ଅଶୋକ କୁମାର ଗାଙ୍ଗୁଲୀ
ଅଶୋକ କୁମାର ଗାଙ୍ଗୁଲୀ | |
---|---|
Ganguly in March 2015 | |
Judge of the Supreme Court of India | |
କାର୍ଯ୍ୟକାଳ 17 December 2008 – 3 February 2012 | |
Appointed by | President of India |
21st Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 2 March 2007 – 18 May 2008 | |
ପୂର୍ବ ଅଧିକାରୀ | ସୁଜିତ ବର୍ମନ ରାୟ |
ପର ଅଧିକାରୀ | Balbir Singh Chauhan |
Chief Justice of the Madras High Court | |
କାର୍ଯ୍ୟକାଳ 19 May 2008 – December 2008 | |
ପୂର୍ବ ଅଧିକାରୀ | Ajit Prakash Shah |
ପର ଅଧିକାରୀ | Hemant Laxman Gokhale |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ଫେବୃଆରୀ ୧୯୪୭ |
ଜୀବନ ସାଥୀ | Roma Ganguly |
ଶିକ୍ଷାନୁଷ୍ଠାନ | Department of Law, University of Calcutta (MA, LLB) |
ଅଶୋକ କୁମାର ଗାଙ୍ଗୁଲୀ ଜଣେ ଭାରତୀୟ ବିଚାରପତି । ସେ ପଶ୍ଚିମବଙ୍ଗ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବରେ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଟୁ-ଜି ସ୍ପେକ୍ଟ୍ରମ୍ ମାମଲା ଭଳି ସଂବେଦନଶୀଳ ମାମଲାରେ ସେ ନ୍ୟାୟାଦେଶ ଦେଇଥିଲେ ।[୧]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଗାଙ୍ଗୁଲୀଙ୍କ ଜନ୍ମ ୩ ଫେବ୍ରୁଆରୀ ୧୯୪୭ରେ ହୋଇଥିଲା । ସେ ୧୯୬୮ ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟରୁ ଇଂରାଜୀ ବିଷୟରେ ସ୍ନାତକୋତ୍ତର (MA) ଡିଗ୍ରୀ ଲାଭ କରିଥିଲେ ଏବଂ ୧୯୭୦ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ (LL.B) ଡିଗ୍ରୀ ଅର୍ଜନ କରିଥିଲେ ।[୨]
ପେଶାଜୀବନ
[ସମ୍ପାଦନା]୧୯୬୯ ମସିହାରେ ସେ ତାଙ୍କର ପୂର୍ବତନ ବିଦ୍ୟାଳୟ ଖିଦ୍ଦରପୋର୍ ଏକାଡେମିରେ ଶିକ୍ଷକ ଭାବେ ତାଙ୍କର କାର୍ଯ୍ୟଜୀବନ ଆରମ୍ଭ କରିଥିଲେ । ୧୯୭୨ ମସିହାରେ ସେ କୋଲକାତା ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବେ ଓକିଲାତି ଆରମ୍ଭ କରିଥିଲେ। ୧୦ ଜାନୁଆରୀ ୧୯୯୪ରେ ସେ କୋଲକାତା ଉଚ୍ଚ ନ୍ୟାୟାଳୟରେ ଏକ ସ୍ଥାୟୀ ବିଚାରପତି ଭାବେ ନିୟୁକ୍ତ ହେଲେ, କିନ୍ତୁ ତିନି ମାସ ମଧ୍ୟରେ ସେ ପାଟନା ହାଇକୋର୍ଟକୁ ସ୍ଥାନାନ୍ତରିତ ହେଲେ ।[୨] ପାଟନା ଉଚ୍ଚ ନ୍ୟାୟାଳୟରେ ସେ ଛଅ ବର୍ଷ କାର୍ଯ୍ୟ ନିର୍ବାହ କରିବା ପରେ, ୧ ଅଗଷ୍ଟ ୨୦୦୦ରେ ସେ ତାଙ୍କରି ପ୍ରଥମ କାର୍ଯ୍ୟସ୍ଥଳ କୋଲକାତା ହାଇକୋର୍ଟକୁ ପୁନଃ ଫେରିଲେ ।
ସେ ଦୁଇଥର କୋଲକାତା ହାଇକୋର୍ଟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ କାମ କରିଥିଲେ । ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତରିତ ହୋଇଥିଲେ, ଯେଉଁଠି ସେ ୨୧ ଏପ୍ରିଲ୍ ୨୦୦୬ରେ ବରିଷ୍ଠ ପୁଇସନ୍ ଜଜ୍ ଭାବରେ ଯୋଗଦେଲେ । ୨ ମାର୍ଚ୍ଚ ୨୦୦୭ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ ।
୧୯ ମେ ୨୦୦୮ରେ ସେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଯୋଗଦେଲେ । ପରେ ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଉନିତ ହୋଇ ୧୭ ଡିସେମ୍ବର ୨୦୦୮ରେ ଯୋଗଦେଲେ ଏବଂ ସେଠାରେ ତିନି ବର୍ଷରୁ ଅଧିକ ସମୟ ରହିଥିଲେ । ସେ ୩ ଫେବ୍ରୁଆରୀ ୨୦୧୨ରେ ଅବସର ଗ୍ରହଣ କରିଥିଲେ ।
ଅବସର ପରେ, ଗାଙ୍ଗୁଲୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (କୋଲକାତା)ରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ମଧ୍ୟ ପଶ୍ଚିମବଙ୍ଗ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୩]
ବିବାଦ
[ସମ୍ପାଦନା]ଜଣେ ମହିଳା ଇଣ୍ଟର୍ନ ଅଭିଯୋଗ କରିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟର ନିକଟରେ ଅବସର ଗ୍ରହଣ କରିଥିବା ଏକ ବିଚାରପତି ତାଙ୍କୁ ଯୌନ ନିର୍ଯାତନା ଏବଂ ଯୌନ ଉତ୍ପୀଡ଼ନ କରିଥିଲେ । ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରି ଏହି ଅଭିଯୋଗର ତଦନ୍ତ ଆରମ୍ଭ କଲେ । ତଦନ୍ତରେ ଏକଥା ଜଣାଗଲା ଯେ ଅଶୋକ କୁମାର ଗାଙ୍ଗୁଲୀ ହିଁ ସେହି ବିଚାରପତି ଯିଏ ଏହା କରିଥିଲେ । ତେବେ ସେ ବାରମ୍ବାର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।
ତଥାପି, ୬ ଡିସେମ୍ବର ୨୦୧୩ରେ ଏହି ସ୍ୱତନ୍ତ୍ର କମିଟି ଗାଙ୍ଗୁଲୀଙ୍କ ବିରୁଦ୍ଧରେ ମହିଳା ଇଣ୍ଟର୍ନଙ୍କ ଅଭିଯୋଗର ସତ୍ୟତା ନେଇ ଏକ ରିପୋର୍ଟ ଦାଖଲ କଲେ । ୨ ଜାନୁଆରୀ ୨୦୧୪ରେ କେନ୍ଦ୍ର କ୍ୟାବିନେଟ ତାଙ୍କର ପଦଚ୍ୟୁତି ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଅନୁରୋଧ କରିବାକୁ ସିଦ୍ଧାନ୍ତ ନେବା ପରେ, ସେ ୬ ଜାନୁଆରୀ ୨୦୧୪ରେ ପଶ୍ଚିମବଙ୍ଗ ମାନବାଧିକାର କମିଶନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।[୪]
ପରେ, ମହିଳା ଇଣ୍ଟର୍ନ ପୁଲିସ୍ ପାଖରେ ତାଙ୍କର ବୟାନ ଦେବାକୁ ଅସ୍ୱୀକାର କରିଥିବାରୁ, ସେ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ ହେଲେ ।[୫]
ଆଧାର
[ସମ୍ପାଦନା]- ↑ "Justice AK Ganguly delivers landmark judgments in 2G spectrum case on his last day in office". The Economic Times. 2012-02-03. ISSN 0013-0389. Retrieved 2024-12-14.
- ↑ ୨.୦ ୨.୧ "Supreme Court of India - Former Jugdes". web.archive.org. 2012-02-15. Archived from the original on 2012-02-15. Retrieved 2024-12-14.
{{cite web}}
: CS1 maint: bot: original URL status unknown (link) - ↑ IANS. "Justice Ganguly did a commendable Job as WBHRC Chairperson". Biharprabha News | Connecting Bihar with the entire World (in ଆମେରିକୀୟ ଇଂରାଜୀ). Retrieved 2024-12-14.
- ↑ & (2014-01-06). "Ganguly yields to pressure, quits". The Hindu (in Indian English). ISSN 0971-751X. Retrieved 2024-12-14.
{{cite news}}
:|last=
has numeric name (help) - ↑ "Home Ministry gives clean chit to former Supreme Court Judge A K Ganguly in sexual assault case | India.com". www.india.com (in ଇଂରାଜୀ). Retrieved 2024-12-14.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |