ଚୌଦ୍ୱାର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ଚୌଦ୍ୱାର
ସହର
ଡମଡମାଣି ଚୌଦ୍ୱାର
ଡମଡମାଣି ଚୌଦ୍ୱାର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଟକ
ଭାଷାଓଡ଼ିଆ, ଇଂରାଜୀ
Population
 (୨୦୦୧)
 • Total୪୨,୫୯୭
Time zoneIST (+୫.୩୦)
ଡାକ କୋଡ଼
୭୫୬୦୦୧[୧]
Area code+୦୬୫**
ଯାନବାହାନ ପଞ୍ଚୀକରଣOR/05

ଚୌଦ୍ୱାର ବା ଚଉଦୁଆର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ସହର ।

ଚୌଦ୍ୱାର ଜିଲାର ଏକ ଦୃର୍ଶ୍ୟ

ଇତିହାସ[ସମ୍ପାଦନା]

ପୌରାଣୀକ କିମ୍ବଦନ୍ତୀ[ସମ୍ପାଦନା]

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମହାଭାରତର ବିରାଟ ରାଜାଙ୍କ ରାଜଧାନୀ ଥିଲା ବିରାଟ-କଟକ । ବିରାଟ-କଟକ ମଧ୍ୟକୁ ପ୍ରବେଶ କରିବା ପାଇଁ ଗଡ଼ ପ୍ରାଚୀରରେ ଚାରୋଟି ଦ୍ୱାର ଥିଲା । ଗଡ଼ ଚତୁଃପାର୍ଶ୍ୱରେ ଏକ ସୁଦୀର୍ଘ ଗଡ଼ଖାଇ ଖୋଳାଯାଇଥିଲା । ଏହି ଚାରିଦ୍ୱାର ବିଶିଷ୍ଟ ଗଡ଼ କ୍ରମେ ଚୌଦ୍ୱାର ନାମରେ ପରିଚିତ ହେଲା ।

ଐତିହାସିକ କୀର୍ତ୍ତି[ସମ୍ପାଦନା]

ଚୌଦ୍ୱାର ଅଞ୍ଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ନିମନ୍ତେ ୨୦୦୩ରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ଅଞ୍ଚଳରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଖନନ ବେଳେ ବହୁ କୀର୍ତ୍ତିରାଜି ତଥା ବୌଦ୍ଧିକ ସ୍ତୁପ ଉଦ୍ଧାର କରାଯାଇଥିଲା । ଚୌଦ୍ୱାର ସର୍କଲ ଜେଲ ନିକଟ ଅଞ୍ଚଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

୫୪ ଏକର ରଗଡ଼ି ଜମିରେ ବିସ୍ତୃତ ବିରାଟ ଗାଦି (ବଧିପୀଠ)କୁ ମଧ୍ୟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ସେଥିମଧ୍ୟରୁ ପ୍ରାୟ ୧୦ ଏକର ଜମିକୁ ତାରବାଡ଼ଦ୍ୱାରା ଘେରାଯାଇଛି । ୨୦୦୭ମସିହାରେ ଏହାର ଉତ୍ଖନନ ବେଳେ ତ୍ରୟୋଦଶ ଶତାବ୍ଦୀ ଦେଉଳର ଅବଶେଷ ଆବିଷ୍କୃତ ହୋଇଥିଲା । ଆବିଷ୍କୃତ ହୋଇଥିବା ଆକୃତି କୌଣସି ଦେଉଳର ଜଗମୋହନ (ନାଟ୍ୟ ମନ୍ଦିର) ଭଳି ପ୍ରତୀୟମାନ ହେଉଅଛି । [୨]

ଜନଗଣନା[ସମ୍ପାଦନା]

୨୦୦୧ ଜନଗଣନା ଅନୁସାରେ ଏଠାକାର ଲୋକସଂଖ୍ୟା ୨,୩୧୭,୪୧୯[୩]

ଅର୍ଥନୀତି[ସମ୍ପାଦନା]

ଏଠାକାର କିଛି ଶିଳ୍ପ ଉଦ୍ୟୋଗସବୁ ହେଲା:

  • ଲିବ୍ରା କାର୍ପେଟସ
  • ଓଡ଼ିଶା ଟେକ୍ସଟାଇଲ ମିଲ୍ସ (OTM)
  • ଏଭିଏସନ ରିସର୍ଚ ସେଣ୍ଟର (ARC)
  • ଇଣ୍ଡିଆନ ଚାର୍ଜ କ୍ରୋମ ଲିମିଟେଡ (ICCL)
  • ବଳାରପୁର ପେପର ଇଣ୍ଡଷ୍ଟ୍ରିଜ ଲିମିଟେଡ଼ (BILT)

ଆଧାର[ସମ୍ପାଦନା]

  1. onefivenine.com
  2. ଧରିତ୍ରୀ, ୨୮ନଭେମ୍ବର ୨୦୧୧, ପୃଷ୍ଠା-୧୦
  3. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.