ସୁଧାକର ବସନ୍ତ
ଏହି ପ୍ରସଙ୍ଗଟିର ଲେଖା ବୋଧେ ଆତ୍ମବିବରଣୀ ନୀତିବଳୀକୁ ମାନୁନାହିଁ ।
ଦୟାକରି ଏହି ପ୍ରସଙ୍ଗରେ ଭରସାଯୋଗ୍ୟ, ଅଧିକ ଉଚ୍ଚକୋଟୀର ଆଧାର ଦେଇ ଏହାକୁ ଉପଯୁକ୍ତ ଲେଖାରେ ପରିଣତ କରନ୍ତୁ । ଯଦି ଏହା ଉପଯୁକ୍ତ ପ୍ରସଙ୍ଗ ପ୍ରମାଣୀତ ନହେଲା, ଏହାକୁ ମିଶାଇଦିଆଯିବ, ଲେଉଟାଇ ଦିଆଯିବ, ବା ପୁରାପୁରି ଲିଭାଇ ବି ଦିଆଯିବ । (ଡିସେମ୍ବର ୨୦୧୮) |
ସୁଧାକର ବସନ୍ତ | |
|---|---|
| ଜନ୍ମ | ସୁଧାକର ବସନ୍ତ |
| ବୃତ୍ତି(ସମୂହ) | ନିର୍ଦ୍ଦେଶକ ଅଭିନେତା ନୃତ୍ୟ ନିର୍ଦ୍ଦେଶକ |
| ସକ୍ରିୟ ବର୍ଷ | ୧୯୯୯-ଏବେଯାଏଁ |
ସୁଧାକର ବସନ୍ତ, ଜଣେ ଭାରତୀୟ ନିର୍ଦ୍ଦେଶକ, ଅଭିନେତା, ନୃତ୍ୟ ନିର୍ଦ୍ଦେଶକ, କଥାଚିତ୍ର ପ୍ରଯୋଜକ ଓ ଯାତ୍ରା ଅଭିନେତା ।[୧][୨] ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କନ୍ନଡ଼, ତେଲୁଗୁ, ତାମିଲ, ମାଲାୟଲମ, ବଙ୍ଗାଳୀ, ହିନ୍ଦୀ ଆଦି କଥାଚିତ୍ର ଜଗତରେ ବିଭିନ୍ନ ଚଳଚ୍ଚିତ୍ରରେ ଜଣେ ନୃତ୍ୟଗୁରୁ ଭାବରେ କାମ କରିଛନ୍ତି । ଏଥି ସହିତ ସେ ବିଭିନ୍ନ ଭାଷାର କଥାଚିତ୍ରଗୁଡ଼ିକରେ ଅତିଥି କଳାକାର ଭାବରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଛନ୍ତି ଓ ଓଡ଼ିଆ, ତେଲୁଗୁ, ତାମିଲ ଆଦି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।
ଜନ୍ମ ଓ ମାତୃଭାଷା
[ସମ୍ପାଦନା]ସୁଧାକର ବସନ୍ତ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତୃଭାଷା ହେଉଛି ମାଲାୟଲମ୍ ।[୩]
କଥାଚିତ୍ର ଜଗତରେ କାମ
[ସମ୍ପାଦନା]ସୁଧାକର ବସନ୍ତ ପ୍ରଥମେ ନୃତ୍ୟ ନିର୍ଦ୍ଦେଶକ ଚିନି ପ୍ରକାଶଙ୍କର ସହକାରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ସେହି ସମୟରେ ସେ ନୃତ୍ୟ ବିଷୟରେ ବିଭିନ୍ନ କଳା ଶିଖିଥିଲେ ।[୩] ଏହି ସମୟରେ ସେ ହିନ୍ଦୀ, ତାମିଲ, ତେଲୁଗୁ ଆଦି କଥାଚିତ୍ର ଜଗତରେ କାମ କରିଥିଲେ । ଏହାପରେ ସେ ନୃତ୍ୟ ନିର୍ଦ୍ଦେଶକ ଭାବରେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ଼, ମଲୟାଲମ, ବଙ୍ଗାଳୀ, ଓଡ଼ିଆ ଆଦି କଥାଚିତ୍ର ଜଗତରେ କାମ କରିଥିଲେ ।[୩]
ଓଡ଼ିଆ କଥାଚିତ୍ର ଜଗତରେ କାମ
[ସମ୍ପାଦନା]ସୁଧାକର ବସନ୍ତ ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଜଣେ ନୃତ୍ୟଗୁରୁ ଭାବରେ ଗୋପାଳ ଯୋଗେଶଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଶୋଳ ଶୁକ୍ରବାରରେ ପ୍ରଥମେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୩] ଏହାପରେ ସେ ପ୍ରେମ ବନ୍ଧନ ଏବଂ ସୁନା ସଂଖାଳୀ ଆଦି ଓଡ଼ିଆ କଥାଚିତ୍ରରେ ଲଗାତାର କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ପରେ ସେ ଅଧିକାଂଶ କଥାଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ସୁଧାକର କଥାଚିତ୍ରଗୁଡ଼ିକର ନୃତ୍ୟଗୁଡ଼ିକରେ ପ୍ରାୟତଃ ଛୋଟ ଛୋଟ ଅତିଥି କଳାକାର ଭୂମିକାରେ ଅଭିନୟ କରିଥାନ୍ତି । ୨୦୦୬ ମସିହାରେ ସୁଧାକର ବସନ୍ତ ଶକ୍ତି ବରାଳଙ୍କ ନିର୍ଦ୍ଦେଶିତ କଥାଚିତ୍ର ତୁ ଏକା ଆମ ସାହା ଭରସାରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ଅଧିକ ଲୋକପ୍ରିୟତା ପାଇଥିଲେ ।[୩]
୧୦ ବର୍ଷ ନିର୍ଦ୍ଦେଶନା ଦେବାପରେ ସେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କଥାଚିତ୍ରର ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୪][୩] ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ମିତରେ ମିତ ଯେଉଁଥିରେ ଅରିନ୍ଦମ ରାୟ, ନମ୍ରତା ଥାପା, ଲଭ୍ଲି ଓ ତନ୍ମୟ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୧୧ ମସିହାରେ ସୁଧାକରଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ବାଳୁଙ୍ଗା ଟୋକା ଅଧିକ ଲୋକପ୍ରିୟ ହୋଇଥିଲା ଏବଂ ତାଙ୍କୁ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଆଗଧାଡ଼ିର ନିର୍ଦ୍ଦେଶକ ଭାବରେ ଗଣାଗଲା ।
ସୁଧାକର ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଥିଲେ । ସେ ୨୦୧୪ ମସିହାରେ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ । ତାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଓମ୍ । ଏହାପରେ ୨୦୧୫ରେ ସେ ଆଶିକ୍ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ।
ଅଭିନୟ
[ସମ୍ପାଦନା]ବିଭିନ୍ନ କଥାଚିତ୍ରରେ ଛୋଟ ଛୋଟ ଅତିଥି କଳାକାର ଭାବରେ ଆବିର୍ଭାବ ହେବାପରେ ସୁଧାକର ୨୦୧୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ତାଙ୍କ ନିର୍ଦ୍ଦେଶିତ କଥାଚିତ୍ର ଗଞ୍ଜା ଲଢ଼େଇରେ ସେ ଜଣେ ଖଳନାୟକ ଆନ୍ନା ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୫ ମସିହାରେ କିଏ ଦବ ଟକ୍କର, ଆଶିକ୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ସୁଧାକର ତାମିଲ କଥାଚିତ୍ର ସିଙ୍ଘମ-୩ରେ ମଧ୍ୟ ଏକ ପାର୍ଶ୍ୱ ଅଭିନେତା ଭାବରେ ଅଭିନୟ କରିଥିଲେ ।[୫]
ନିର୍ଦ୍ଦେଶିତ ଚଳଚ୍ଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର |
|---|---|
| ୨୦୦୯ | ମିତରେ ମିତ |
| ୨୦୧୦ | ପ୍ରେମ ଅଢ଼େଇ ଅକ୍ଷର[୬] |
| ୨୦୧୧ | କିଏସେ ଡାକୁଛି କୋଉଠି ମତେ |
| ବାଳୁଙ୍ଗା ଟୋକା | |
| ୨୦୧୨ | ସମଥିଙ୍ଗ୍ ସମଥିଙ୍ଗ୍ |
| ମାଟ୍ରିକ୍ ଫେଲ୍[୭] | |
| ଏସିପି ରଣବୀର | |
| ୨୦୧୩ | ମୋ' ଦୁନିଆ ତୁ ହିଁ ତୁ[୮] |
| ଡାହା ବାଳୁଙ୍ଗା | |
| ୨୦୧୪ | ଓମ୍ |
| ସମଥିଙ୍ଗ୍ ସମଥିଙ୍ଗ୍ ୨ | |
| ଗଞ୍ଜା ଲଢ଼େଇ | |
| ୨୦୧୫ | ଆଶିକ୍ |
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୪ | ଗଞ୍ଜା ଲଢ଼େଇ | ଆନ୍ନା | ପ୍ରଥମ ଓଡ଼ିଆ କଥାଚିତ୍ର |
| ୨୦୧୫ | କିଏ ଦବ ଟକ୍କର | ଭାଲୁ ଯାଦବ | |
| ଆଶିକ୍ | ବିଜୟ ସିଂହ | ||
| ୨୦୧୯ | ବୋବାଲ ଟୋକା |
ଯାତ୍ରା ଜଗତ
[ସମ୍ପାଦନା]୨୦୨୪ ମସିହାରେ, ସେ ରାଜାରାଣୀ ରଙ୍ଗମଞ୍ଚରେ ଜଣେ ଅଭିନେତା ଭାବରେ କାମ କରିଥିଲେ । କିନ୍ତୁ ବର୍ଷେ ପରେ ଯାତ୍ରା ଜଗତରୁ ଦୂରେଇ ଯାଇଥିଲେ ।[୯]
ଆଧାର
[ସମ୍ପାଦନା]- ↑ "Money matters a lot in Ollywood - Times of India". The Times of India. 16 March 2012. Retrieved 5 December 2018.
- ↑ "Big money debuts in Ollywood". The New Indian Express. Retrieved 5 December 2018.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Murgh Tawa Masala Dish by Sudhakar Basant". YouTube. Tarang TV. Retrieved 2 December 2018.
- ↑ "Films in festival time". www.telegraphindia.com (in ଇଂରାଜୀ). 26 September 2009. Retrieved 5 December 2018.
- ↑ "ସିଂଘମ୍ – ୩ରେ ସୁଧାକର | Kanak News". Kanak News. Bhubaneswar. 26 April 2016. Archived from the original on 3 August 2020. Retrieved 2 December 2018.
- ↑ "Nakhi nani pua Bhagia | Odia Film release in Durga Puja 2013". OdiaLive. 24 July 2013. Retrieved 5 December 2018.
- ↑ "When O-Town Men Turned into Damsels". Mycitylinks- Bhubaneswar | Cuttack | Puri (in ଇଂରାଜୀ). 12 November 2018. Retrieved 5 December 2018.
- ↑ "Odia Film nominations in Filmfare Award 2013". Apna Films. 29 March 2014. Retrieved 5 December 2018.
- ↑ "ଯାତ୍ରା ଛାଡ଼ି ପୁଣି ସିନେମାରେ ସୁଧାକର". ସମ୍ବାଦ. ଭୁବନେଶ୍ୱର. 6 September 2025. p. ୧୦. Archived from the original on 6 September 2025. Retrieved 6 September 2025.
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁଧାକର ବସନ୍ତ