଥିଲା ।
ବାହାର ଆଧାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Aparajita Sarangi(Bharatiya Janata Party(BJP)):Constituency- BHUBANESWAR(ODISHA) - Affidavit Information of Candidate:". myneta.info. Retrieved 2019-05-24.
- ↑ ୨.୦ ୨.୧ ୨.୨ Mohanty, Meera (23 March 2019). "Former IAS officer Aparajita Sarangi puts in long hours as politician too". The Economic Times. Retrieved 23 May 2019.
- ↑ "Bhubaneswar Election Results 2019 Live Updates: Counting of Votes On". 23 May 2019. Retrieved 23 May 2019.
- ↑ ୪.୦ ୪.୧ "ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ଅପରାଜିତା ଷଡ଼ଙ୍ଗୀ". OTV Khabar (in ଇଂରାଜୀ). 2018-11-27. Retrieved 2019-05-24.
- ↑ Chaki, Bijay (22 April 2019). "Arup Patnaik vs Aparajita Sarangi battle to go down to wire". The New India Express. Retrieved 23 May 2019.
- ↑ Nanda, Prashant (28 March 2019). "Odisha polls: It's IAS vs IPS in Bhubaneswar Lok Sabha seat". Mint. Retrieved 23 May 2019.
- ↑ ୭.୦ ୭.୧ localwire.me https://localwire.me/%E0%AC%85%E0%AC%AC%E0%AC%B8%E0%AC%B0-%E0%AC%A8%E0%AD%87%E0%AC%89%E0%AC%A5%E0%AC%BF%E0%AC%AC%E0%AC%BE-%E0%AC%86%E0%AC%87%E0%AC%8F%E0%AC%8F%E0%AC%B8%E0%AD%8D-%E0%AC%85%E0%AC%AB%E0%AC%BF%E0%AC%B8/. Retrieved 2019-05-24. Missing or empty
|title=
(help) - ↑ Das, Prafulla (20 April 2019). "Fierce contest among 2 political novices, 1 seasoned leader". The Hindu. Retrieved 23 May 2019.
- ↑ Sen, Amiti (16 April 2019). "The development-oriented focus of the BJP inspired me: Aparajita Sarangi". The Hindu Business Line. Retrieved 23 May 2019.
- ↑ "Must Read More Read". indianmandarins.com. Retrieved 2019-05-24.