ସପ୍ତଗିରି ଶଙ୍କର ଉଲ୍ଲାକା
ସପ୍ତଗିରି ଶଙ୍କର ଉଲ୍ଲାକା | |
---|---|
ସଦସ୍ୟ: ୧୭ଶ, ୧୮ଶ ଲୋକ ସଭା | |
ପୂର୍ବ ଅଧିକାରୀ | ଝିନ୍ନ ହିକ୍କା |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ରାୟଗଡ଼ା, ଓଡ଼ିଶା | ୧ ଜାନୁଆରୀ ୧୯୭୯
ରାଜନୀତିକ ଦଳ | କଂଗ୍ରେସ |
ବାପା/ବୋଉ | ରାମଚନ୍ଦ୍ର ଉଲାକା (ବାପା) ଶ୍ରୀମତି ରତ୍ନମଣି ଇଲାକା(ମାଆ) |
ଘର | ରାୟଗଡ଼ା |
ବୃତ୍ତି | ରାଜନୀତିଜ୍ଞ |
୧୩ ମଇ, ୨୦୧୯ ସୁଦ୍ଧା ଆଧାର: [୧] |
ସପ୍ତଗିରି ଶଙ୍କର ଉଲ୍ଲାକା (ଜନ୍ମ: ୧ ଜାନୁଆରୀ ୧୯୭୯) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦକୁ ପ୍ରଥମ ଥର ପାଇଁ ୧୭ଶ ଲୋକ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ।[୧][୨] ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ଜଣେ ସଭ୍ୟ ।
ପରିବାର ଓ ଶିକ୍ଷା
[ସମ୍ପାଦନା]ତାଙ୍କ ପିତା ରାମଚନ୍ଦ୍ର ଉଲାକା ମଧ୍ୟ କୋରାପୁଟରୁ ଦୁଇଥର ସାଂସଦ ଓ ରାୟଗଡ଼ାରୁ ସାତ ଥର ବିଧାୟକ[୩] ରହିଛନ୍ତି ।[୪] ସପ୍ତଗିରି ଜଣେ ସଫୱେୟାର ଇଞ୍ଜିନିୟର[୫] ଭାବରେ ଇନ୍ଫୋସିସ ଓ ଏଚସିଏଲ ଭଳି କମ୍ପାନୀରେ କାମ କରିଛନ୍ତି ।[୬]
ରାଜନୈତିକ ଜୀବନ
[ସମ୍ପାଦନା]ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର କୌଶଲ୍ୟା ହିକ୍କାଙ୍କୁ ୩,୬୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୭]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪,୭୧,୩୯୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍କାଙ୍କୁ ୧,୪୭,୭୪୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୮]
ଆଧାର
[ସମ୍ପାଦନା]- ↑ Pioneer, The. "Koraput LS seat win saving grace for Cong". The Pioneer (in ଇଂରାଜୀ). Retrieved 29 May 2019.
- ↑ "Saptagiri surprises all to win Koraput". The New Indian Express. Retrieved 29 May 2019.
- ↑ "Koraput LS seat win saving grace for Cong". www.dailypioneer.com. Pioneer. Retrieved 31 May 2019.
- ↑ "Odisha polls: Rama Chandra Ulaka's sons to battle it out in father's name". The New Indian Express. Retrieved 29 May 2019.
- ↑ "Odisha man who walked 1,500 km to meet PM gets Cong ticket. He declines". www.hindustantimes.com. Hindustan Times. Retrieved 31 May 2019.
- ↑ "Saptagiri surprises all to win Koraput". www.newindianexpress.com. Indian Express. Retrieved 31 May 2019.
- ↑ "General Election 2019 - Election Commission of India". results.eci.gov.in. Retrieved 2019-05-29.
- ↑ "2024 Indian General Election Results: Koraput (Odisha)". Election Commission of India. Retrieved 6 June 2024.