କବି ପ୍ରସାଦ ମିଶ୍ର

ଉଇକିପିଡ଼ିଆ‌ରୁ
କବି ପ୍ରସାଦ ମିଶ୍ର
କବି ପ୍ରସାଦ ମିଶ୍ର
Born(1938-08-10)୧୦ ଅଗଷ୍ଟ ୧୯୩୮


[୧]
କାଜୀବଜାର,କଟକ, ଓଡ଼ିଶା
Died୧୫ ମାର୍ଚ୍ଚ ୨୦୧୪(2014-03-15) (ବୟସ ୭୫)
କଟକ
Cause of deathହୃଦଘାତ
Nationality ଭାରତୀୟ
Educationସ୍ନାତକୋତ୍ତର(ଚିକିତ୍ସା ବିଜ୍ଞାନ)
Alma materରେଭେନ୍‌ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ,ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
Known forଚିକିତ୍ସକ,ଲେଖକ,ଜଗନ୍ନାଥ ସଂସ୍କୃତିର ପ୍ରଚାରକ
Spouseଆରତିପ୍ରୀତି ମିଶ୍ର
Childrenବିକାଶ, ବିବେକ
Parent(s)ପୂର୍ଣଚନ୍ଦ୍ର ମିଶ୍ର, ଭବାନୀ ଦେବୀ

କବି ପ୍ରସାଦ ମିଶ୍ର ଜଣେ ଭାରତୀୟ ବକ୍ତା, ଲେଖକ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ।

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

କବି ପ୍ରସାଦ ୧୯୩୮ ମସିହାର ରାକ୍ଷୀ ପୂର୍ଣ୍ଣିମା ତିଥିରେ କଟକର କାଜୀବଜାରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପୂର୍ଣଚନ୍ଦ୍ର ମିଶ୍ର ଓ ମାତାଙ୍କ ନାମ ଭବାନୀ ଦେବୀ । ଅବସର ପ୍ରାପ୍ତ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରବୀନ୍ଦ୍ର ନାରାୟଣ ଓ ନାଲକୋର ବରିଷ୍ଠ ଅଧିକାରୀ ଦେବୀପ୍ରସାଦ ତାଙ୍କର ଅନ୍ୟ ଦୁଇ ଭ୍ରାତା ଅଟନ୍ତି । ସେ କଟକର ରେଭେନ୍‌ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟଚଣ୍ଡୀଗଡ଼ରୁ ଭେଷଜ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭକରିଥିଲେ । ସ୍ୱର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କର ଶିଷ୍ୟ ଭାଗରେ, ପିଲାଟିଦିନରୁ ଉତ୍କଳୀୟ ଓ ଭାରତୀୟ କଳା, ସଂସ୍କୃତି, ଧର୍ମ ଓ ସାହିତ୍ୟରେ ତାଙ୍କର ଅନୁରାଗ ରହିଥିଲା ।

ସାମାଜିକ ଓ ବୃତିଗତ ଜୀବନ[ସମ୍ପାଦନା]

କବି ପ୍ରସାଦ ମିଶ୍ର ଚଣ୍ଡୀଗଡ଼, ଦିଲ୍ଲୀଆମେରିକା ଆଦି ବହୁସ୍ଥାନରେ ଶିକ୍ଷା ଓ ଗବେଷଣାରେ ଲିପ୍ତରହି, ବହୁ ମୌଳିକ ପ୍ରବନ୍ଧ ରଚନା କରି, ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । ରାଉରକେଲାର ଇସ୍ପାତ ଜେନେରାଲ ହାସପାତାଲ, ଚେନ୍ନାଇର ଆପୋଲୋ ତଥା ଭୁବନେଶ୍ୱରର ଆପୋଲୋ ଓ କଳିଙ୍ଗ ହାସପାତାଲରେ ବହୁ ବର୍ଷ ଧରି ଜଣେ ହୃଦରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କଲାପରେ, ସେ କିଛି ବର୍ଷ ହେଲା, ଭୁବନେଶ୍ୱରରେ ମାଗଣାରେ ଚିକିତ୍ସା ପ୍ରଦାନ କରିଆସୁଥିଲେ ।

ସେ ଓଡ଼ିଆଇଂରାଜୀ ଭାଷାର ଜଣେ ସୁବକ୍ତା ଓ ଲେଖକ ଭାବରେ ମଧ୍ୟ ପ୍ରତିଷ୍ଠା ଲାଭକରିଥିଲେ । ବିଶେଷକରି ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ବଳିଷ୍ଠ ଭୂମିକା ରହିଆସିଛି । ଚେନ୍ନାଇଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସେ, ରୋଟାରୀ କ୍ଳବ ଓ ମଦର ଟେରେସାଙ୍କ ଅନୁଷ୍ଠାନ ଆଦି ସହ ଜଡ଼ିତ ରହି ବହୁ ସେବାମୂଳକ କାମରେ ଅଂଶଗ୍ରହଣ କରିଥିଲେ । ଚିକିତ୍ସା ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ସେ ବହୁ ପୁସ୍ତକ ରଚନା କରିଯାଇଛନ୍ତି ।

ରଚନାବଳୀ[ସମ୍ପାଦନା]

  • ବାଇଶି ପାହାଚ
  • ହୃଦରୋଗର କାରଣ ଓ ନିରାକରଣ
  • ଭଗବାନ ଶ୍ରୀ ରମଣ ମହର୍ଷି
  • ମୁଁ କିଏ
  • ତିନିଟି ପୃଥିବୀ [୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]