ସି. ନାଗପ୍ପାନ

ଉଇକିପିଡ଼ିଆ‌ରୁ

ସି. ନାଗପ୍ପାନ (ଚୋକଲିଙ୍ଗମ ନାଗାପ୍ପାନ, ଜନ୍ମ: ୪ ଅକ୍ଟୋବର ୧୯୫୧) , ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୬ତମ ମୁଖ୍ୟ ବିଚାରପତି ଥିଲେ (୨୭ ଫେବୃଆରୀ ୨୦୧୩- ୧୬ ସେପ୍ଟେମ୍ବର ୨୦୧୩) ।

ପୂର୍ବରୁ ସେ ମାଡ୍ରାସ ଉଚ୍ଚନ୍ୟାୟାଳୟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ । ଜଷ୍ଟିସ ନାଗାପ୍ପାନ ୧୯୫୧ ମସିହା ଅକ୍ଟୋବର ୪ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୧] ୧୯୭୪ ଅଗଷ୍ଟ ୭ରେ ସେ ଆଇନ ସେବାରେ ପାଦ ଦେଇଥିଲେ । ସେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ. ପରାଶରନଙ୍କ ଅଧୀନରେ ଜୁନିଅର ଭାବେ କାର୍ଯ୍ୟ କରିଥିଲେ ।[୨] ସେ ମାଡ୍ରାସ ଲ କଲେଜର ସାମୟିକ ପ୍ରାଧ୍ୟାପକ ଭାବେ ୭ବର୍ଷ କାର୍ଯ୍ୟ କରିଥିଲେ । ୧୯୮୭ମସିହାରେ ସେ ଜିଲ୍ଲା ଜଜ ଭାବେ ନିଯୁକ୍ତି ପାଇଥିଲେ । ସେ ଜିଲ୍ଲା ଓ ସେସନ୍ସ ଜଜ ଭାବେ କୁଡ୍ଡାଲୋର, ସଲେମ ଓ କୋଏମ୍ବାଟୋରରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ମାଡ୍ରାସ ହାଇକୋର୍ଟ ଭିଜିଲାନ୍ସ ସେଲର ସ୍ପେଶାଲ ଅଫିସର ଭାବେ ଅବସ୍ଥାପିତ ହୋଇଥିଲେ । ଜଷ୍ଟିସ ନାଗାପ୍ପାନ ରାଜ୍ୟ ପରିବହନ ଅପିଲ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୦ ଜୁଲାଇ ୨୭ରେ ସେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି[୩] ୨୦୦୨ ସେପ୍ଟେମ୍ବର ୨୦ ତାରିଖଠାରୁ ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି ।[୪]

ଆଧାର[ସମ୍ପାଦନା]

  1. "Justice Nagappan Orissa High Court CJ - The New Indian Express". newindianexpress.com. 2013. Archived from the original on 26 May 2013. Retrieved 25 February 2013. Born on October 4, 1951, Justice Nagappan
  2. "Hon'ble Thiru. Justice C. Nagappan". hcmadras.tn.nic.in. Retrieved 25 February 2013. practiced as Junior under Shri. K. Parasaran, former Attorney General of India,
  3. "C Nagappan to be sworn-in as Chief Justice of Orissa HC on Feb 27". odishatoday.com. 2013. Archived from the original on 7 March 2016. Retrieved 25 February 2013. Justice Nagappan was appointed as an additional judge of Madras High Court in September 2000
  4. "New CJ of Odisha HC to be sworn-in on Feb 27". dailypioneer.com. 2013. Retrieved 25 February 2013. continuing as a permanent judge of the High Court since September 2002.