ବ୍ରହ୍ମା ମନ୍ଦିର, ବିନ୍ଦୁସାଗର
ବ୍ରହ୍ମା ମନ୍ଦିର, ବିନ୍ଦୁସାଗର | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | Hinduism |
District | ଖୋର୍ଦ୍ଧା |
Location | |
ସ୍ଥାନ | ଭୁବନେଶ୍ୱର |
Country | ଭାରତ |
ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମାଳ ନଗରି ଭୁବନେଶ୍ୱରରେ ଅବସ୍ଥିତ ।[୧] ଏହା ବିନ୍ଦୁସାଗର ପୁଷ୍କରିଣୀର ପୂର୍ବ ତଟ ନିକଟରେ ଅବସ୍ଥିତ ।[୨] ଲିଙ୍ଗରାଜ ମନ୍ଦିର ରାସ୍ତାରେ ଗଲେ ଏହି ମନ୍ଦିରକୁ ପହଞ୍ଚି ହୁଏ ।
ପ୍ରବାଦ [ସମ୍ପାଦନା]
ଲୋକ ମୁଖରେ କଥିତ ଅଛି ବ୍ରହ୍ମା ଭୁବନେଶ୍ୱରକୁ ଆସି ମହାଦେବ ଲିଙ୍ଗରାଜଙ୍କ ଅଧିଷ୍ଠାନ ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜଙ୍କ ରୁକୁଣା ରଥର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ ଦର୍ଶନ ଅସମ୍ପୂର୍ଣ୍ଣ ରୁହେ ବୋଲି ଲୋକବିଶ୍ୱାସ ରହିଛି ।
ସ୍ଥାପତ୍ୟ [ସମ୍ପାଦନା]
ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଏହି ମନ୍ଦିରର ୧୫ ତମ ଶତାବ୍ଦୀରେ ନିର୍ମିତ ହେଇଥିଲା । ପରେ ତାହା ଭଗ୍ନ ଅବସ୍ଥାକୁ ଆସିବାରୁ ତାକୁ ଗଜପତିଙ୍କ ଅମଳରେ ପୁନରୁଦ୍ଧାର କରାଯାଇଥିଲା । ଏହି ମନ୍ଦିରରେ ବ୍ରହ୍ମାଙ୍କ ଏକ ଚତୁର୍ଦ୍ଧା ମୂର୍ତି ସ୍ଥାପିତ ହେଇଅଛି ।
ଆଧାର [ସମ୍ପାଦନା]
- ↑ Frank Kusy (10 December 2016). Dial and Talk Foreign at Once: Frank's Travel Memoirs, #3. Grinning Bandit Books. pp. 68–. ISBN 978-0-9934047-1-9.
- ↑ "Brahma Temple, Old Town, Bhubaneswar". ignca.gov.in. Indira Gandhi National Center For The Arts, Ministry of Culture, Govt of India. Retrieved 5 September 2019.
ବାହାର ଲିଙ୍କ [ସମ୍ପାଦନା]
![]() |
ଏହି ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସମ୍ପୂର୍ଣ୍ଣ କରି ୱିକିପିଦେୟାକୁ ସାହାଜ୍ଯ କରି ପାରିବେ । |