ନରସିଂହ ମହାପାତ୍ର

ଉଇକିପିଡ଼ିଆ‌ରୁ
ନରସିଂହ ମହାପାତ୍ର
ଜନ୍ମ(1926-07-01)୧ ଜୁଲାଇ ୧୯୨୬
କୋରଣ୍ଟ, ଭଦ୍ରକ
ମୃତ୍ୟୁ୧୪ ଅକ୍ଟୋବର ୧୯୯୮(1998-10-14) (ବୟସ ୭୨)
ଜଣାଶୁଣାନାଟ୍ୟକାର ଓ ଗୀତିକାର

ନରସିଂହ ମହାପାତ୍ର( ୧ ଜୁଲାଇ ୧୯୨୬ - ୧୪ ଅକ୍ଟୋବର ୧୯୯୮), ଜଣେ ଓଡ଼ିଆ ନାଟ୍ୟକାର, ଗୀତିକବି, ଅଭିନେତା, ନିର୍ଦ୍ଦେଶକ ତଥା ସମ୍ପାଦକ ଥିଲେ ।[୧][୨][୩] ଓଡ଼ିଆ ବେତାର ନାଟକକୁ ଲୋକପ୍ରିୟ କରାଇବାରେ ମହାପାତ୍ରଙ୍କର ଅବଦାନ ରହିଛି ।[୪]

ନରସିଂହ ମହାପାତ୍ର, ଭଦ୍ରକ ଜିଲ୍ଲାର କୋରଣ୍ଟଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ରଜୀବନରୁ ଲେଖାଲେଖି ଆରମ୍ଭ କରିଥିଲେ । ୧୯୪୯ମସିହାରେ ଆକାଶବାଣୀ କଟକରେ ସେ ଜଣେ ଗୀତିକାର ଭାବରେ ସ୍ୱୀକୃତି ପାଇଥିଲେ । ତାଙ୍କ ରଚିତ ବହୁ ଗୀତ "ସଜ ଫୁଲ", "ଅତସୀ କୁସୁମ" ଓ "ରାଗ ମଞ୍ଜରୀ" ଆଦି କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା । ୧୯୫୮ମସିହାରେ ସେ ଆକାଶବାଣୀ କଟକରେ ଜଣେ ନାଟ୍ୟକାର ଭାବରେ ଯୋଗ ଦେଇଥିଲେ । ଏଠାରେ ତାଙ୍କର ନାଟ୍ୟ ପ୍ରତିଭାର ବିକାଶ ଘଟିଥିଲା । ୨୭ବର୍ଷ ଆକାଶବାଣୀର ଚାକିରି ମଧ୍ୟରେ, ସେ ଶତାଧିକ ସାମାଜିକ, ପୌରାଣିକ, ଐତିହାସିକ, ହାସ୍ୟ ଓ ରହସ୍ୟ ନାଟକ ରଚନା କରିଥିଲେ ।

ନାଟକ ରଚନା ଓ ଗୀତିକବିତା ଲେଖିବା ବ୍ୟତିତ, କଳାର ଅନ୍ୟ ବହୁ ବିଭାଗରେ ତାଙ୍କର ପ୍ରବେଶ ରହିଥିଲା । ନାଟକରେ ଅଭିନୟ କରୁଥିଲେ ଓ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ସାଥୀନୂତନ ଆଶା ନାମରେ ଦୁଇଟି ପତ୍ରିକାର ସେ ସମ୍ପାଦନା କରୁଥିଲେ । ଜନତା, କଳାଶ୍ରୀ ଓ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ସେ ପୃଷ୍ଠପୋଷକ ଥିଲେ । ଜଣେ ଗୀତିକାର ଭାବରେ ମଧ୍ୟ ବହୁ ଓଡ଼ିଆ କଥାଚିତ୍ର ସହ ସମ୍ପୃକ୍ତ ଥିଲେ ।[୫] "ଶ୍ରୀ ଲୋକନାଥ" ଚଳଚ୍ଚିତ୍ରର "ଫୁଲ ରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା" ଗୀତ ତାଙ୍କର ଏକ ଲୋକପ୍ରିୟ ଗୀତ ।

୧୯୯୮ ମସିହା ଅକ୍ଟୋବର ୧୪ ତାରିଖରେ ତାଙ୍କର ନିଧନ ଘଟିଥିଲା ।[୬]

ଓଡ଼ିଆ କଥାଚିତ୍ରରେ ଗୀତିକାର ଭାବରେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Contemporary Indian Literature. S.L. Shastry. 1964.
  2. N. C. Behuria (1990). Orissa State Gazetteer. Gazetteers Unit, Department of Revenue, Government of Orissa.
  3. Orissa Society of Americas 30th Annual Convention Souvenir: For Annual Convention Held in 1999 at Toronto, Canada. Odisha Society of the Americas. pp. 30–. GGKEY:LRH2U39SFWX.
  4. Sangeet Natak. Sangeet Natak Akademi. 2004.
  5. http://www.odiamusic.com/Category/CategoryResult.php?first=2&second=Narashingh+Mohapatra
  6. "ଆଜି ଜନ୍ମଦିନ". No. ସମ୍ବାଦ ୦୭/୦୧/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪. ସମ୍ବାଦ. Archived from the original on 01 July 2020. Retrieved 1 July 2020. {{cite news}}: Check date values in: |archivedate= (help)
  7. ""ଫୁଲ ରସିଆର.." କବି". ସମ୍ବାଦ ୧୪/୧୦/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 14 October 2015.

ଅଧିକ ତଥ୍ୟ[ସମ୍ପାଦନା]