ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
---|---|
ସ୍ଥାପିତ | ୨୬ ଜୁଲାଇ ୧୯୪୮ [୧] |
ବିସ୍ତାର | ଭାରତ |
ସ୍ଥାନ | କଟକ, ଓଡ଼ିଶା |
ସଂରଚନା | ଭାରତର ରାଷ୍ଟ୍ରପତି, ପ୍ରଧାନ ବିଚାରପତି ଏବଂ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ନିଶ୍ଚିତତା ସହିତ । |
ଅଧିକାର ପ୍ରାପ୍ତ | ଭାରତୀୟ ସମ୍ବିଧାନ |
Decisions are appealed t o | ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ |
ବିଚାରପତି କାର୍ଯ୍ୟକାଳ | ୬୨ବର୍ଷ ବୟସ ପର୍ଯ୍ୟନ୍ତ |
ସଦସ୍ଯତା ସଂଖ୍ଯା | ୩୩ [୨] |
Website | http://www.orissahighcourt.nic.in |
ମୁଖ୍ୟ ବିଚାରପତି | |
ବର୍ତ୍ତମାନ | ଚକ୍ରଧାରୀ ଶରଣ ସିଂହ |
ନିଯୁକ୍ତି ଦିନ | ୦୭ ଫେବୃୟାରୀ ୨୦୨୪ |
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶାର କଟକରେ ଅବସ୍ଥିତ ଏକ ଭାରତୀୟ ରାଜ୍ୟସ୍ତରୀୟ ଉଚ୍ଚନ୍ୟାୟାଳୟ । ଏହା ୧୯୪୮ ଜୁଲାଇ ୨୬ ଦିନ ପ୍ରତିଷ୍ଠିତ ହୋଇଥିଲା ।[୩] ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା ଯାହା ପରବର୍ତ୍ତୀ ସମୟରେ ନୋଟିଫିକେସନ ତା ୨।୨।୨୦୨୨ଦ୍ୱାରା ୩୩କୁ ବୃଦ୍ଧି ପାଇଛି [୪][୫] ।୨୦୨୪ ମସିହା ଡିସେମ୍ବର ମାସ ସୁଦ୍ଧା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୧୯ ଜଣ ବିଚାରପତି କର୍ତ୍ତବ୍ୟରତ ।[୬]
ଇତିହାସ
[ସମ୍ପାଦନା]୧୯୩୬ରେ ଓଡ଼ିଶା ପ୍ରଦେଶ (ପ୍ରୋଭିନ୍ସ) ଗଠନ ପୂର୍ବରୁ ଓଡ଼ିଶାର କେତେକାଂଶ ବଙ୍ଗଳା, କେତେକାଂଶ ବିହାର, କେତେକାଂଶ କେନ୍ଦ୍ରୀୟ ଓ ଆଉ କେତେକାଂଶ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ଥିଲା । ୧୯୧୨ ମାର୍ଚ୍ଚ ୨୨ରେ ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ଓଡ଼ିଶା, କଲିକତା ଉଚ୍ଚ ନ୍ୟାୟାଳୟର ଅଧୀନରେ ରହିଲା । ୧୯୧୬ ଫେବୃଆରୀ ୦୯ରେ ପାଟଣା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପରେ ଓଡ଼ିଶା ବିଚାର ବ୍ୟବସ୍ଥା ଦୃଷ୍ଟିରୁ ପାଟଣା ଉଚ୍ଚନ୍ୟାୟାଳୟ ଅଧୀନକୁ ଚାଲିଗଲା । ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବା ସତ୍ତ୍ୱେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ନ ଥିଲା । ବିଭିନ୍ନ ମହଲରୁ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କ ଦାବି କ୍ରମେ ଭାରତ ସରକାରଙ୍କ ଆଇନ ବିଭାଗ (ରିଜୋଲ୍ୟୁସନ୍ ତାରିଖ: ୧୯୪୨ ଅଗଷ୍ଟ ୧୯)ଦ୍ୱାରା ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ଆବଶ୍ୟକତା ଅନୁଧ୍ୟାନ କରିବା ପାଇଁ ବୀର କିଶୋର ରାୟଙ୍କୁ ଅଧ୍ୟକ୍ଷ, ସି.ଏମ୍. ଆଚାର୍ଯ୍ୟ, ବିଚିତ୍ରାନନ୍ଦ ଦାଶ ଓ ନରସିଂହ ରାଓଙ୍କୁ ସଭ୍ୟ ଭାବେ ନେଇ ଏକ କମିଟି ସ୍ଥାପନ କଲେ । ଉକ୍ତ କମିଟି ତାଙ୍କ ରିପୋର୍ଟରେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ସୁପାରିସ କଲେ । ଫଳରେ ଭାରତ ସରକାରଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ୧୯୪୮ (Orissa High Court Order, 1948) ବଳରେ ୧୯୪୮ ଜୁଲାଇ ୨୬ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେଲା ।[୭] ଜଷ୍ଟିସ୍ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଲେ ।[୮]
ଅଧିକାର କ୍ଷେତ୍ର
[ସମ୍ପାଦନା]ସାମ୍ବିଧାନିକ ବ୍ୟବସ୍ଥାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୌଳିକ ଅଧିକାର କ୍ଷେତ୍ରସବୁ ହେଲା[୯]:
- ମୂଳ ଅଧିକାର କ୍ଷେତ୍ର:
ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମଧ୍ୟରେ ରିଟ ମାଧ୍ୟମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିପାରିବେ ।
- ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର:
ରାଜ୍ୟର ଯେ କୌଣସି ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ (RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ । ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।
- ପ୍ରଶାସନିକ ଅଧିକାର କ୍ଷେତ୍ର:
ଉଚ୍ଚନ୍ୟାୟାଳୟ ଏହା ଅଧୀନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବ୍ୟୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।
ମୁଖ୍ୟ ବିଚାରପତି
[ସମ୍ପାଦନା]ନିଯୁକ୍ତି ପ୍ରକ୍ରିୟା
[ସମ୍ପାଦନା]ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମ୍ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସେମାନେ ଏଥିପାଇଁ ବରିଷ୍ଠ ତଥା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସରକାରଙ୍କୁ ସୁପାରିଶ କରନ୍ତି । ଏହି କଲେଜିମ୍ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି (CJI) ଏବଂ ସର୍ବୋଚ୍ଚ ନ୍ୟାୟାଳୟର ଦୁଇଜଣ ବରିଷ୍ଠତମ ବିଚାରପତିଙ୍କୁ ନେଇ ଗଠିତ ହୋଇଥାଏ । ଏହି କଲେଜିମ୍ ଉଚ୍ଚ ନ୍ୟାୟାଳୟ କଲେଜିଅମର ପ୍ରସ୍ତାବଗୁଡ଼ିକ (ଯାହା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏବଂ ଦୁଇଜଣ ବରିଷ୍ଠତମ ବିଚାରପତିଙ୍କଦ୍ୱାରା ଚାଳିତ) ପୁନଃସମୀକ୍ଷା କରେ ଏବଂ କାହାକୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବା ଉଚିତ ସେଥିପାଇଁ ଶେଷ ନିଷ୍ପତ୍ତି ନେଉଥାଏ । ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ କଲିଜିୟମର ସୁପାରିସ ଭାରତର ପ୍ରଧାନ ବିଚାରପତି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଇବା ପରେ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟ ସରକାରଙ୍କ ମତାମତ ଲୋଡିଥାଏ । ଏହାପରେ ରାଜ୍ୟ ସରକାରଙ୍କ ମତ ସହ ପ୍ରଧାନ ମନ୍ତ୍ରୀ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିସ ସହ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରୀ ନିମନ୍ତେ ପ୍ରେରଣ କରନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ନିଯୁକ୍ତି ସଂପର୍କିତ ନୋଟିଫିକେସନ ଗେଜେଟରେ ପ୍ରକାଶ ପାଏ । [୧୦]
ଜଷ୍ଟିସ୍ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି । ବର୍ତ୍ତମାନର ୩୪ତମ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ।
ପୂର୍ବତନ ମୂଖ୍ୟ ବିଚାରପତିଙ୍କ ତାଲିକା
[ସମ୍ପାଦନା]ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ତାଲିକା[୧୧]:
# | ମୂଖ୍ୟ ବିଚାରପତିଙ୍କ ନାମ | କାର୍ଯ୍ୟକାଳ |
୧ | ବୀର କିଶୋର ରାୟ | ୨୬ ଜୁଲାଇ ୧୯୪୮ – ୩୦ ଅକ୍ଟୋବର ୧୯୫୧ |
୨ | ବି. ଜଗନ୍ନାଥ ଦାସ | ୩୧ ଅକ୍ଟୋବର ୧୯୫୧ – ୩ ମାର୍ଚ୍ଚ ୧୯୫୩ |
୩ | ଲିଙ୍ଗରାଜ ପାଣିଗ୍ରାହୀ | ୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬ |
୪ | ରାମସ୍ଵାମୀ ଲକ୍ଷ୍ମଣ ନରସିଂହମ | 22 ମାର୍ଚ୍ଚ 1956 – 27 ଡିସେମ୍ବର 1964 |
୫ | ଖଲୀଲ ଅହମଦ (ବିଚାରପତି) | 18 ଜାନୁଆରୀ 1965 – 5 ଅପ୍ରେଲ 1967 |
୬ | ସତ୍ୟ ଭୂଷଣ ବର୍ମନ୍ | 6 ଅପ୍ରେଲ 1967 – 30 ଅପ୍ରେଲ 1969 |
୭ | ଗତିକୃଷ୍ଣ ମିଶ୍ର | 1 ମଇ 1969 – 30 ଅକ୍ଟୋବର 1975 |
୮ | ଶିବ ନାରାୟଣ ଶଙ୍କର | 1 ନଭେମ୍ବର 1975–12 ଅକ୍ଟୋବର 1977 |
୯ | ସୁକାନ୍ତ କିଶୋର ରାୟ | 13 ଅକ୍ଟୋବର 1977–4 ନଭେମ୍ବର 1980 |
୧୦ | ରଙ୍ଗନାଥ ମିଶ୍ର | 16 ଜାନୁଆରୀ 1981 – 14 ମାର୍ଚ୍ଚ 1983 |
୧୧ | ଡମ୍ବରୁଧର ପାଠକ | 11 ଅଗଷ୍ଟ 1983 – 28 ଫେବୃଆରୀ 1986 |
୧୨ | ହରିଲାଲ ଅଗ୍ରୱାଲ | 1 ମଇ 1986 – 31 ଜୁଲାଇ 1989 |
୧୩ | ବନୱାରୀଲାଲ ହଂସାରିଆ | 22 ଫେବୃଆରୀ 1990 – 13 ଡିସେମ୍ବର 1993 |
୧୪ | ଗିରୀଶ ଠାକୁରଲାଲ ନାନାବତୀ | 31 ଜାନୁଆରୀ 1994 – 27 ସେପ୍ଟେମ୍ବର 1994 |
୧୫ | ବଲ୍ଲଭଦାସ ଐଦାନ ମୋହତା | 28 ସେପ୍ଟେମ୍ବର 1994 – 25 ଅପ୍ରେଲ 1995 |
୧୬ | ଶୈଳେନ୍ଦୁନାଥ ଫୁକନ୍ | 2 ଅଗଷ୍ଟ 1996 – 27 ଜାନୁଆରୀ 1999 |
୧୭ | ବିଶ୍ୱନାଥ ଅଗ୍ରୱାଲା | 18 ନଭେମ୍ବର 1999–18 ଅକ୍ଟୋବର 2000 |
୧୮ | ଏନ୍. ୱ।ଇ. ହନୁମନ୍ଥାପା | 17 ଫେବୃଆରୀ 2001 – 24 ସେପ୍ଟେମ୍ବର 2001 |
୧୯ | ପି. କେ. ବାଲାସୁବ୍ରମଣ୍ୟନ | 5 ଡିସେମ୍ବର 2001 – 10 ମାର୍ଚ୍ଚ 2003 |
୨୦ | ସୁଜିତ ବର୍ମନ ରାୟ | 9 ଅପ୍ରେଲ 2003 – 27 ଜାନୁଆରୀ 2007 |
୨୧ | ଅଶୋକ କୁମାର ଗାଙ୍ଗୁଲୀ | 2 ମାର୍ଚ୍ଚ 2007 – 18 ମଇ 2008 |
୨୨ | ବଲବୀର ସିଂ ଚୌହାନ | 16 ଜୁଲାଇ 2008 – 10 ମଇ 2009 |
କାର୍ଯ୍ୟକାରୀ | ଆଇ. ଏମ୍. କୁଦୁସୀ | 11 ମଇ 2009 – 13 ନଭେମ୍ବର 2009 |
23 | ବିଲାଲ୍ ନାଜକି | 14 ନଭେମ୍ବର 2009 – 17 ନଭେମ୍ବର 2009 |
୨୪ | ଭି. ଗୋପାଲ ଗୌଡା | 25 ମାର୍ଚ୍ଚ 2010 - 26 ଫେବୃଆରୀ 2013 |
୨୫ | ସି. ନାଗପ୍ପାନ | 27 ଫେବୃଆରୀ 2013 - 16 ସେପ୍ଟେମ୍ବର 2013 |
୨୬ | ଆଦର୍ଶ କୁମାର ଗୋଏଲ | ୧୦ ଅକ୍ଟୋବର ୨୦୧୩ - ଜୁଲାଇ ୨୦୧୪ |
୨୭ | ଅମିତାଭ ରୟ | ୫ ଅଗଷ୍ଟ ୨୦୧୪ - ୨୫ ଫେବୃଆରୀ ୨୦୧୫ |
୨୮ | ଧୀରେନ୍ଦ୍ର ହୀରାଲାଲ ୱାଘେଲା | ୧୩ ଅପ୍ରେଲ ୨୦୧୫ - ୧୪ ଫେବୃଆରୀ ୨୦୧୬ |
କାର୍ଯ୍ୟକାରୀ | ପ୍ରଦୀପ କୁମାର ମହାନ୍ତି | ୧୪ ଫେବୃଆରୀ ୨୦୧୬ - ୨୬ ଫେବୃଆରୀ ୨୦୧୬ |
୨୯ | ବିନୀତ ଶରଣ | ୨୬ ଫେବୃଆରୀ ୨୦୧୬[୧୨] - ୦୬ ଅଗଷ୍ଟ ୨୦୧୮ |
୩୦ | କେ ଏସ୍ ଜାଭେରି | ୧୨ ଅଗଷ୍ଟ ୨୦୧୮ - ୦୪ ଜାନୁଆରୀ ୨୦୨୦ |
କାର୍ଯ୍ୟକାରୀ | ସଞ୍ଜୁ ପଣ୍ଡା | ୦୫ ଜାନୁଆରୀ ୨୦୨୦- ୨୬ ଏପ୍ରିଲ ୨୦୨୦ |
୩୧ | ମହମ୍ମଦ ରଫିକ୍ | ୨୭ ଅପ୍ରେଲ ୨୦୨୦- ୦୩ ଜାନୁଆରୀ ୨୦୨୧ |
୩୨ | ଏସ୍. ମୁରଲୀଧର | ୦୪ ଜାନୁଆରୀ ୨୦୨୧ - ୭ ଅଗଷ୍ଟ ୨୦୨୩ |
୩୩ | ଶୁଭାଶିଷ ତାଳପତ୍ର | ୮ ଅଗଷ୍ଟ ୨୦୨୩ - ୩ ଅକ୍ଟୋବର ୨୦୨୩ |
କାର୍ଯ୍ୟକାରୀ[୧୩] | ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ | ୦୪ ଅକ୍ଟୋବର ୨୦୨୩ - ୦୬ ଫେବୃଆରୀ ୨୦୨୪ |
୩୪ | ଚକ୍ରଧାରୀ ଶରଣ ସିଂହ | ୦୭ ଫେବୃଆରୀ ୨୦୨୪ - incumbent |
ଓଡ଼ିଶା ଉଚ୍ଚ ନ୍ୟାୟାଳୟର କର୍ତ୍ତବ୍ୟରତ ବିଚାରପତିଙ୍କ ତାଲିକା(ବରିଷ୍ଠତା କ୍ରମେ)
[ସମ୍ପାଦନା]# | Judge | Date of appointment | Date of retirement |
---|---|---|---|
1 | ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ | 20 June 2013 | 19 July 2024 (୧୯।୦୭।୨୦୨୪ରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି ।[୧୪] |
2 | ଜଷ୍ଟିସ ଅରିନ୍ଦମ୍ ସିହ୍ନା | 30 October 2013 | 21 September 2027 |
3 | ଜଷ୍ଟିସ ଦେବବ୍ରତ ଦାଶ (ବିଚାରପତି) | 29 November 2013 | 11 October 2024 ( ୧୧ ଅକ୍ଟୋବରରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି ।[୧୫] |
4 | ଜଷ୍ଟିସ ସଙ୍ଗମ କୁମାର ସାହୁ | 2 July 2014 | 4 June 2026 |
5 | ଜଷ୍ଟିସ କୃଷ୍ଣ ରାମ ମହାପାତ୍ର | 17 April 2015 | 17 April 2027 |
6 | ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ | 8 November 2019 | 31 January 2032 |
7 | ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ | 10 February 2020 | 28 July 2034 |
8 | ଜଷ୍ଟିସ ସାବିତ୍ରୀ ରଥ | 11 June 2020 | 3 July 2030 |
9 | ଜଷ୍ଟିସ ମୃଗାଙ୍କ ଶେଖର ସାହୁ | 19 October 2021 | 6 September 2033 |
10 | ଜଷ୍ଟିସ ରାଧା କୃଷ୍ଣ ପଟ୍ଟନାୟକ | 19 October 2021 | 24 October 2032 |
11 | ଜଷ୍ଟିସ ଶଶୀକାନ୍ତ ମିଶ୍ର | 19 October 2021 | 16 January 2029 |
12 | ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର | 5 November 2021 | 25 February 2031 |
13 | ଜଷ୍ଟିସ ଭି. ନରସିଂହ | 14 February 2022 | 18 January 2029 |
14 | ଜଷ୍ଟିସ ବିରଜା ପ୍ରସନ୍ନ ସତପଥୀ | 14 February 2022 | 19 August 2028 |
15 | ଜଷ୍ଟିସ ମୁରାହରି ଶ୍ରୀ ରମଣ | 14 February 2022 | 7 June 2032 |
16 | ଜଷ୍ଟିସ ସଞ୍ଜୟ କୁମାର ମିଶ୍ର | 10 June 2022 | 13 November 2029 |
17 | ଜଷ୍ଟିସ ଗୌରୀଶଙ୍କର ସତପଥି | 13 August 2022 | 24 April 2034 |
18 | ଜଷ୍ଟିସ ଚିତ୍ତରଞ୍ଜନ ଦାଶ | 13 August 2022 | 11 November 2026 |
19 | ଜଷ୍ଟିସ ଶିବଶଙ୍କର ମିଶ୍ର | 5 September 2023 | |
20 | ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା | 5 September 2023 |
ଆଧାର
[ସମ୍ପାଦନା]- ↑ http://www.telegraphindia.com/1140727/jsp/odisha/story_18656476.jsp#.VYKOOlIwDSg
- ↑ "New High Court judge takes oath - The New Indian Express". newindianexpress.com. 2013. Retrieved 6 January 2013.
the strength of judges in the Orissa High Court has gone up to 12 though 10 posts are still vacant
[permanent dead link] - ↑ "Historical Perspective" (PDF). www.orissahighcourt.nic.in. Retrieved 24 December 2024.
- ↑ "Annual Report 2022" (PDF). www.orissahighcourt.nic.in. Retrieved 21 December 2024.
- ↑ Bureau, KalingaTV (2022-02-09). "Number Of Judges In Orissa High Court Rises To 33". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-21.
- ↑ "Judges | Orissa High Court, Cuttack". www.orissahighcourt.nic.in. Retrieved 2024-12-24.
- ↑ http://www.telegraphindia.com/1130727/jsp/odisha/story_17160912.jsp#.VYKSOFIwDSg
- ↑ "Former Chief Justices of Orissa High Court". www.orissa.oriyaonline.com/. Retrieved 16 June 2015.[permanent dead link]
- ↑ "Jurisdiction, Powers and Control of High Court". Retrieved 23 June 2018.
- ↑ "Memorandum of procedure of appointment of High Court Judges | Department of Justice | India". doj.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-24.
- ↑ http://odisha.gov.in/e-magazine/orissaannualreference/ORA-2005/pdf/name_of_chief_justice.pdf
- ↑ "Justice Saran to be sworn in as Chief Justice of Orissa HC". OdishaSunTimes.com. Retrieved 21 February 2016.
- ↑ "Order of appointment". doj.gov.in. Retrieved 21 December 2024.
- ↑ Sucheta (2024-07-19). "Dr Justice Bidyut Ranjan Sarangi, Chief Justice of Jharkhand High Court, bids farewell after a brief tenure of 15 days". SCC Times (in ଆମେରିକୀୟ ଇଂରାଜୀ). Retrieved 2024-12-21.
- ↑ HIGH COURT OF ORISSA (2024-10-11), 09-10-2024- Full Court Reference for bidding farewell to Hon'ble Mr. Justice Debabrata Dash, retrieved 2024-12-24
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |