ରାମସ୍ଵାମୀ ଲକ୍ଷ୍ମଣ ନରସିଂହମ
ଜଷ୍ଟିସ ରାମସ୍ୱାମୀ ଲକ୍ଷ୍ମଣ ନରସିଂହମ | |
---|---|
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଚତୁର୍ଥ ମୁଖ୍ୟ ବିଚାରପତି | |
କାର୍ଯ୍ୟକାଳ ୨୨ ମାର୍ଚ୍ଚ ୧୯୫୬ – ୨୭ ଡିସେମ୍ବର ୧୯୬୪ | |
ପୂର୍ବ ଅଧିକାରୀ | ଲିଙ୍ଗରାଜ ପାଣିଗ୍ରାହୀ |
ପର ଅଧିକାରୀ | ଖଲୀଲ ଅହମଦ |
ରାମସ୍ୱାମୀ ଲକ୍ଷ୍ମଣ ନରସିଂହମ (ଆର. ଏଲ. ନରସିଂହମ) ଏକ ଭାରତୀୟ ବିଚାରପତି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଥିଲେ ।[୧]
ପେଶା
[ସମ୍ପାଦନା]ଆର. ଏଲ. ନରସିଂହମ ଭାରତୀୟ ସିଭିଲ୍ ସର୍ଭିସର ସଦସ୍ୟ ଥିଲେ । ସେ ପ୍ରଥମେ ଓଡ଼ିଶା ସରକାରର ଆଇନ, ବ୍ୟବସାୟ ଏବଂ ଶ୍ରମ ବିଭାଗର ସଚିବ ଓ ଆଇନ ଶାସନ ଓ ମତାମତ ବିଭାଗର ଅଧିକାରୀ ଥିଲେ । ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ଏମ.ଏ ଡିଗ୍ରୀ ହାସଲ କରିଥିଲେ ଏବଂ ଏକ ଅର୍ଥନୀତିରେ ଡିପ୍ଲୋମା ହାସଲ କରିଥିଲେ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହୋଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷା ଉତ୍ତୀର୍ଣ୍ଣ କରି ସେ ୧୯୩୧ରେ ସେହି ସେବାରେ ଯୋଗ ଦେଇଥିଲେ । ସେ କଟକ-ସମ୍ବଲପୁରର ଜିଲ୍ଲା ଏବଂ ସେଶନ୍ସ ଜଜ୍ ଥିଲେ, ତା’ପରେ ସେ ଓଡ଼ିଶା ସରକାରଙ୍କ ସଚିବ ପଦବୀରେ ନିଯୁକ୍ତ ହେଇଥିଲେ । ତା’ପରେ ସେ ୨୬.୦୭.୧୯୪୮ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ପଦରେ ନିଯୁକ୍ତି ଲାଭ କରିଥିଲେ ଏବଂ 22.3.1956ଠାରୁ 27.12.1964 ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Hon'ble Chief Justice R. L.Narasimham". www.aironline.in. Retrieved 19 December 2024.
- ↑ "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 19 December 2024.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |