ବିଶ୍ୱଭୂଷଣ ହରିଚନ୍ଦନ

ଉଇକିପିଡ଼ିଆ ରୁ
Jump to navigation Jump to search
ବିଶ୍ୱଭୂଷଣ ହରିଚନ୍ଦନ
ଜନ୍ମ ଓ ଜନ୍ମସ୍ଥାନ
ବିଶ୍ୱଭୂଷଣ ହରିଚନ୍ଦନ

୩ ଅଗଷ୍ଟ ୧୯୩୪(1934-08-03)
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ(କଳା ଓ ଆଇନ)
ଜୀବନସାଥିସୁପ୍ରଭା ହରିଚନ୍ଦନ
ସନ୍ତାନପୃଥ୍ୱୀରାଜ ହରିଚନ୍ଦନ
ବାପା ବୋଉପର୍ଶୁରାମ ହରିଚନ୍ଦନ[୧]

ବିଶ୍ୱଭୂଷଣ ହରିଚନ୍ଦନ(ଜନ୍ମ: ୩ ଅଗଷ୍ଟ ୧୯୩୪), ଭାରତୀୟ ଜନତା ପାର୍ଟିର ଜଣେ ନେତା ।[୨] ସେ ୨୦୧୯ ମସିହାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ ।[୩] ସକ୍ରୀୟ ରାଜନୀତିରେ ଥାଇ ସେ ୫ଥର ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ବିଶ୍ୱଭୂଷଣ, ୧୯୭୧ ମସିହାରେ ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ। ସେ ଭାରତୀୟ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ମିସା ଆଇନ ବଳରେ ଗିରଫ ହୋଇ ସେ ଜେଲ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୫] ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ଯୋଗ ଦେଇଥିଲେ କିନ୍ତୁ ୧୯୯୬ ଏପ୍ରିଲ ମାସରେ ପୁଣି ବିଜେପିକୁ ଫେରିଥିଲେ । ସେ ଚିଲିକା ଓ ଭୁବନେଶ୍ୱରରୁ ୫ ଥର ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୬] ସେ ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି । ୧୯୭୭ରେ ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଥିଲେ । ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ସେ ରାଜସ୍ୱ ଆଇନ, ଶିଳ୍ପ, ଖାଦ୍ୟ ଯୋଗାଣ, ସଂସ୍କୃତି, ପର୍ଯ୍ୟଟନ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ହରିଚନ୍ଦନ ସାହିତ୍ୟରେ ମଧ୍ୟ ରୁଚି ରଖନ୍ତି ଓ ନିଜ ଆତ୍ମଜୀବନୀ ସମେତ ଅନ୍ୟ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

  • ମାତୃଭାଷା
  • ଶେଷ ଝଲକ
  • ରାଣାପ୍ରତାପ
  • ଅସ୍ତଶିଖା
  • ମାନସୀ
  • ସଂଗ୍ରାମ ସରି ନାହିଁ(ଆତ୍ମଜୀବନୀ)[୭]

ଆଧାର[ସମ୍ପାଦନା]

  1. "Biswabhusan Harichandan". http://www.odishahelpline.com. odish ahelpline. Retrieved 17 July 2019. External link in |website= (help)
  2. "Biswa Bhusan Harichandan Appointed Governor Of Andhra Pradesh". www.ndtv.com. ndtv. Retrieved 17 July 2019.
  3. "PRESS COMMUNIQUE". http://pib.nic.in. Press Information Bureau Government of India. Retrieved 17 July 2019. External link in |website= (help)
  4. "ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ". khabar.odishatv.in. odishatv.in.
  5. www.thenewsminute.com. thenewsminute https://www.thenewsminute.com/article/veteran-bjp-leader-biswa-bhusan-harichandan-appointed-governor-andhra-pradesh-105565. Retrieved 17 July 2019. Missing or empty |title= (help)
  6. "Senior BJP Leaders Uikey, Harichandan Appointed Governors Of Chhattisgarh And Andhra Pradesh". www.outlookindia.com. outlook. Retrieved 17 July 2019.
  7. "ବିଶ୍ୱଭୂଷଣ ହେଲେ ଆନ୍ଧ୍ର ରାଜ୍ୟପାଳ" (ସମ୍ବାଦ ୧୭/୦୭/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧). ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 17 July 2019.