ଶ୍ରୀରାମ ମନ୍ଦିର, ଡୁମୁରିପୁଟ

ଉଇକିପିଡ଼ିଆ ରୁ
Jump to navigation Jump to search
ହନୁମାନ, ଡୁମୁରିପୁଟ

କୋରାପୁଟ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ଶ୍ରୀରାମ ମନ୍ଦିର ଅବସ୍ଥିତ । ଏଠାରେ ହନୁମାନଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି । ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା । ପ୍ରତିବର୍ଷ ମାଘମାସ ଶୁକ୍ଳ ଏକାଦଶୀ ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ । ଏଠାରେ ୩୩ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତି ରହିଛି । ଏହା କୋରାପୁଟ ଜିଲ୍ଲାର ସର୍ବୋଚ୍ଚ ତଥା ରାଉରକେଲା ସ୍ଥିତ ହନୁମାନ ବାଟିକା ପରେ ରାଜ୍ୟର ଦ୍ୱିତୀୟ ସର୍ବୋଚ୍ଚ ମୂର୍ତ୍ତି । [୧] କୋରାପୁଟରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ । [୨]

ପୂଜା[ସମ୍ପାଦନା]

ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ । ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ, କାର୍ତ୍ତିକ ମାସରେ ସଂକୀର୍ତ୍ତନ, ମାର୍ଗଶୀର ମାସ ପଞ୍ଚମୀରେ ସୀତା ବିବାହ ଆଦି ଉତ୍ସବ ପାଳନ କରାଯାଇଥାଏ । ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ଓ ଧର୍ମଶାଳା ଅଛି । ଏଠାରେ ବ୍ରତଘର, ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]

  1. "Welcome to xplore odisha". xploreodisha.com. 2012. Retrieved 28 March 2012. DUMURIPUT ( SRI RAM TEMPLE) Place information
  2. "Dumuriput (Sri Ram temple)". odisha360.com. 2012. Retrieved 28 March 2012.