ପ୍ରେମ୍ କୁମାର

ଉଇକିପିଡ଼ିଆ‌ରୁ
ପ୍ରେମ୍ କୁମାର
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ[୧]
ସଂଳାପସଞ୍ଜୟ ମହାକୁଳ
ଶକ୍ତି ବରାଳ
ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟତାସପ ସରଘରିଆ
ଦେବୀଦତ୍ତ ମହାନ୍ତି
କାହାଣୀରଞ୍ଜନ ଶତପଥୀ
କଳାକାରଅନୁଭବ ମହାନ୍ତି
ଶିବାନୀ ସଙ୍ଗୀତା
ତମନ୍ନା ବ୍ୟାସ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣରବୀନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୬ ଅକ୍ଟୋବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମ୍ କୁମାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩] ତରଙ୍ଗ ସିନେ ପ୍ରଡକ୍ସନ ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।[୪] ରଞ୍ଜନ ଶତପଥୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୫] ସଞ୍ଜୟ ମହାକୁଡ଼, ଦେବୀଦତ୍ତ ମହାନ୍ତି ଏବଂ ଶକ୍ତି ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୬] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ତାପସ ସରଘରିଆ ଓ ଦେବୀଦତ୍ତ ମହାନ୍ତି ।[୭] ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୮][୯]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି, ଶିବାନୀ ସଙ୍ଗୀତାତମନ୍ନା ବ୍ୟାସ[୬][୮][୧][୧୦] ସୁଟିଂ ଆରମ୍ଭ ହେବାର କିଛିଦିନ ପରେ ଅନୁଭବ ମହାନ୍ତି ଆହାତ ହୋଇଥିଲେ ।[୧୧] ଆହାତ କାରଣରୁ ଏହି କଥାଚିତ୍ରଟିର ସୁଟିଂ ଅଧାରେ ଅଟକିଯାଇଥିଲା, ଫଳରେ ୨୦୧୮ ରଜ ସମୟରେ ପୂର୍ବ ଯୋଜନା ମୁତାବକ ଏହା ମୁକ୍ତିଲାଭ କରିପାରିନଥିଲା ।[୧୨] ୯ ଜୁଲାଇରୁ ଏହାର ସୁଟିଂ ପୁନର୍ବାର ଆରମ୍ଭ ହୋଇଥିଲା ।[୧୩] ମନୋଜ ମିଶ୍ର, ଶୁରେଶ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୪]

ଶୁଟିଂ ସମୟରେ ଅଘଟଣ[ସମ୍ପାଦନା]

ତରଙ୍ଗ ସିନେ ପ୍ରଡକ୍ସନ୍‍ର ‘ପ୍ରେମ୍‍ କୁମାର’ ଚିତ୍ରର ସୁଟିଂ ପ୍ରଥମେ ଆରମ୍ଭ ହୋଇଥିବାବେଳେ କିଛି ଦିନ ମଧ୍ୟରେ ନାୟକ ଅନୁଭବ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ସୁଟିଂ ବନ୍ଦ ହୋଇଯାଇଥିଲା। ରଜ ଅବସରରେ ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା। ପରେ ଯେବେ ସୁଟିଂ ଆରମ୍ଭ ହେଲା ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପିତୃ ବିୟୋଗ, ନୃତ୍ୟ ନିର୍ଦ୍ଦେଶକ ଗିରୀଶ ମହାନ୍ତିଙ୍କ ମାତୃ ବିୟୋଗ ପରି ଘଟଣା ଆମ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିବା କହିଛନ୍ତି ନିର୍ଦ୍ଦେଶକ ଶ୍ରୀ ସରଘରିଆ ।

ଏହି ଚିତ୍ରର କିଛି ଦୃଶ୍ୟର ସୁଟିଂ ପାଇଁ ନାୟକ ଅନୁଭବ, ନାୟିକା ଶିବାନୀଙ୍କ ସମେତ ନିର୍ଦ୍ଦେଶକ ତାପସ ସରଘରିଆ, କ୍ୟାମେରାମ୍ୟାନ୍‍ ପ୍ରମୁଖ ଜମ୍ମୁ କାଶ୍ମୀର ଯାଇଥିଲେ । ସେଠାରେ ଥିବା ଦୁଧ୍‍ପଥ୍ରିରେ ୧୩ ସେପ୍ଟେମ୍ବର ୨୦୧୮ରେ ସୁଟିଂ ସାରି ଫେରୁଥିବାବେଳେ ପାହାଡ଼ ଉପରେ ଅନୁଭବ ଆସୁଥିବା ଗାଡ଼ିଟି ହଠାତ୍‍ ବ୍ରେକ୍‍ ଫେଲ୍‍ ହୋଇଯାଇଥିଲା । ତେବେ ଚାଳକ ଉକ୍ତ ଗାଡ଼ିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ତେଣୁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଅନୁଭବ । ତାଙ୍କ ସହ ଗାଡ଼ିରେ ଥିବା କ୍ୟାମେରାମ୍ୟାନ୍‍ ଓ ଅନ୍ୟମାନେ ମଧ୍ୟ ବର୍ତ୍ତି ଯାଇଥିଲେ । ଅନ୍ୟପକ୍ଷରେ ‘ପ୍ରେମ୍‍ କୁମାର’ ୟୁନିଟ୍‍ର ଅନ୍ୟ ସଦସ୍ୟମାନେ ଏକ ଗାଡ଼ିରେ ସେଟ୍‍ରୁ ଫେରୁଥିବାବେଳେ ବାରମୁଲା ନିକଟରେ ଆତଙ୍କବାଦୀଙ୍କ ହାମ୍‍ଲା ଚାଲିଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ ଗାଡ଼ିର ଚାଳକ କୌଶଳ କରି ରାସ୍ତାର ଗତି ବଦଳାଇ ଅନ୍ୟ ଏକ ଗ୍ରାମ୍ୟ ରାସ୍ତାରେ ଦିଲ୍ଲୀ ଅଭିମୁଖେ ପଳାଇ ଆସିଥିଲେ । ଫଳରେ ଏହି ସଦସ୍ୟମାନେ ଏକପ୍ରକାର ବର୍ତ୍ତି ଯାଇଥିଲେ ବୋଲି ନିର୍ଦ୍ଦେଶକ ଶ୍ରୀ ସରଘରିଆ କହିଛନ୍ତି ।[୧୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୨୫][୮][୬] ଗୀତିକାର ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨୬] ଋତୁରାଜ ମହାନ୍ତି, ହ୍ୟୁମାନ ସାଗର, ଲୋପାମୁଦ୍ରା, ଆଶୁତୋଷ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨୭]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଏ ଆମ ଦେଶ ପ୍ରେମରେ"ବସନ୍ତରାଜ ସାମଲଋତୁରାଜ ମହାନ୍ତି 
2."ଶୁନ୍ ଜରା ଶୁନ୍ ଜରା"ବସନ୍ତରାଜ ସାମଲହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ 
3."ପ୍ରେମର ମଜା ନବା"ସୁବ୍ରତ ସ୍ୱାଇଁସତ୍ୟଜିତ, ଲୋପାମୁଦ୍ରା 
4."ତୋ ସାଥୀରେ ଯେବେ ଦେଖା ହୁଏ"ସୁବ୍ରତ ସ୍ୱାଇଁହ୍ୟୁମାନ ସାଗର, ଲୋପମୁଦ୍ରା ସାଗର 
5."ଫାଷ୍ଟ ଟାଇମ୍ ତୋ ପାଇଁ"ଦେବୀଦତ୍ତ ମହାନ୍ତିଆଶୁତୋଷ, ଦୀପ୍ତିରେଖା ପାଢ଼ୀ 
6."ଝୁମ୍‌କା ଟିକେ ତୁ ତ ହଲେଇ ଦେ"ବସନ୍ତରାଜ ସାମଲଆଶୁତୋଷ, ଦୀପ୍ତିରେଖା ପାଢ଼ୀ 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. "ଆଜି ରିଲିଜ୍‌ ହେଉଛି ଏହି ଦୁଇଟି ଓଡ଼ିଆ ସିନେମା | Sambad". Sambad (in Odia). ଓଡ଼ିଶା. 16 October 2018. Archived from the original on 18 October 2018. Retrieved 16 October 2018.{{cite news}}: CS1 maint: unrecognized language (link)
  4. "ଏଥର ପୂଜା ବଜାରରେ ବି ନାହାନ୍ତି ଓଲିଉଡର ଏହି ଟପ୍‌ ନାୟକ! | Sambad". Sambad (in Odia). Odisha. 29 September 2018. Archived from the original on 1 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  5. "ପୂଜା ପାଇଁ 'ପ୍ରେମ୍ କୁମାର'". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  6. ୬.୦ ୬.୧ ୬.୨ "ଅନୁଭବଙ୍କ ନାୟିକା". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  7. "'ପ୍ରେମ' ସହ 'ପ୍ରେମ'ର ଲଢ଼େଇ". ସମାଜ (ରବିବାର) (in Odia). ଓଡ଼ିଶା. 14 October 2018. p. 8. Archived from the original on 16 October 2018. Retrieved 16 October 2018.{{cite news}}: CS1 maint: unrecognized language (link)
  8. ୮.୦ ୮.୧ ୮.୨ "ସଲମନ-ପ୍ରେମ୍ କୁମାର". ସମାଜ. 25 March 2018. Retrieved 25 March 2018.[permanent dead link]
  9. "'ରାବଣ'". ସମାଜ. No. ରବିବାର. 5 February 2023. Archived from the original on 23 March 2023. Retrieved 23 March 2023.
  10. "ପ୍ରେମ୍ କୁମାର-ସୁର୍‌ଦାସ ପ୍ରେକ୍ଷାଳୟରେ". ସମାଜ (ରବିବାର). 28 October 2018. Retrieved 27 October 2018.
  11. "ପ୍ରତିବର୍ଷ ରଜ ବଜାରକୁ ସରଗରମ କରୁଥିବା ଏହି ନାୟକ ଏଥର ବାଦ ପଡ଼ିବେ". sambad.in. 10 May 2018. Retrieved 6 June 2018.
  12. "ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ". sambad.in. 9 June 2018. Retrieved 10 June 2018.
  13. "ଓଲିଉଡର ଏହି ପ୍ରେମ ଏବଂ କୁମାର କି ନିଷ୍ପତ୍ତି ନିଅନ୍ତି? | Sambad". Sambad. 22 August 2018. Archived from the original on 28 August 2018. Retrieved 31 August 2018.
  14. "ଅନୁଭବଙ୍କ 'ପ୍ରେମ କୁମାର୍‌' କ'ଣ ଏହି ସିନେମାର ରିମେକ୍‌ ?". sambad.in. 9 May 2018. Retrieved 6 June 2018.
  15. http://www.samajalive.in/prem-kumar/35441.html
  16. "ଅନୁଭବ କରୁଛନ୍ତି ସୁଟିଂ , ହେଲେ ଅଟକି ଯାଇଛନ୍ତି ବର୍ଷା!". sambad.in. 21 April 2018. Retrieved 6 June 2018.
  17. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
  18. "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021. {{cite news}}: |archive-date= / |archive-url= timestamp mismatch; 1 ଅକ୍ଟୋବର 2020 suggested (help)
  19. "ନିର୍ଦ୍ଦେଶକ ସାଜିଲେ ଉପସ୍ଥାପକ". ସମାଜ (ରବିବାର). 22 July 2018. Retrieved 28 July 2018.[permanent dead link]
  20. "ଗୁଡ୍ଦୁ ଗ୍ୟାଙ୍ଗ୍‌ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
  21. "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018. {{cite news}}: |first1= missing |last1= (help)
  22. "ତମ୍ନାଙ୍କ ଖୁସି". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.{{cite news}}: CS1 maint: unrecognized language (link)
  23. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
  24. "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
  25. "କେବେ ପ୍ରେମ୍, କେବେ କୁମାର". ସମାଜ (ରବିବାର). 22 April 2018. Retrieved 28 April 2018.[permanent dead link]
  26. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  27. "ଗୀତର ମହକ" (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]