ମାଳିକା

ଉଇକିପିଡ଼ିଆ ରୁ
Jump to navigation Jump to search

ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି । ମାଳିକା ଲିଖନରେ ଅଚ୍ୟୁତାନନ୍ଦ ଦାସ, ହାଡ଼ିଦାସ,ହରଦାସ ମାଳିକା,ଯଶୋବନ୍ତ ଦାସ, ଗୋସ୍ୱାମୀ ବାହୁଡ଼ା ଦାସ ଆଦି ଅନ୍ୟତମ ।

ଶିରୋନାମ ଲେଖା[ସମ୍ପାଦନା]

ଅଚ୍ୟୁତାନନ୍ଦ ଦାସଙ୍କ ମାଳିକା[ସମ୍ପାଦନା]

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ,ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୧୦୦ଟି ମାଳିକା ରଚନା କରିଯାଇଛନ୍ତି । ତନ୍ମଧ୍ୟରୁ

  • ଆଗତ-ଭବିଷ୍ୟ ମାଳିକା
  • ଜାଈଫୁଲ ମାଳିକା
  • ଦଶପଟଳ ମାଳିକା
  • କଳିଯୁଗ ମାଳିକା ଆଦି ଅନ୍ୟତମ ।

ହାଡ଼ିଦାସଙ୍କ ମାଳିକା[ସମ୍ପାଦନା]

ଭଇରବୀ ଡାକ ଦେବ ଲୋ ବଉଳ
ଜାଣ ଏ ଅଳପ ଦିନେ ,
ମାଳିକା ବଚନ ନ’ ହୋଇବ ଆନ
ଦେଖିବୁ ଦୁଇ ନୟନେ I୧I
ଆକାଶୁ ବଜ୍ର ପଡିବଲୋ ବଉଳ
ଜାଳିଦେବ ଭୂମଣ୍ଡଳ ,
ଶ୍ରୀ ଜଗନ୍ନାଥଙ୍କ ରତ୍ନଚାନ୍ଦୁଆରେ
ଲାଗିବ ସେ ଯେ ଅନଳ I୨I
ସାତ ଦିନ ଯେ ଅନ୍ଧାର ଲୋ ବଉଳ
ସୂର୍ଯ୍ୟ ନ’ ହୋଇବ ଦେଖା ,
ଶୃଗାଳ କୁକୁର ଘରେ ପଶି ଯିବେ
କେହି ନ’ କରିବେ ରକ୍ଷା I୩I
ଗ୍ରାମ ହେବ ମଡାଭୂଇଁ ଲୋ ବଉଳ
ଯୋଗ୍ନୀଗଣ ଯିବେ ଘେରି ,
ମଡ ମଡ କରି ହାଡ ଚୋବାଇବେ
ଦେଶ ହେବ ହତଶିରୀ I୪I
ଶାରଳା କରିବେ କୂଟ ଲୋ ବଉଳ
କଟକେ ଲାଗିବ ଗୋଳ ,
କାଳିଆବୋଦାରେ ବାରହାତ ଖଣ୍ଡା
ବାହାରିବ ସେହି ବେଳ I୫I
ଚିତ୍ତଳ ମାଛର କଣ୍ଟା ଲୋ ବଉଳ
ବଉଳା କୁମ୍ଭୀର ହାଡ ,
ବିରଜା ମଣ୍ଡଳେ କବାଟ ହୋଇବ
ଏ କଥା ହୋଇବ ଦୃଢ I୬I
ପାତାଳୁ କାଳିକା ଆସିଲୋ ବଉଳ
ମର୍ତ୍ତ୍ୟରେ ଖେଳିବେ ଖେଳ ,
ସମ୍ବଲପୁରର ମାତା ସମ୍ବଲାଇ
ଭକ୍ତକୁ କରିବେ କୋଳ I୭I
ମାତା ଦୁର୍ଗା ଦେବୀ ଦୁର୍ଗତି ନାଶିନୀ
ଭିନ୍ନ ଭିନ୍ନ ତାଙ୍କ ରୂପ ,
ସେତେବେଳେ ହସ୍ତେ ଖପର ଧରିଣ
ପାପୀଙ୍କୁ କରିବେ ହତ I୮I
କଳଙ୍କି ରୂପକୁ ଧରିଲୋ ବଉଳ
କଳା ଧଳା ଘୋଡା ଚଢି ,
କୃଷ୍ଣ ବଳରାମ ମ୍ଳେଚ୍ଛ ସଂହାରିଣ
କରିବେ ଶୂନ୍ୟରେ ରଡି I୯I
ସେହିଠାରୁ ସତ୍ୟ କଳିଲୋ ବଉଳ
ଦେଖିବୁ ବେନି ନୟନେ ,
ଗର୍ବୀ ଲୋକମାନେ ଟାହି କରୁଥିବେ
ଏ ‘ କଥା ଶୁଣି ଶ୍ରବଣେ I୧୦I
ଏ ପାପ ସଂସାରୁ ଯେବେ ତରିଯିବ
ଭଜ ହରେ କୃଷ୍ଣ ନାମ ,
ପିଲା ହାଡିଦାସ ଲେଖିଲା ଏ ପଦ
ସୁମରି ପ୍ରଭୁଙ୍କ ନାମ I୧୧I

ହରଦାସ ମାଳିକା[ସମ୍ପାଦନା]

ହର ଦାସ ଜଣେ ଓଡ଼ିଆ କବି । ଏ କବି ଜଣେ ବୈଷ୍ଣବ ଥିଲେ; ହରଦାସ ମାଳିକା ଏହାଙ୍କଦ୍ୱାରା ରଚିତ ।

ଯଶୋବନ୍ତ ଦାସଙ୍କ ମାଳିକା[ସମ୍ପାଦନା]

ମାରିବେ କୋଟି କୋଟି ଧରି ,ପୃଥିବୀ ନିକ୍ଷତ୍ରିୟ କରି I
ଅନେକ ଅନୀତି ହୋଇବ ମହୀ ,କେହି କାହାକୁ ପ୍ରତେ ଯିବେ ନାହିଁ I
ଇନ୍ଦ୍ର ପାଳିବ ଶସ୍ୟ ଯେ ନୋହିବ ,ଖଣ୍ଡ ପାଳକ ମେଘ କରୁଥିବ I
ପିତାକୁ ପୁତ୍ର ବିଶ୍ୱାସ ନୋହିବ , ରାଣ୍ଡୀ ବ୍ରାହ୍ମଣୀ ପିତୃଶ୍ରାଦ୍ଧ ଦେବ I
ମାଇଁ ଭଣଜା ମାୟେ ପୋୟେ ସଙ୍ଗ , ଭାଇ ଭଉଣୀର ବିନୋଦ ରଙ୍ଗ I
ଗୁରୁଙ୍କୁ ଭଣ୍ଡିବେ ନ’ ଦେବେ ଧନ , ଦେଖିଲେ ଲୁଚିବେ ନ’ ଥିବ ମାନ୍ୟ I
ଖେଳିବେ ବିରଜା ମଣ୍ଡଳ ଘେନି , ମହାନଦୀ ଠାରୁ ଗୁପତ ଭୂମି I
ଏଥି ମଧ୍ୟରେ ହେବ ନାନା ଖେଳ , ଚଉପାଶେ ଥିବେ ଗୋପୀ ଗୋପାଳ I
ଜଗନ୍ନାଥ ହେବେ କଳକୀ ରୂପ , ଠାବେ ଠାବେ ହେବ ଲୀଳା ପ୍ରକଟ I
ଚିତ୍ରତୋଳା ତଳେ ମାହାଳ ବନ , କାଠହାରି ବୋଲି ଯେବଣ ଗ୍ରାମ I
ସେହି ନଦୀ ତଟ ଉପରେ ଜ୍ୟୋତି , ଆତୋଢା ବୋଲିଣ ଗ୍ରାମ ଏକଟି I
ଭକତମାନେ ଗୁପତରେ ଥିବେ , କୃପାସିନ୍ଧୁଙ୍କୁ ସଙ୍ଗେ ଘେନି ଯିବେ I
ଅଣ୍ଡାଇସାହି ଚମ୍ପେତି ସେ ଗ୍ରାମ , ଖଇରାକୁଞ୍ଜ ବୋଲି କରି ଥାନ I
କୁଶଭଦ୍ରା ତଟ ଅଟଇ ସେହି , ଜଗତପୁର ବୋଲି ଗ୍ରାମ କହି I
ସେହି ନିକଟରେ ଗୁପତ ଭୂଇଁ , ବିରୂପା ବୋଲି ଅଛି ଧାରେ ରହି I
କୃଷ୍ଣଶ୍ୱର ବୋଲି ଲିଙ୍ଗେ ପ୍ରମାଣ , ଭକତି ତଟ ଚିତ୍ରେଶ୍ୱର ଜାଣ I
ଚଉଦ୍ୱାର ବୋଲି ଅଟଇ ଗ୍ରାମ , ଧବଳେଶ୍ୱର ଅତି ହିଁ ଅନୁପମ I
ଅନେକ ଭକତ ଥିବେ ସେଠାରେ , ଖେଳ ଖେଳୁଥିବେ ନାନା ପ୍ରକାରେ I
ମହିମା ଉଦେ ହୋଇବଟି ତହିଁ , ଖେଳ ଖେଳିବେ ସାତ ପାଞ୍ଚ ହୋଇ I
ଦାମ୍ଭିକ ନାସ୍ତିକ କପଟୀ ଜନ ,ଏମାନେ ମାୟାରେ ହେବେ ଅଜ୍ଞାନ I
ଯାଙ୍କୁ ଗିରିଜା କରିବେ ଆହାର , ଅନେକ ମରିବେ ଅସୁର ନର I
ଚଉବନରେ ବିରଜା ଖପରେ , ଚାଳିଶ ହଜାର ପଡିବେ ଠୁଳେ I
ହରି ହର ବେନି ହେବେ ପ୍ରକାଶ , ଆଜ୍ଞାରେ କହେ ଯଶୋବନ୍ତ ଦାସ I
ଆହେ ସୁଜନେ ହରି ଆଶ୍ରା କର , ଅଳପ ଦିନରେ ହେବେ ଅନ୍ଧାର I
ଥଳ କୂଳ ଆଉ ଦିଶିବ ନାହିଁ , ବିରଜା ଖପରେ ପଡିବେ ଯାଇଁ I

ବାହୁଡ଼ା ଦାସ ମାଳିକା[ସମ୍ପାଦନା]

ଭବିଷ୍ୟତ ମାଳିକା ରଚନାରେ ଅଚ୍ୟୁତଙ୍କ ଠାର, ହାଡ଼ିଆ ଗାର ଯେଭଳି ଭାବେ ଭବିଷ୍ୟତ ଘଟଣାବଳୀ ନେଇ ପରୋକ୍ଷ ସୂଚନା ଓ ଶରୀରଭେଦ ଭଜନକୁ ପ୍ରାଧାନ୍ୟ ଦେଇଛନ୍ତି ସେଭଳି ମଧ୍ୟ ବାହୁଡ଼ି ଦାସଙ୍କ ରଚନାରେ ଭବିଷ୍ୟତ ଗଣନା ବଦଳରେ ରୋଗ ଭଲ କରିବା ଓ ଶରୀରଭେଦ ରଚନା ଦେଖିବାକୁ ମିଳେ । ଯଦିଓ ଉଭୟ ସମସାମୟିକ ନୁହନ୍ତି ।

ଆଧାର[ସମ୍ପାଦନା]