Jump to content

ଆଇ. ଏମ୍. କୁଦୁସୀ

ଉଇକିପିଡ଼ିଆ‌ରୁ

ଇସରତ୍ ମସ୍ରୂର କୁଦୁସୀ (ଆଇ. ଏମ୍. କୁଦୁସୀ) ଓଡିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ନ୍ୟାୟାଧୀଶ ।[] ପୂର୍ବରୁ ସେ ଆଲାହାବାଦ ଉଚ୍ଚନ୍ୟାୟାଳୟର ଏବଂ ଛତିଶଗଡ଼ ଉଚ୍ଚନ୍ୟାୟାଳୟର ନ୍ୟାୟାଧୀଶ ଥିଲେ । ସେ ଉତ୍ତର ପ୍ରଦେଶ-ଭିତ୍ତିକ ପ୍ରସାଦ ଏଡ୍ୟୁକେସନ୍ ଟ୍ରଷ୍ଟ ନାମକ ଏକ ଶିକ୍ଷା ଟ୍ରଷ୍ଟକୁ ଅନୈତିକ ସାହାଯ୍ୟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ CBI ଦ୍ୱାରା ଗିରଫ ହୋଇଥିଲେ ୟେଉଁ ଟ୍ରଷ୍ଟକୁ ସରକାର ଏବଂ ଭାରତୀୟ ଚିକିତ୍ସା ପରିଷଦ ଦ୍ୱାରା ଛାତ୍ରଭର୍ତ୍ତି ନିଷେଧ ଜାରି କରାଯାଇଥିଲା ।[]

୧୮।୦୬।୧୯୫୦ରେ ଜନ୍ମିତ କୁଦୁସୀ ୧୯୭୬ରେ ଓକିଲାତି ଜୀବନ ଆରମ୍ଭ କରିଥିଲେ | ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ପ୍ରାୟ ୧୯ ବର୍ଷ ଧରି ମୁଖ୍ୟତଃ ଦେୱାନୀ, ସାମ୍ବିଧାନିକ ଏବଂ ସେବା ପ୍ରସଙ୍ଗରେ ଓକିଲାତି ଜାରି ରଖିଥିଲେ । ୧୮।୦୪।୧୯୯୫ ରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ ।[] ଡିସେମ୍ବର ୦୬, ୨୦୦୪ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ବଦଳି ହୋଇ ଯାଇଥିଲେ ଏବଂ ଏହି ପଦବୀରେ ୨୫।୦୩।୨୦୧୦ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ।[] ନ୍ୟାୟମୂର୍ତ୍ତି ଭି. ଗୋପାଲ ଗୌଡାଙ୍କ ପୂର୍ବରୁ ସେ କିଛି ଦିନ ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟୀତ୍ଵ ନିର୍ବାହ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". orissahighcourt.nic.in. Retrieved 2024-12-15.
  2. "Arrest of ex-Orissa HC judge IM Quddusi could open can of worms on multi-crore dirty court deals". India Today (in ଇଂରାଜୀ). 2017-09-22. Retrieved 2024-12-15.
  3. "Hon'ble Mr. Justice Ishrat Masroor Quddusi". www.allahabadhighcourt.in. Retrieved 2024-12-15. {{cite web}}: no-break space character in |title= at position 8 (help)
  4. archive, From our online (2017-09-23). "HC notices to CBI, Odisha cops over judge's house trespass". The New Indian Express (in ଇଂରାଜୀ). Retrieved 2024-12-15.