ନୀଳମାଧବ ମନ୍ଦିର

ଉଇକିପିଡ଼ିଆ‌ରୁ
ନୀଳମାଧବଜିଉ ମନ୍ଦିର
ନୀଳମାଧବଜିଉ ମନ୍ଦିର, କଣ୍ଟିଲୋ
ନୀଳମାଧବଜିଉ ମନ୍ଦିର, କଣ୍ଟିଲୋ
Religion
ସମ୍ବନ୍ଧତାHinduism
Districtନୟାଗଡ଼
Location
ଅବସ୍ଥିତିକଣ୍ଟିଲୋ
ଦେଶଭାରତ

ନୀଳମାଧବ ମନ୍ଦିର ଓଡ଼ିଶାର କଣ୍ଟିଲୋଠାରେ ଅବସ୍ଥିତ ଏକ ପୁରାତନ ହିନ୍ଦୁ ମନ୍ଦିର । ଏହା କଣ୍ଟିଲୋରେ ଚିତ୍ରୋତ୍ପଳା (ମହାନଦୀ) କୂଳରେ ଓ ଏହା ଜଙ୍ଗଲବେଷ୍ଟିତ ଯାଆଁଳା ବ୍ରହ୍ମାଦ୍ରି ପର୍ବତ ଉପରେ ଅବସ୍ଥିତ । ଏଠାରେ ପୂଜିତ ଦେବତା ନୀଳମାଧବ । ନୀଳମାଧବଙ୍କ ମୂର୍ତ୍ତି ପାଦରୁ ଜଳର ଏକ ସ୍ଥାୟୀ ପ୍ରବାହ ଏଠାରେ ରହିଛି । ଏହି ମନ୍ଦିର ନିକଟରେ ସିଦ୍ଧେଶ୍ୱର ମଧ୍ୟ ପୂଜିତ ହୋଇଥାନ୍ତି । କଣ୍ଟିଲୋ ବ୍ୟତୀତ ପୁରୀ ଜଗନ୍ନାଥ ମନ୍ଦିରର ଲକ୍ଷ୍ମୀ ମନ୍ଦିର ଡାହାଣ ପାର୍ଶ୍ୱରେ ମଧ୍ୟ ନୀଳମାଧବ ପୂଜିତ ହୁଅନ୍ତି । ଏହି ମନ୍ଦିରେ ଗଠନ ପୁରୀର ଜଗନ୍ନାଥ ମନ୍ଦିର ପରି । ଚିତ୍ରୋତ୍ପଳା, କୁଆଁରିଆ ଏବଂ କୁସୁମୀ ତିନୋଟି ନଦୀ ମିଳନ ସ୍ଥଳ ଏହି ମନ୍ଦିର ହୋଇଥିବାରୁ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ କୁହାଯାଏ । ପ୍ରୟାଗରେ (ଆଲ୍ଲାହାବାଦ) ବେଣୀମାଧବ ପୂଜିତ ହେଲା ଭଳି ଏଠାରେ ନୀଳମାଧବ ପୂଜିତ ।

ନୀଳମାଧବଜିଉ ମନ୍ଦିର, କଣ୍ଟିଲୋ

ଅବସ୍ଥିତି[ସମ୍ପାଦନା]

ନୀଳମାଧବ ମନ୍ଦିର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋଠାରେ ମହାନଦୀ କୂଳରେ ନଦୀର ଡାହାଣ ପାର୍ଶ୍ୱରେ ଅବସ୍ଥିତ । ଚିତ୍ରୋତ୍ପଳା, କୁଆଁରିଆ ଏବଂ କୁସୁମୀ ତିନୋଟି ନଦୀ ମିଳନ ସ୍ଥଳ ନିକଟରେ ଏ ପୀଠ ଅବସ୍ଥିତ ହୋଇଥିବାରୁ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ କୁହାଯାଏ । କଣ୍ଟିଲୋ ନୟାଗଡ଼ ଜିଲ୍ଲା ସଦର ମହକୁମାଠାରୁ ୩୩ କିଲୋମିଟର ଭୁବନେଶ୍ୱରଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ । କଣ୍ଟିଲୋର ନିକଟତମ ରେଳଷ୍ଟେସନ ହେଉଛି ନୟାଗଡ଼ ଟାଉନ୍ ଏବଂ ନିକଟତମ ବିମାନବନ୍ଦର ହେଉଛି ଭୁବନେଶ୍ୱର । ଭୁବନେଶ୍ୱରରୁ କଣ୍ଟିଲୋକୁ ନିୟମିତ ବସ ସେବା ରହିଛି ।

ଇତିହାସ[ସମ୍ପାଦନା]

ଆଧୁନିକ ନୟାଗଡ଼ ଜିଲ୍ଲାର କଣ୍ଟିଲୋରେ ମହାନଦୀ କୂଳରେ ଅବସ୍ଥିତ ବ୍ରହ୍ମଦ୍ରୀ ପାହାଡ଼ରେ ଥିବା ଏକ ଛୋଟ ଗୁମ୍ଫାରେ ନୀଳମାଧବଙ୍କର ସେବା ପୂଜା ପ୍ରଥମେ ଆରମ୍ଭ ହୋଇଥିଲା । ପରେ ମନ୍ଦିର ସ୍ଥାପନା କରାଯାଇ ବିଗ୍ରହ ସ୍ଥାନାନ୍ତର କରାଯାଇଥିଲା ।

କିମ୍ବଦନ୍ତୀ[ସମ୍ପାଦନା]

ନୀଳମାଧବ ଜଗନ୍ନାଥଙ୍କ ସମ୍ବନ୍ଧିତ କିମ୍ବଦନ୍ତୀର ଏକ ମୁଖ୍ୟ ଅଂଶ । ସ୍କନ୍ଧ ପୁରାଣ ଅନୁଯାୟୀ, ସତ୍ୟ ଯୁଗରେ ଇନ୍ଦ୍ରଦ୍ୟୁମ୍ନ ସୋମ ବଂଶର ରାଜା ଥିଲେ । ଜଣେ ଭ୍ରମଣକାରୀ ତୀର୍ଥଯାତ୍ରୀ ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟକୁ ଆସି ମହାନ ଭଗବାନ ନୀଳମାଧବଙ୍କୁ (ନୀଳ ବିଷ୍ଣୁ) ଓଡ଼ିଶାର ନୀଳାଚଳରେ (ନୀଳ ପର୍ବତ) ପୂଜା କରାଯାଉଥିବା ବର୍ଣ୍ଣନା କରିଥିଲେ । ତୀର୍ଥଯାତ୍ରୀ କାହାଣୀ କହିବା ପରେ ଅଦୃଶ୍ୟ ହୋଇଗଲେ । କୃଷ୍ଣ ବୈକୁଣ୍ଠ ପ୍ରତ୍ୟାବର୍ତ୍ତନ କରିବା ପରେ ଜାରାଶବରଙ୍କ ଅନୁରୋଧ କ୍ରମେ ମର୍ତ୍ତ୍ୟରେ ଲୋକମାନଙ୍କ ଆରଧନା ନିମନ୍ତେ ବିଷ୍ଣୁଙ୍କ ଶିଳା ରୂପ ନେଇଥିଲେ । ଶବର ସମ୍ପ୍ରଦାୟର ଦେବତା "କିଟୁଙ୍ଗ"ଙ୍କୁ ସ୍ଥାନୀୟ ଶବର ମୁଖ୍ୟ ବିଶ୍ୱାବସୁ ପଥର ମୂର୍ତ୍ତି ଭାବେ ପୂଜା କରୁଥିଲେ । ପରେ "ନୀଳମାଧବ’ ନାମରେ ପରିଚିତ ଇନ୍ଦ୍ରନୀଳ ମଣି ପ୍ରତିମୂର୍ତ୍ତି ପୂଜା ହେଉଥିବା ତୀର୍ଥଯାତ୍ରୀଙ୍କ ନିକଟରୁ ଜାଣି ଇନ୍ଦ୍ରଦ୍ୟୁମ୍ନଙ୍କ ଅନୁରୋଧ କ୍ରମେ ତାଙ୍କ ପୁରୋହିତଙ୍କ ସାନଭାଇ ବିଦ୍ୟାପତି ଈଶ୍ୱରଙ୍କ ସନ୍ଧାନରେ ଗଲେ । ବିଦ୍ୟାପତି ମହାନଦୀ ନଦୀ କୂଳରେ ଥିବା ଶାବରଦ୍ୱୀପ ଜଙ୍ଗଲରେ ପହଞ୍ଚିଥିଲେ । ବିଶ୍ୱାବସୁ ବିଦ୍ୟାପତିଙ୍କୁ ଗ୍ରହଣ କରି ପରଦିନ ସକାଳେ ତାଙ୍କୁ ନୀଳମାଧବଙ୍କୁ ଦେଖାଇବାକୁ ପ୍ରତିଜ୍ଞା କରିଥିଲେ । ଦର୍ଶନ ପୂର୍ବରୁ ବିଦ୍ୟାପତି ଖାଦ୍ୟ କିମ୍ବା ଜଳ ସ୍ପର୍ଶ କରିନଥିଲେ । ବିଦ୍ୟାପତିଙ୍କ ଉତ୍ସାହ ଦେଖି ଶବର ରାଜା ତାଙ୍କୁ ରୋହିଣୀ-କୁଣ୍ଡରେ ସ୍ନାନ କରାଇ କଳ୍ପବୃକ୍ଷ ତଳେ ବସାଇଥିଲେ । ସେଠାରେ ବିଦ୍ୟାପତି ନୀଳମାଧବଙ୍କୁ ଦେବମାନଙ୍କଦ୍ୱାରା ପୂଜା କରାଯାଉଥିବା ଦେଖିଥିଲେ । ତା’ପରେ ବିଦ୍ୟାପତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜଧାନୀ ଅବନ୍ତୀକୁ ଫେରିଗଲେ । ବିଦ୍ୟାପତିଙ୍କଠାରୁ ଶୁଣିବା ପରେ ଇନ୍ଦ୍ରଦ୍ୟୁମ୍ନ ପୁରୋହିତ ବିଦ୍ୟାପତି ଏବଂ ତାଙ୍କ ଅନୁଗାମୀମାନଙ୍କ ସହ ନୀଳମାଧବ ଅଭିମୁଖେ ଯାତ୍ରା କଲେ । ତେବେ ଯେଉଁ ଦିନ ବିଦ୍ୟାପତି ମାଳବକୁ ଫେରିଥିଲେ ସେହି ଦିନ ନୀଳମାଧବ ଅଦୃଶ୍ୟ ହୋଇଯାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ନୀଳମାଧବ ନିଖୋଜ ଏବଂ ସମଗ୍ର ଅଞ୍ଚଳ ଉପକୂଳର ସୁବର୍ଣ୍ଣ ବାଲିରେ ଆଚ୍ଛାଦିତ ହୋଇଛି । ଚକିତ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନାରଦଦ୍ୱାରା ବ୍ରହ୍ମାଙ୍କ ପ୍ରେରିତ ବାର୍ତ୍ତା ଅବଗତ କରିଥିଲେ ଯେ ଇନ୍ଦ୍ରଦ୍ୟୁମ୍ନ ଏକ ହଜାର ଅଶ୍ୱମେଧ ଯଜ୍ଞ ସହିତ ଦେବତାଙ୍କୁ ପୂଜା କଲେ ନୀଳମାଧବ ଫେରିବେ । ଯଜ୍ଞ ପରେ ନୀଳମାଧବ ପ୍ରକଟ ହୋଇ କହିଥିଲେ ସେ ରାଜାଙ୍କୁ ନୀଳମାଧବ ରୂପରେ ଦେଖା ନ ଦେଇ ଚାରୋଟି ରୂପରେ ନିଜକୁ ପ୍ରକାଶ କରିବେ: ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏବଂ ସୁଦର୍ଶନ । ସେ ରାଜାଙ୍କୁ ଚକ୍ରତୀର୍ଥ ନିକଟରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ସେଠାରେ ଏକ ଅପୁରୁଷେୟ, ସୁଗନ୍ଧିତ, ଲାଲ ରଙ୍ଗବିଶିଷ୍ଟ, ଶଙ୍ଖ, ଚକ୍ର, ଗଦା, ଏବଂ ପଦ୍ମର ଚିହ୍ନ ଥିବା ଏକ ବିଶାଳ ଦାରୁ ଆସିବ ଆଉ ସେ ସେଥିରେ ନିଜକୁ ପ୍ରକାଶ କରିବେ ବୋଲି ଜଣାଇଥିଲେ । ସେହି ଦାରୁରୁ ଚାରି ଦେବତା ତିଆରି କରି ଏକ ଦେଉଳ ଗଢ଼ାଇ ସେଠାରେ ଦାରୁବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମହାରାଜାଙ୍କ ଭକ୍ତିର ଆଭାସ ପାଇବା ପରେ ପୁରୁଷୋତ୍ତମ ନିଜେ ବିଶ୍ୱକର୍ମାଙ୍କ ରୂପ ନେଇ ଗୁପ୍ତରେ ଦାରୁ ମୂର୍ତ୍ତି ତିଆରି କଲେ । ଏହା ପରେ ବ୍ରହ୍ମା ନିଜେ ଶ୍ରୀମନ୍ଦିରରେ ଆସି ବୈଶାଖ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ପ୍ରତିମା ସ୍ଥାପନ କରିଥିଲେ । ସେହି ଦିନଠାରୁ ପୁରୀରେ ନୀଳମାଧବ ଦାରୁ ରୂପ ଧାରଣ କରି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଭାବେ ପୂଜିତ ହେଉଛନ୍ତି । କଣ୍ଟୋଲୋରେ ପୁରାଣ ବର୍ଣ୍ଣିତ ନୀଳମାଧବ ମନ୍ଦିରରେ ପୂଜିତ ହେଉଛନ୍ତି ।

ପର୍ବ ପର୍ବାଣି[ସମ୍ପାଦନା]

  • ମାଘ ସପ୍ତମୀ ଉତ୍ସବ ବା ରଥ ସପ୍ତମୀ ଏଠାରେ ସର୍ବ ବୃହତ ପର୍ବ ।
  • ମାଘ ମାସର ଏକାଦଶୀରେ ଏଠାରେ ଏକ ମେଳା ଅନୁଷ୍ଠିତ ହୁଏ ।
  • ‘ପୌଷ ପୂର୍ଣ୍ଣିମା' ଏଠାରେ ଏକ ବିଶେଷ ପର୍ବ । ଏହି ଅବସରରେ ପ୍ରଭୁ ନୀଳମାଧବଙ୍କୁ ସୁନା ଅଳଙ୍କାରରେ ସଜାଯାଇଥାଏ ।

ଛବି[ସମ୍ପାଦନା]

Uttara Diga, Hasti Dwara, Nila Madhaba, Kantilo.jpg


South Gate, Lord Nilamadhaba Temple.jpg


Mahanadi River, Lord Nilamadhab temple, Kantilo.jpg


Paschima Dwara, Bagha Dwara (Tiger Gate), Lord Nilamadhaba Temple, Kantilo.jpg


Sinha Dwara (The Lion Gate), Lord Nilamadhaba Temple, Kantilo.jpg


Kantilo Nilamadhaba 01.jpg


Paadukaa-Lord Nilamadhab Temple, Kantilo.jpg


Bimalaa Temple, Lord Nilamadhaba Temple, Kantilo.jpg


Hanuman Temple, Lord Nilamadhaba Temple, Kantilo.jpg


Kantilo Nilamadhaba-02.jpg


Kantilo Nilamadhaba, 04.jpg


Kantilo Nilamadhaba, 03.jpg


Pakasala, Nilamadhaba Temple, Kantilo.jpg


Snana Mandapa, Nilamadhaba Temple, Kantilo.jpg


Kantilo Nilamadhaba Temple 01.jpg


Lakhsmi Temple, Lord Nilamadhaba Temple, Kantilo.jpg


Snana Mandap, Nilamadhaba Temple, Kantilo.jpg


Lord Nilamadhaba Temple, Kantilo, 01.jpg


Lord Nilamadhaba Temple, Kantilo, 02.jpg



ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]