ବର୍ଷା ପ୍ରିୟଦର୍ଶିନୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବର୍ଷା ପ୍ରିୟଦର୍ଶିନୀ
ଜନ୍ମ ଓ ଜନ୍ମସ୍ଥାନ ବର୍ଷା ପ୍ରିୟଦର୍ଶିନୀ
୭ ଅଗଷ୍ଟ ୧୯୮୪ (1984-08-07) (୩୩ ବର୍ଷ)
କଟକ, ଓଡ଼ିଶା, ଭାରତ
ଜୀବିକା ଓଡ଼ିଆବଙ୍ଗଳା କଥାଚିତ୍ର ଅଭିନେତ୍ରୀ
କାର୍ଯ୍ୟକାଳ ୨୦୦୭-ଏବେଯାଏଁ
ଜୀବନସାଥି ଅନୁଭବ ମହାନ୍ତି
ବାପା ମା ଦୀପା ସାହୁ[୧]

ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୨୯୮୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହିତ କିଛି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍‌ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍‌ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।

ପରିବାର[ସମ୍ପାଦନା]

ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ଝିଅ ।[୨]

କଥାଚିତ୍ର ଜୀବନ[ସମ୍ପାଦନା]

୨୦୦୩ ମସିହାରେ ସେ ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ରୋମିଓ ଜୁଲିଏଟ ୨୦୧୭ ସୁଧାକର ବସନ୍ତ
ଛାତି ତଳେ ଡିଂ ଡଂ ୨୦୧୬ ମୃତ୍ୟୁଞ୍ଜୟ ସାହୁ (ବାପି)
ଗୋଟେ ଶୁଆ ଗୋଟେ ଶାରୀ ୨୦୧୬
ଗପ ହେଲେ ବି ସତ ୨୦୧୫
ସମଥିଙ୍ଗ୍ ସମଥିଙ୍ଗ୍ ୨ ୨୦୧୪
କେହି ଜଣେ ଭଲ ଲାଗେରେ ୨୦୧୩
ପ୍ରେମ ସବୁଠୁ ବଳବାନ ୨୦୧୩
ମୋ ହାତ ଧରି ଚାଲୁଥା ୨୦୧୩
ମୋ' ଦୁନିଆ ତୁ ହିଁ ତୁ[୩] ୨୦୧୩ ସୁଧାକର ବସନ୍ତ
ପର୍ଶୁରାମ ୨୦୧୨
ମେଟ୍ରିକ୍ ଫେଲ୍ ୨୦୧୨ ସୁଧାକର ବସନ୍ତ
ସମଥିଙ୍ଗ୍ ସମଥିଙ୍ଗ୍ ୨୦୧୨ ସୁଧାକର ବସନ୍ତ
ବାଳୁଙ୍ଗା ଟୋକା ୨୦୧୧ ସୁଧାକର ବସନ୍ତ
କିଏସେ ଡାକୁଛି କୋଉଠି ମତେ ୨୦୧୧ ସୁଧାକର ବସନ୍ତ
ଛାତିରେ ଲେଖିଛି ତୋରି ନାଁ ୨୦୧୧
ଦିୱାନା ୨୦୧୦
ଆମ ଭିତରେ କିଛି ଅଛି ୨୦୧୦
ଶୁଭ ବିବାହ ୨୦୧୦
ତୁ ଥିଲେ ମୋ ଡର କାହାକୁ ୨୦୧୦
ସୁନା ଚଢ଼େଇ ମୋ ରୂପା ଚଢ଼େଇ ୨୦୦୯
ଧିରେ ଧିରେ ପ୍ରେମ ହେଲା ୨୦୦୯
ପ୍ରେମରୋଗୀ ୨୦୦୯
ନେଇଯା'ରେ ମେଘ ମତେ ୨୦୦୮
ଅଗ୍ନିଶିଖା ୨୦୦୭
ଏ ମନ ମାନେନା ୨୦୦୭
ଥ୍ୟାଙ୍କ ୟୁ ଭଗବାନ ୨୦୦୬
ତୋତେ ମୋ ରାଣ ୨୦୦୫
ଟୋପାଏ ସିନ୍ଦୂର ଦି ଟୋପା ଲୁହ ୨୦୦୫
ତୁ ମୋ ଆଖିର ତାରା ୨୦୦୫
ବାଜି ୨୦୦୪
ସାବତ ମାଆ ୨୦୦୩
ସୁନା ଶଙ୍ଖାଳୀ ୨୦୦୩
ଏ ଯୁଗର କୃଷ୍ଣ ସୁଦାମା ୨୦୦୩

ମାନସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]