ନୃସିଂହନାଥ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ନୃସିଂହନାଥ ମନ୍ଦିର
ନୃସିଂହନାଥ ମନ୍ଦିର
ନୃସିଂହନାଥ ମନ୍ଦିର
ଭୌଗୋଳିକ ଅବସ୍ଥିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବରଗଡ଼ ଜିଲ୍ଲା
ପରମ୍ପରା
ମୁଖ୍ୟ ଆରାଧ୍ୟନୃସିଂହନାଥ
ତିଆରି ଶୈଳୀକଳିଙ୍ଗ ସ୍ଥାପତ୍ୟ କଳା
ଇତିହାସ ଓ ପାଳନ
ନିର୍ମାଣ କାଳ୧୩୧୩
ନିର୍ମାତାବାଇଜଲ ସିଂହଦେବ

ନୃସିଂହନାଥ ମନ୍ଦିର ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ଏକ ପ୍ରସିଦ୍ଧ ପୌରାଣିକ ମନ୍ଦିର। ଏହା ତୟୋଦଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଉଛନ୍ତି।

ପାଟଣାଗଡ଼ର ରାଜା ବୈଜଳ ସଂହ ଦେବ ୧୩୧୩ ଶତାବ୍ଦୀରେ ନିର୍ମାଣ କରାଇଥିଲେ। ଏହା ମାତ୍ର ୪୫ ଫୁଟ୍‌ ଉଚ୍ଚ, ଯାହାର ଦୁଇଟି ଭାଗ ରହିଛି। ପ୍ରଥମଟିେର ନୃସିଂହନାଥ ଦେବତାଙ୍କ ବିଗ୍ରହ ଥିବାବେଳେ ଅନ୍ୟଟି ଜଗମୋହନଙ୍କର।

ପୌରାଣିକ[ସମ୍ପାଦନା]

ଛଅ ଶହ ବଷ' ପୂବେ' ଜମୁନା କାନ୍ଦୁଣି ପୁସ୍ତକ ନୃସିଂହ ଚରିତ୍ରରେ କବିତାଟିଏ ରଚନା କରିଥିଲେ ଯେଉଁଥିରେ ସେ ମୂଷିକ ଦୈତ୍ୟର ଉପଦ୍ରବରୁ ରକ୍ଷା କରିବା ପାଇଁ ମାର୍ଜାର-କେଶରୀଙ୍କୁ ଅନୁରୋଧ କରିଥିଲେ। କିମ୍ବଦନ୍ତୀ ଅନୁଯାୟୀ ଏହି ଅଞ୍ଚଳେର ଏକଦା ଗୋଟିଏ ଶକ୍ତିଶାଳୀ ଅସୁର ଉପଦ୍ରବ କରୁଥିଲା। ସ୍ୱୟଂ ବିଷ୍ଣୁ ତାକୁ ମାରିବାକୁ ବାହାରିବାରୁ ସେ ମୂଷା ରୂପ ଧରି ଗୋଟିଏ ଗାତ ଭିତରେ ପଶିଯାଇଥିଲା। ବିଷ୍ଣୁ ସଙ୍ଗେ ସଙ୍ଗେ ବିଡ଼ାଳ ରୂପ ଧାରଣ କରି ତାକୁ ଖାଇବା ପାଇଁ ସେଠାରେ ବସି ରହିଲେ। ମୂଷିକ ଦୈତ୍ୟ କିନ୍ତୁ ସେ ଗାତରୁ ବାହାରିଲା ନାହିଁ। କୁହାଯାଏ ଯେ ସେହି ଦିନ ଠାରୁ ମୂଷିକ ଦୈତ୍ୟର ଆତଙ୍କରୁ ଲୋକମାନଙ୍କୁ ରକ୍ଷା କରିବା ସହ ମୂଷକ ଦୈତ୍ୟକୁ ସେଠାରେ ଜଗି ରହିଛନ୍ତି।

ପର୍ବପର୍ବାଣୀ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]