ବିରଜା ପ୍ରସନ୍ନ ସତପଥୀ
ବିରଜା ପ୍ରସନ୍ନ ସତପଥୀ (ଜନ୍ମ:୨୦ ଅଗଷ୍ଟ ୧୯୬୬) ଜଣେ ଭାରତୀୟ ଆଇନଜୀବୀ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ବିରଜା ପ୍ରସନ୍ନ ସତପଥୀ ୨୦ ଅଗଷ୍ଟ ୧୯୬୬ରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ସ୍ୱାଧୀନତା ସଂଗ୍ରାମୀ ଓ ଶିକ୍ଷାବିତ ଭଗବାନ ସତପଥୀ ଓ ମାତା ପ୍ରଭାବତୀ ସତପଥୀ । ତାଙ୍କ ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷା ତିର୍ତ୍ତୋଲରେ ହୋଇଥିଲା । ୧୯୮୧ ମସିହାରେ ସେ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ ଓ ତା’ପରେ, ରେଭେନ୍ସା କଲେଜ (ଏବେ ରେଭନ୍ସୋ ବିଶ୍ୱବିଦ୍ୟାଳୟ), କଟକରୁ ଆଇ.କମ୍, ବି.କମ୍ (ଅନର୍ସ) ଓ ଏମ୍.କମ୍ ଡିଗ୍ରୀ ଅର୍ଜନ କରିଥିଲେ । ପରେ, ୧୯୯୧ ମସିହାରେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକରୁ ଏଲଏଲ.ବି ଡିଗ୍ରୀ ହାସଲ କରିଥିଲେ ଓ ୧୯୯୩ ମସିହାରେ ଓଡ଼ିଶା ରାଜ୍ୟ ବାର କାଉନ୍ସିଲରେ ଆଇନ ଅଭ୍ୟାସ ପାଇଁ ନାମ ଲେଖାଇଥିଲେ ।[୨]
ସେ ଦିବଙ୍ଗତ ଡା. ଅଶୋକ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀଙ୍କ ଚେମ୍ବରରେ ଆଇନ ପେଶା ଅଭ୍ୟାସ ଆରମ୍ଭ କରିଥିଲେ ଓ ପ୍ରାୟ ସମସ୍ତ ଆଇନ ଶାଖାର ବିଭିନ୍ନ ମାମଲା ନିର୍ବାହ କରିବାର ସୁଯୋଗ ପାଇଥିଲେ । ୧୯୯୭ ମସିହାରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଓଡ଼ିଶା ପ୍ରଶାସନିକ ଟ୍ରାଇବ୍ୟୁନାଲ (OAT) ଓ ଅନ୍ୟାନ୍ୟ ଜିଲ୍ଲା ନ୍ୟାୟାଳୟ ଓ ଟ୍ରାଇବ୍ୟୁନାଲରେ ସ୍ୱାଧୀନ ଭାବରେ ନିଜସ୍ୱ ଆଇନ ପେଶା ଅଭ୍ୟାସ ଆରମ୍ଭ କରିଥିଲେ ।
୧୪ ଫେବୃଆରୀ ୨୦୨୨ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହେଲେ ।[୩][୪]
ଆଧାର
[ସମ୍ପାଦନା]- ↑ Bureau, KalingaTV (2022-02-14). "3 new Judges of Orissa High Court to take oath today". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-22.
- ↑ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-22.
- ↑ saurabh (2022-02-23). "Biraja Prasanna Satapathy appointed Judge- Orissa High Court" (in ଆମେରିକୀୟ ଇଂରାଜୀ). Retrieved 2024-12-22.
- ↑ NEWS, OMMCOM (2022-02-14). "Three New Orissa High Court Judges Take Oath | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2024-12-22.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |