ରାଉରକେଲା
ରାଉରକେଲା | |
---|---|
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୁନ୍ଦରଗଡ଼ |
ସ୍ଥାପିତ | ୧୯୫୪ |
Government | |
• Type | ଗଣତନ୍ତ୍ର |
• Body | ମହାନଗର ନିଗମ |
Elevation | 216 m (709 ft) |
Population (2011) | |
• ମହାନଗର | ୪,୮୩,୦୩୮ |
• Density | 6,696/km2 (17,340/sq mi) |
• Metro | ୫,୩୬,୪୫୦[୧][୨] |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (IST) |
PIN | ୭୬୯୦୦୧-୭୬୯xxx |
ଟେଲିଫୋନ କୋଡ଼ | ୦୬୬୧ |
ଯାନବାହାନ ପଞ୍ଚୀକରଣ | OR-14/ OD-14 |
ରାଉରକେଲା pronunciation (help·info) ଭାରତର ଓଡ଼ିଶା ରାଜ୍ୟର ଉତ୍ତରରେ ଅବସ୍ଥିତ ଏକ ପ୍ରମୁଖ ନଗର । ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ମୁଖ୍ୟତଃ ଏକ ଶିଳ୍ପ ପ୍ରଧାନ ନଗରୀ । ଏହା ଓଡ଼ିଶାର ରାଜଧାନୀଠାରୁ 340 kilometres (211 mi) ଦୂରରେ ଅବସ୍ଥିତ । ଚଣ୍ଡୀଗଡ଼ ପରେ ଏହା ଭାରତର ଦ୍ୱିତୀୟ ସୁବ୍ୟବସ୍ଥିତ ନଗର । ଏହା ଅନେକ ପାହାଡ଼ ଓ ନଦୀଦ୍ୱାରା ବେଢା । ଏଠାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଏକ ବୃହତ୍ତମ କାରଖାନା ଏଠାରେ ରହିଛି । ଏଠାରେ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟ ଅବସ୍ଥିତ ।
ନାମକରଣ
[ସମ୍ପାଦନା]"ରାଉରକେଲା" ନାମଟି ଜର୍ମାନ ଶବ୍ଦ ରୁର (Ruhr) ଶବ୍ଦରୁ ଆସିଛି । ରୁର (Ruhr) ଜର୍ମାନୀର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ଉପତ୍ୟାକା । ରାଉଅରକେଲାଠାରେ ଜର୍ମାନୀ ସହବନ୍ଧନରେ ଇସ୍ପାତ କାରଖାନା ତିଆରି କରାଯାଇଥିଲା । ସୁନ୍ଦରଗଡ଼ ଜିଲାର ରାଉତିଆ ଜନଜାତିଦ୍ୱାରା କୁହାଯାଉଥିବା ସାଦ୍ରି ଭାଷାରେ କେଲାର ଅର୍ଥ ଗାଆଁ [୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଉରକେଲା ସହରର ମୋଟ ଜନସଂଖ୍ୟା ୫,୫୨,୨୩୯ । ଏହା ମଧ୍ୟରେ ବର୍ତ୍ତମାନର ରାଉରକେଲା ମାହନଗର ନିଗମ ଏବଂ ରାଉରକେଲା ଇସ୍ପାତ ସହରାଞ୍ଚଳର ଜନସଂଖ୍ୟା ମିଶିକରି ରହିଛି।[୪][୫] ସେଥି ମଧ୍ୟରୁ ୫୩.୮୯% ଜଣ ପରୁଷ ହୋଇଥିବା ବେଳେ ୪୬.୧୧% ଜଣ ନାରୀ ଅଟନ୍ତି । ରାଉରକେଲାର ସାକ୍ଷରତା ହାର ୭୫.୨୪% । ଏହା ଜାତୀୟ ହାରଠାରୁ ୧୦.୪୦% ପ୍ରତିଶତ ଅଧିକ । ସେଥିରୁ ୪୩.୫୭% ପ୍ରତିଶତ ପୁରୁଷ ଓ ୩୧.୬୮% ନାରୀ ଅଟନ୍ତି । ୧୧.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ଭାଷା
[ସମ୍ପାଦନା]ଓଡ଼ିଆ ରାଉରକେଲାର ସରକାରୀ ଭାଷା ।
- ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ମୁଖ୍ୟ ଭାଷା ସାଦ୍ ରି ।
ପର୍ଯ୍ୟଟନ
[ସମ୍ପାଦନା]ରାଉରକେଲା ସହରଠାରୁ ବେଦବ୍ୟାସର ଦୂରତା ମାତ୍ର ୯କି.ମି., ବେଦବ୍ୟାସକୁ ଯିବାକୁ ହେଲେ ନାଗପୁର କଲିକତା ରେଳ ଲାଇନର ପାନପୋଷ ଷ୍ଟେସନଠାରୁ ଏକ ମାଇଲ ଉତ୍ତର ଦିଗକୁ ଗଲେ ବେଦବ୍ୟାସରେ ପହଞ୍ଚି ହୁଏ । ଏଠାରେ ଏକ ସଙ୍ଗମ ସ୍ଥଳୀ ରହିଛି, ଏଠାରେ ଶଙ୍ଖ ଓ କୋଏଲ ନଦୀ ସହ ସରସ୍ୱତୀ କୁଣ୍ଡରୁ ବାହାରି ଥିବା ଝରଣାର ସମାହାରରେ ସୃଷ୍ଟି ହୋଇଛି ନୂତନ ନଦୀ ବ୍ରାହ୍ମଣୀ । ଦେଶର ବୃହତ୍ତମ ସଙ୍ଗମ ଭାବେ ପରିଗଣିତ ଆହ୍ଲାବାଦଠାରେ ଗଙ୍ଗା, ଯମୁନା ସହିତ ଅଦୃଶ୍ୟ ସରସ୍ୱତୀର ସଙ୍ଗମ ପରେ କେବଳ ଗଙ୍ଗା ନଦୀ ଆଗକୁ ବହି ଯାଇଥିବା ବେଳେ ବେଦବ୍ୟାସ ସଙ୍ଗମରୁ ଆଉ ଏକ ନୂତନ ନଦୀ ଉତ୍ପନ୍ନ ହୋଇଛି । ଆହ୍ଲାବାଦଠାରେ ସରସ୍ୱତୀ ନଦୀ ଦୃଶ୍ୟମାନ ହେଉନଥିବା ବେଳେ ବେଦବ୍ୟାସରେ ରହିଛି ସୁଦୃଶ୍ୟ ସରସ୍ୱତୀ କୁଣ୍ଡ ଓ ସରସ୍ୱତୀ ମନ୍ଦିର । ପାତାଳୀ ଝରଣାର ପାଣି ସରସ୍ୱତୀ କୁଣ୍ଡରୁ ନିର୍ଗତ ସଙ୍ଗମସ୍ଥଳୀରେ ମିଶୁଛି ।
ବେଦବ୍ୟାସରେ ଥିବା ଗୁମ୍ଫାରେ ଆଜି ବି ମହାମୁନି ବେଦବ୍ୟାସଙ୍କର ଆଶାବାଡ଼ି ଓ କଠଉ ସଂରକ୍ଷିତ ହୋଇ ରହିଛି । ଶଙ୍ଖ ଓ କୋଏଲ ନଦୀର ସଙ୍ଗମସ୍ଥଳରେ ପରାଶର ଘୁଟୁକୁରା ନାମକ ଏକ ପାହାଡ଼ ଦେଖିବାକୁ ମିଳେ । ସେହି ପାହାଡ଼ ଶୀର୍ଷରେ ଏକ ଶିବମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ବେଳେ ପାହାଡ଼ର ପଶ୍ଚିମ ପାଦ ଦେଶରେ ସାସ୍ୱତୀ କୁଣ୍ଡ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଥାଏ । ପରାଶର ଘୁଟୁକୁରା ପାହାଡ଼ର ପାଦଦେଶରେ ଶିବଙ୍କର ଏକ ସୁଦୃଶ୍ୟ ମନ୍ଦିର ଦେଖିବାକୁ ମିଳେ । ପ୍ରଥମେ ଏହି ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିଲା । ବନ୍ୟା ସମୟରେ ଏହି ମନ୍ଦିର ଜଳମଗ୍ନ ହେଇଯାଉଥିବାରୁ ପରବର୍ତ୍ତୀ ସମୟରେ ପାହାଡ଼ର ଶୀର୍ଷଦେଶରେ ମନ୍ଦିରଟିଏ ନିର୍ମାଣ କରାଯାଇଛି । ଏହାବ୍ୟତୀତ କୋଏଲ ନଦୀ କୂଳରେ ଗୌତମୀ ଘୁଟୁକୁରା ପାହାଡ଼କୁ ବହୁ ପର୍ଯ୍ୟଟକ ଭ୍ରମଣ ଉଦ୍ଦେଶ୍ୟରେ ଆସିଥାନ୍ତି । [୬]
ଆଧାର
[ସମ୍ପାଦନା]- ↑ http://www.censusindia.gov.in/pca/SearchDetails.aspx?Id=403367
- ↑ http://www.censusindia.gov.in/pca/SearchDetails.aspx?Id=403413
- ↑ Rourkela Reader, see "Rourkela from 1921 to 2005"
- ↑ "Census of India: Search Details - Rourkela (M)". Retrieved 31 January 2016.
- ↑ "Census of India: Search Details - Rourkela (ITS)". Retrieved 31 January 2016.
- ↑ ସଂଚାର, ପୃଷ୍ଠା-୨, ଗୁରୁବାର ୨୪ ଜୁଲାଇ ୨୦୧୩