Jump to content

ଭି. ଗୋପାଲ ଗୌଡା

ଉଇକିପିଡ଼ିଆ‌ରୁ
ଭେଙ୍କେଟ ଗୌଡା ଗୋପାଳ ଗୌଡା
Judge of the Supreme Court of India
କାର୍ଯ୍ୟକାଳ
24 December 2012 – 5 October 2016
24th Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
25 March 2010 – 24 December 2012
ପୂର୍ବ ଅଧିକାରୀBilal Nazki
ପର ଅଧିକାରୀସି. ନାଗପ୍ପାନ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1951-10-06) ୬ ଅକ୍ଟୋବର ୧୯୫୧ (ବୟସ ୭୩)
Peddur, Chintamani, Kolar, Mysore State, India (now in Chikkaballapur, କର୍ଣ୍ଣାଟକ)
ଶିକ୍ଷାନୁଷ୍ଠାନSri Jagadguru Renukacharya Law College, Bangalore

ଭେଙ୍କେଟ ଗୌଡା ଗୋପାଳ ଗୌଡା (ଜନ୍ମ ୬ ଅକ୍ଟୋବର ୧୯୫୧) ଭାରତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଯିଏକି ଭାରତର ଉଚ୍ଚତମ ନ୍ୟାୟାଳୟରେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[] ସେ ଏହାପୂର୍ବରୁ ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।[]

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

୬ ଅକ୍ଟୋବର ୧୯୫୧ରେ କର୍ଣ୍ଣାଟକ ରାଜ୍ୟ ଚିକବାଲାପୋର ଜିଲ୍ଲାର ପେଦୁରରେ ଜନ୍ମିତ ଗୋପାଲ ଗୌଡା ୧୯୭୫ ମସିହାରେ ବାଙ୍ଗାଲୋର ୟୁନିଭରସିଟି ଅଧିନସ୍ଥ SJRLC ମହାବିଦ୍ୟାଳୟ(Sri Jagadguru Renukacharya Law College, Bangalore)ରୁ LL.B. ଡିଗ୍ରୀ ହାସଲ କରି ସେ ୧୪। ୧୧।୧୯୭୫ରେ ଆଡଭୋକେଟ୍ ଭାବରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଯୋଗ ଦେଇଥିଲେ । ସେ ୧୯୭୫ରୁ ବାଙ୍ଗାଲୋରରେ ଓକିଲାତି ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ସାମ୍ବିଧାନିକ ମାମଲା, ଶ୍ରମ, ସେବା, ନାଗରିକ, ସମବାୟ ସମିତି, ଜମି ସଂସ୍କାର, ମାଟ୍ରିମୋନିଆଲ୍ ସହିତ ଅନ୍ୟାନ୍ୟ ଦେୱାନୀ ମାମଲା ପରିଚାଳନା କରିଥିଲେ । ସେ ୧୯୮୩ରୁ ୧୯୯୩ ପର୍ଯ୍ୟନ୍ତ ଏବଂ ୧୯୯୫ରେ ମହାନଗର ପାଲିକା ପାଇଁ ଷ୍ଟାଣ୍ଡିଂ କାଉନସେଲ ଭାବରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ସେ କର୍ଣ୍ଣାଟକ ଜନସେବା ଆୟୋଗର ଷ୍ଟାଣ୍ଡିଂ କାଉନସେଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ କର୍ଣ୍ଣାଟକ ରାଜ୍ୟ ବାର ପରିଷଦର ସଦସ୍ୟ ଥିଲେ ।

ସେ ୧୧।୬।୧୯୯୭ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ବିଚାରପତି[], ୨୫।୩।୨୦୧୦ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏବଂ ୨୪।`୧୨।୨୦୧୨ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଉନ୍ନିତ ହୋଇଥିଲେ ।[]

  1. ୧.୦ ୧.୧ "Justice V. Gopala Gowda". www.sci.gov.in. Retrieved 13 December 2024.
  2. "Chief Justices/ Judges Elevated to Supreme Court | Orissa High Court, Cuttack". www.orissahighcourt.nic.in. Retrieved 2024-12-13.
  3. "Hon'ble Mr. Justice V. Gopala gowda". karnatakajudiciary.kar.nic.in. Retrieved 2024-12-13.