ବ୍ରାହ୍ମଣୀ ନଦୀ

ଉଇକିପିଡ଼ିଆ ରୁ
Jump to navigation Jump to search
ବ୍ରାହ୍ମଣୀ ନଦୀ
River
ଦେଶ ଭାରତ
ରାଜ୍ୟ ଓଡ଼ିଶା
Source ଶଙ୍ଖ ଓ କୋଏଲ ନାମକ ଦୁଇଟି ନଦୀର ମିଳନ
 - coordinates 22°14′45″N 84°47′02″E / 22.24583°N 84.78389°E / 22.24583; 84.78389
Mouth ବଙ୍ଗୋପସାଗର

ବ୍ରାହ୍ମଣୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ । ଶଙ୍ଖକୋଏଲ ନାମକ ଦୁଇଟି ନଦୀ ଝାଡ଼ଖଣ୍ଡ ରାଜ୍ୟର ଛୋଟନାଗପୁର ମାଳଭୂମିରୁ ବାହାରିଛନ୍ତି । ଏହି ଦୁଇନଦୀ ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସ‌ହର ନିକଟବର୍ତୀ ପାନପୋଷଠାରେ ମିଳିତ ହୋଇ ଗୋଟିଏ ନଦୀ ହୋଇଛନ୍ତି । ଏହାର ନାମ ବ୍ରାହ୍ମଣୀ । ଏହା କଟକ ଜିଲ୍ଲାଯାଜପୁର ଅଞ୍ଚଳରେ ବୈତରଣୀ ନଦୀ ସହିତ ମିଶି ବଙ୍ଗୋପସାଗରରେ ପଡ଼ିଅଛି । ବଣାଇଗଡ଼, ଭୁବନ, ତାଳଚେର ଓ ଜେନାପୁର ଏହି ନଦୀର କୂଳରେ ଅବସ୍ତିତ । ବ୍ରାହ୍ମଣୀ ନଦୀରେ ବେଶି ବନ୍ୟା ହେଲେ ଯାଜପୁର ଅଞ୍ଚଳର କ୍ଷତି ହୁଏ । [୧][୨]

ଗତିପଥ[ସମ୍ପାଦନା]

ବ୍ରାହ୍ମଣୀ ନଦୀର ଗତିପଥ

ଏହା ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କଟକ ଓ ଯାଜପୁର ଜିଲ୍ଲା ମଧ୍ୟରେ ଦୀର୍ଘ ୪୮୦ କିଲୋମିଟର ପ୍ରବାହିତ ହୋଇ ଚାନ୍ଦବାଲିଠାରେ ଧାମରା ମୁହାଣରେ ବଙ୍ଗୋପସାଗରରେ ପଡ଼ିଅଛି । ଏହାର ଗର୍ଭଭାଗ ପ୍ରାୟ ୩୯,୦୩୩ କି.ମି. । ବ୍ରାହ୍ମଣୀ ନଦୀ ଉପରେ କାଂଶବାହାଲଠାରେ ମନ୍ଦିରା ଡ୍ୟାମ ଓ ପାନପୋଷର ସନ୍ନିକଟରେ ତରକେରାଠାରେ ବ୍ୟାରେଜ୍ ନିର୍ମାଣ ହୋଇ ରାଉରକେଲା ଇସ୍ପାତ କାରଖାନାକୁ ସଦାସର୍ବଦା ଜଳଯୋଗାଣ ହେଉଉଅଛି । ୧୯୮୬ ମସିହାରେ ରେଙ୍ଗାଲି ଡ୍ୟାମ ନିର୍ମାଣ ହୋଇ ୨୫୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ ହୋଇ ପାରୁଅଛି । ତାଳଚେରଠାରେ ସମଲ ବ୍ୟାରେଜ ନିର୍ମାଣ ହୋଇ ନଦୀ ଜଳ କୃଷି କାର୍ଯ୍ୟରେ ବ୍ୟବହାର କରାଯାଉଅଛି । ସରାଙ୍ଗଠାରେ ନଦୀ ଶଯ୍ୟାରେ ବିରାଟ ପ୍ରସ୍ତରରେ ଖୋଦିତ ଭଗବାନଙ୍କର ଅନନ୍ତ ଶୟନ ମୂର୍ତ୍ତି ଜନମାନସର ମନକୁ ଆକର୍ଷଣ କରୁଅଛି । ବାଳକ ବାଜି ରାଉତ ଇଂରେଜ ଫଉଜକୁ ତା ଡଙ୍ଗାରେ ଏହି ବ୍ରାହ୍ମଣୀ ନଦୀ ଘାଟରେ ପାରି କରାଇ ନଦେଇ ତାଙ୍କ ଗୁଳମାଡ଼ରେ ସହିଦ ହୋଇଥିଲେ । ଢେଙ୍କାନାଳର ଏକଘରିଆ ଗ୍ରାମରେ ବ୍ରାହ୍ମଣୀ ନଦୀ କୂଳରେ କନେକଶ୍ୱର ମହାଦେବ ମନ୍ଦିର ତଥା କବି ଦୀନକୃଷ୍ଣ ଦାସଙ୍କ ଆଶ୍ରମ ଦୃଷ୍ଟିଗୋଚର ହୁଏ । କବି ଦୀନକୃଷ୍ଣଙ୍କ କର୍ମମୟ ଜୀବନ ଏହି ପବିତ୍ର କ୍ଷେତ୍ରବାହ୍ମଣୀ ନଦୀ କୂଳରେ ଘନ ଅରଣ୍ୟ ଆମ୍ରକାନନ ମଧ୍ୟରେ ପାରିତ ହୋଇଥିଲା । ସେ ଭକ୍ତି ଭାବରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନକରି କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ ।[୩]

ଯାଜପୁର ଜିଲ୍ଲାର ଜେନାପୁରଠାରେ ଦୁଇଭାଗରେବିଭକ୍ତ ହୋଇ ଡାହାଣକୁ ପ୍ରବାହିତ ହୋଇ ଗଲାବେଳେ, ବିରୂପା ନଦୀ ଚୌଦ୍ୱାର ଠାରୁ ମହାନଦୀରୁ ବାହାରି ବ୍ରାହ୍ମଣୀରେ ଇନ୍ଦୁପୁର, କାଇପଡ଼ା ଓ କୃଷ୍ଣନଗରଠାରେ ଉପନଦୀ ରୂପେ ସଂଗମ ସ୍ଥଳ ସୃଷ୍ଟି କରି ତଳକୁ ତଳକୁ ପ୍ରବାହିତ ହୋଇ ଭିତରକନିକାଠାରେ ତା' ଗର୍ଭରେ କୁମ୍ଭୀର ଅଭୟାରଣ୍ୟ ସୃଷ୍ଟି ହୋଇଛି । ବାମକୁ ଖରସ୍ରୋତା ନଦୀ ନାମରେ ନାମିତ ହୋଇ ପ୍ରବାହିତ ହୋଇଅଛି ।

କିମ୍ବଦନ୍ତୀ[ସମ୍ପାଦନା]

ଏହି ନଦୀର ନାମକରଣ ବାବଦରେ ଏକ କିମ୍ବଦନ୍ତୀ ରହିଛି । ଏକଦା ଋଷି ପରାଶରଙ୍କୁ ଏକ କୈବର୍ତ୍ତ କନ୍ୟା ନାଉରୀ ସାଜି ନଦୀ ପାର କରାଉଥିଲାବେଳେ ତାଙ୍କ ମନରେ କାମ ବାସନା ସୃଷ୍ଟି ହେଲା । ସେ କୁହୁଡ଼ି ସୃଷ୍ଟି କରି ନିଜର କାମବାସନା ଚରିତାର୍ଥ କରିଥିଲେ । ସେହି କୈବର୍ତ୍ତ ବାଳିକାଙ୍କ ଔରସରୁ ଜନ୍ମ ନେଇଥିଲେ ମହାକବି ତପସ୍ୱୀ ବେଦବ୍ୟାସ । ପରାଶର ତପବଳରେ ସେହି କୈବର୍ତ୍ତ ବାଳିକାଙ୍କୁ ବ୍ରାହ୍ମଣୀରେ ରୂପାନ୍ତରିତ କରିଥିଲେ । ସେହିକାଳରୁ ଏହି ନଦୀର ନାମ ବ୍ରାହ୍ମଣୀ ହୋଇଥିବା ଜଣାଯାଏ । [୪]

ଆଧାର[ସମ୍ପାଦନା]

  1. http://www.india9.com/i9show/-Orissa/Brahmani-River-20953.htm
  2. dsal.uchicago.edu/reference/gazetteer/pager.html?objectid=DS405.1.I34_V09_016.gif
  3. ମଲ୍ଲିକ, ଶ୍ୟାମସୁନ୍ଦର. "ବ୍ରାହ୍ମଣୀ ନଦୀ:ଉତ୍କଳ ମାତାର ପିଣ୍ଡରେ ଅନ୍ୟତମ ଧମନୀ" (PDF). ସମ୍ବାଦ କଳିକା. Retrieved 22 September 2016.
  4. ସଂଚାର, ପୃଷ୍ଠା-୨, ଗୁରୁବାର ୨୪ ଜୁଲାଇ ୨୦୧୩