ଅଂଶୁପା ହ୍ରଦ
Jump to navigation
Jump to search
ଅଂଶୁପା ହ୍ରଦ | |
---|---|
ଅବସ୍ଥାନ | କଟକ, ଓଡ଼ିଶା |
ଦିଗବାରେଣି | 20°27′33″N 85°36′13″E / 20.459142°N 85.603709°ECoordinates: 20°27′33″N 85°36′13″E / 20.459142°N 85.603709°E |
Type | ମଧୁର ଜଳ ହ୍ରଦ |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ଭାରତ |
ସର୍ବାଧିକ ଲମ୍ବ | ୫ କି.ମି. |
ସର୍ବାଧିକ ଓସାର | ୧.୬ କି.ମି. |
କ୍ଷେତ୍ରଫଳ | ୧୪୧ ହେକ୍ଟର |
ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ୱଖୁରାକୃତି ହ୍ରଦ ।
ଅବସ୍ଥାନ[ସମ୍ପାଦନା]
ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ ।[୧] ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି ।[୨]