ସତ୍ୟ ଭୂଷଣ ବର୍ମନ୍

ଉଇକିପିଡ଼ିଆ‌ରୁ

ସତ୍ୟ ଭୂଷଣ ବର୍ମନ୍ (ଜନ୍ମ ମେ ୧୯୦୭) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଥିଲେ ।

ସଂକ୍ଷିପ୍ତ ଜୀବନି[ସମ୍ପାଦନା]

ଜଷ୍ଟିସ ବର୍ମନ୍ ୧୯୦୭ ମସିହା ମଇ ମାସରେ ଜନ୍ମଗ୍ରହଣ କରିଥିଲେ । ସେ ମିତ୍ର ଅନୁଷ୍ଠାନ, କୋଲକାତା ଏବଂ ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କରିଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟର ହାଜ୍ରା ଆଇନ ମହାବିଦ୍ୟାଳୟରୁ ଆଇନ ପାସ କରିଥିଲେ । ଲଣ୍ଡନସ୍ଥିତ Lincoln's Innରୁ ବର୍ମନ ଆଇନ୍ରେ 'Bar at Law' ଡିଗ୍ରୀ ହାସଲ କରିଥିଲେ । ୧୯୩୨ରେ ତାଙ୍କୁ ଇଂରାଜୀ ବାରର ସଭ୍ୟ ଭାବେ ଡକାଗଲା । ବର୍ମନ ୩ ଫେବୃଆରୀ ୧୯୫୮ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।[୧] ୧୯୬୭ ମସିହାରେ ଭାରତର ପ୍ରଧାନ ବିଚାରପତି ସୁଧୀ ରଂଜନ ଦାସଙ୍କ ପ୍ରସ୍ତାବ ଅନୁଯାୟୀ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ପଦରେ ଉନ୍ନୀତ କରାଯାଇଥିଲା ।[୨] ଜଷ୍ଟିସ୍ ବର୍ମନ୍ ୩୦ ଏପ୍ରିଲ ୧୯୬୯ରେ ବିଚାର ବିଭାଗରୁ ଅବସର ନେଇଥିଲେ ।

ଆଧାର[ସମ୍ପାଦନା]

  1. "Former Chief Justice | Orissa High Court, Cuttack". orissahighcourt.nic.in. Retrieved 27 February 2022.
  2. Mahapatra, Justice Harihar (2011-02-15). My Life, My Work (in ଇଂରାଜୀ). Allied Publishers. ISBN 978-81-8424-640-7.