Jump to content

ଅମିନୂଲ ଇସଲାମ

ଉଇକିପିଡ଼ିଆ‌ରୁ
ଅମିନୂଲ ଇସଲାମ
ଜନ୍ମ(1900-08-05)୫ ଅଗଷ୍ଟ ୧୯୦୦
ମୃତ୍ୟୁ୧୦ ଅଗଷ୍ଟ ୧୯୮୫(1985-08-10) (ବୟସ ୮୫)
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିକୋହେନୂର ପାଞ୍ଜି ଓ ରାଶିଫଳ
ସନ୍ତାନଜୋହରୂଲ ଇସଲାମ

ଅମିନୂଲ ଇସଲାମ (୫ ଅଗଷ୍ଟ ୧୯୦୦–୧୦ ଅଗଷ୍ଟ ୧୯୮୫) ଜଣେ‍ ଭାରତୀୟ ଓଡ଼ିଆ ପାଞ୍ଜିକାର, ପୁସ୍ତକ ପ୍ରକାଶକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶାରେ କୋହେନୂର ପଞ୍ଜିକା ଓ ରାଶିଫଳର ଜନକ ଭାବେ ଜଣାଶୁଣା ।[] ଏହା ଛଡ଼ା ସେ‌ ହିନ୍ଦୁ ପୋଥି-ପୁରାଣ ଓ ଧର୍ମଗ୍ରନ୍ଥ ରଚନା ଓ ପ୍ରକାଶ କରୁଥିଲେ । ସେ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଭାଗିରଥି ମହାପାତ୍ର ଆଦିଙ୍କ ସହ କାର୍ଯ୍ୟ କରିଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଅମିନୂଲ ଇସଲାମ ୧୯୦୦ ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ।

କୋହେନୂର ପଞ୍ଜିକା ଓ ରାଶିଫଳ

[ସମ୍ପାଦନା]

୧୯୨୮ ମସିହାରେ ଅମିନୂଲ କଟକ ଆସି ନିଜ ଭିଣୋଇଙ୍କ ପାଖରେ ରହି ମୁଦ୍ରଣ ବ୍ୟବସାୟ ଶିଖିବା ପରେ କୋହେନୂର ପ୍ରେସ ଓ କୋହେନୂର ପ୍ରେସ ପୁସ୍ତକ ଭଣ୍ଡାର ପ୍ରତିଷ୍ଠା କରିଥିଲେ । ବ୍ରିଟିଶ ଶାସନ କାଳରେ ତାଙ୍କ ପ୍ରେସ ଉପରେ ଏକାଧିକ ବାର ଚଢ଼ଉ କରି ବିପ୍ଳବୀଙ୍କୁ ପ୍ରେରଣା ଯୋଗାଉଥିବା ବହି ସବୁ ଜବତ କରିଥିଲେ ।[]

ହିନ୍ଦୁ ପୋଥି-ପୁରାଣ ପ୍ରତି ତାଙ୍କର ଆଦର ଥିବାରୁ ସେ ଏକ ପଞ୍ଜିକା ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପୂର୍ବରୁ ଓଡ଼ିଶାରେ ଅରୁଣୋଦେୟ ପ୍ରେସ ପଞ୍ଜିକା ନାମରେ ଏକମାତ୍ର ପାଞ୍ଜି ପ୍ରକାଶ ପାଉଥିଲା । ଅମିନୂଲ ପଠାଣି ସାମନ୍ତ ପରିବାରର ଦାୟଦ ଓ ଗଣକ ଗଦାଧର ସିଂହ ସାମନ୍ତ ଓ ଲିଙ୍ଗରାଜ ଖଡିରତ୍ନ ପରିବାରର ଦାୟାଦ ପଣ୍ଡିତ ହରିହର ଖଡିରତ୍ନଙ୍କୁ ଏକାଠି କରି ନୂଆ ପାଞ୍ଜିର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ସାମାନ୍ୟ ସଂଶୋଧନ ପରେ ପୁରୀ ମୁକ୍ତି ମଣ୍ଡପ ସଭା ଏହି ପାଞ୍ଜିକୁ ସ୍ୱୀକୃତି ପ୍ରଦାନ କରିଥିଲା ଏବଂ ୧୯୩୫ ମସିହାରେ କୋହେନୂର ପାଞ୍ଜି ଜନ୍ମ ନେଇଥିଲା ।

ସାମାଜିକ ଜୀବନ

[ସମ୍ପାଦନା]

ଅମିନୂଲ ହିନ୍ଦୁ ଧର୍ମଗ୍ରନ୍ଥମାନ ରଚନା ଓ ପ୍ରକାଶ କରିଥିଲେ ।[] ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ ପାଇଁ ସେ ସାହାଯ୍ୟ କରୁଥିଲେ ।

ରଚନାବଳୀ

[ସମ୍ପାଦନା]
  • ଜଗନ୍ନାଥ ସ୍ତୁତି
  • ଲକ୍ଷ୍ମୀ ସ୍ତୁତି
  • ସରସ୍ୱତୀ ସ୍ତୁତି
  • ଧ୍ରୁବ ସ୍ତୁତି
  • ପ୍ରହ୍ଲାଦ ସ୍ତୁତି
  • ରଣପୁର ପ୍ରଜାମେଳି
  • ଦାଣ୍ଡିଯାତ୍ରା
  • ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ
  • ରାଧା ଗୋବିନ୍ଦ ଚଉତିଶା
  • ବନ୍ଦୋବସ୍ତ ଆଇନ
  • ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା
  • ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା
  • ଗରିବ ଝିଅର ବାହାଘର
  • ଲଗ୍ନ ରାଶିଫଳ
  • ରାମାୟଣ
  • ମହାଭାରତ
  • ଭାଗବତ[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

୧୯୮୫ ମସିହାରେ ଶ୍ରୀମନ୍ଦିରରେ ତାଙ୍କର ଶ୍ରାଦ୍ଧ ପାଳନ କରାଯାଇଥିଲା । ଜଣେ ଇସଲାମ ଧର୍ମାବଲମ୍ବୀଙ୍କ ଶ୍ରାଦ୍ଧ ଶ୍ରୀମନ୍ଦିରରେ ପାଳନ କରାଯିବା ଏକ ବିରଳ ଘଟଣା ।[] ବିଜୁ ପଟ୍ଟନାୟକ ତାଙ୍କୁ ପଦ୍ମକେଶରୀ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କୁ ଚନ୍ଦ୍ରଶେଖର ଉପାଧୀ ପ୍ରଦାନ କରିଥିଲେ ।

  1. Bulbul Sharma (28 February 2013). MUSLIMS IN INDIAN CITIES. HarperCollins Publishers India. pp. 163–. ISBN 978-93-5029-555-7.
  2. http://www.telegraphindia.com/1130415/jsp/odisha/story_16785595.jsp#.VcIVxrUwDSg
  3. "People and Faith". Communalism Combat. Sabrang Communication & Publishing Pvt. Ltd. Retrieved 5 August 2015.
  4. Mohanty, Gopinath; Patnaik, Jeeban Kumar; Ratha, Santosha Kumāra; State Level Vyasakabi Fakir Mohan Smruti Samsad (13 Jun 2011). The Cultural heritage of Orissa (1st ed.). State Level Vyasakabi Fakir Mohan Smruti Samsad. ISBN 9788190276139.
  5. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ (୧ମ ed.). ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ.
  6. "କୋହେନୂର ପଂଜିକାର ଜନକ". ସମ୍ବାଦ ୦୫/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. 5 August 2015. Archived from the original on 4 March 2016. Retrieved 5 August 2015.

ଅଧିକ ତଥ୍ୟ

[ସମ୍ପାଦନା]