ମହେଶ ସାହୁ

ଉଇକିପିଡ଼ିଆ‌ରୁ
ମହେଶ ସାହୁ
ସାଂସଦ: ୧୭ଶ ଲୋକ ସଭା
Assumed office
୨୦୧୯
ପୂର୍ବ ଅଧିକାରୀତଥାଗତ ଶତପଥୀ, ବିଜେଡି
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
୧୫ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀରବି ନାରାୟଣ ପାଣି, ବିଜେଡି
ପର ଅଧିକାରୀମୁକେଶ କୁମାର ପାଲ, ବିଜେଡି [୧]
ନିର୍ବାଚନ ମଣ୍ଡଳୀପାଳଲହଡ଼ା
ବିଧାନ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୯୫ – ୨୦୦୯
ପର ଅଧିକାରୀବ୍ରଜ କିଶୋର ପ୍ରଧାନ, ବିଜେଡି
ନିର୍ବାଚନ ମଣ୍ଡଳୀତାଳଚେର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-02-10) ୧୦ ଫେବୃଆରୀ ୧୯୬୧ (ବୟସ ୬୩)
ଅନୁଗୁଳ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜେପି
ଜୀବନ ସାଥୀନନ୍ଦିତା ବେହେରା
ବାପା/ବୋଉନବଘନ ସାହୁ (ବାପା)
ଘରବ୍ରାହ୍ମଣ ଶାସନ, ତାଳଚେର ସହର, ଅନୁଗୁଳ
ବୃତ୍ତିରାଜନୀତିଜ୍ଞ, ସମାଜସେବୀ

ମହେଶ ସାହୁ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ପ୍ରତିନିଧିତ୍ୱ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରୁଦ୍ର ନାରାୟଣ ପାଣିଙ୍କୁ ୩୫,୪୧୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ସେ ଏହା ପୂର୍ବରୁ ୧୧ଶ, ୧୨ଶ, ୧୩ଶ ଏବଂ ୧୫ଶ ବିଧାନ ସଭାର ସଭ୍ୟ ମଧ୍ୟ ଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ମହେଶ ଭାରତୀୟ ଜନତା ପାର୍ଟି ତରଫରୁ ୧୯୯୫ରୁ ୨୦୦୪ ବିଧାନ ସଭା ନିର୍ବାଚନ ପର୍ଯ୍ୟନ୍ତ ତାଳଚେର ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇଆସିଥିଲେ । ସେ ୧୧ଶ, ୧୨ଶ ଏବଂ ୧୩ଶ ବିଧାନ ସଭାର ସଭ୍ୟ ହୋଇଥିଲେ । ୨୦୧୪ ମସିହା ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ପାଳଲହଡ଼ା ଆସନରୁ ୧୫ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ, ତଥାଗତ ଶତପଥୀ ସାମ୍ବାଦିକତାରେ କାମ କରିବାକୁ ମନୋନିବେଶ କରି ରାଜନୀତି ଜୀବନରୁ ସନ୍ନ୍ୟାସ ଗ୍ରହଣ କରିଥିଲେ ।[୪] ଏହି ଆସନରୁ ମହେଶଙ୍କୁ ଲୋକ ସଭା ପାଇଁ ବିଜେଡି ତରଫରୁ ଛିଡା କରାଯାଇଥିଲା ।[୫] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ପ୍ରତିନିଧିତ୍ୱ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. "Assembly Election 2019 - Election Commission of India". results.eci.gov.in. Retrieved 2019-05-28.
  2. "General Election 2019 - Election Commission of India". results.eci.gov.in. Retrieved 2019-05-28.
  3. ୩.୦ ୩.୧ https://odishaassembly.nic.in/memberprofile.aspx?img=122
  4. "BJD lawmaker to quit electoral politics, says 13-yr-old son convinced him". www.hindustantimes.com/ (in ଇଂରାଜୀ). 2019-03-05. Retrieved 2019-05-28.
  5. "BJD unveils names for 2 LS, 7 MLA seats". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2019-04-02. Retrieved 2019-05-28.
  6. "Dhenkanal Lok Sabha election results 2019 Odisha: BJD's Mahesh Sahoo wins". DNA India (in ଇଂରାଜୀ). 2019-05-24. Retrieved 2019-05-28.